www.samajalive.in
Monday, December 8, 2025
13.1 C
Bhubaneswar

ଟାସ୍କ ଫୋର୍ସ ରିପୋର୍ଟ ଉପରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଭବିଷ୍ୟତ; କାଲି ଆସିପାରେ ନୂଆ ନିୟମ

ନୂଆଦିଲ୍ଲୀ: ଆସନ୍ତା ୩୧ ତାରିଖରେ ଦେଶରେ ଶେଷ ହେବ ଲକ୍ ଡ଼ାଉନ ୪ର୍ଥ ପର୍ଯ୍ୟାୟ । ଏହାପରେ ଲକ୍ ଡ଼ାଉନ ୫ମ ପର୍ଯ୍ୟାୟ ଲାଗୁ ହେବ କି ନାହିଁ ତାହା ଉପରେ ସମସ୍ତଙ୍କ ନଜର । ଆଜି ଗୃହମନ୍ତ୍ରୀ ଅମିତ୍ ଶାହା ବିଭିନ୍ନ ରାଜ୍ୟ ସହ ଆଲୋଚନା ସମୟରେ ଏଥିନେଇ ମିଳିଛି ମିଶ୍ରିତ ପ୍ରତିକ୍ରିୟା । ଲକ୍ଡ଼ାଉନ ଅବଧି ବୃଦ୍ଧି ନିମନ୍ତେ କିଛି ରାଜ୍ୟ ଅନୁରୋଧ କରିଛନ୍ତି ଓ ଲକ୍ ଡ଼ାଉନ ଉଠାଇବା ନିମନ୍ତେ କିଛି ରାଜ୍ୟ ଯୁକ୍ତି ବାଢ଼ିଛନ୍ତି । ଏଥିନେଇ ଶ୍ରୀ ଶାହା ପ୍ରଧାନମନ୍ତ୍ରୀଙ୍କ ସହ ଅପରାହ୍ନରେ ଆଲୋଚନା କରିଛନ୍ତି । ତେବେ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକ୍ ଡ଼ାଉନର ଭାଗ୍ୟ  କୋବିଦ-୧୯ ଟାସ୍କ ଫୋର୍ସର ରିପୋର୍ଟ ଉପରେ ନିର୍ଭର କରୁଛି । ଜଙ୍ଗଲ ଓ ପରିବେଶ ସଚିବ ସି.କେ.ମିଶ୍ର ଓ ନୀତି ଆୟୋଗର ବରିଷ୍ଠ ସଦସ୍ୟ ଡ଼ା. ଭି.କେ.ପଲଙ୍କ ଅଧ୍ୟକ୍ଷତାରେ ଗଠିତ ଦୁଇଟି କୋବିଦ ଟାସ୍କ ଫୋର୍ସ ପ୍ୟାନେଲ ସେମାନଙ୍କ ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିଛନ୍ତି । ଲକ୍ ଡ଼ାଉନ କରା ନ ଯାଇ ମଧ୍ୟ କିପରି ସାମାଜିକ ଦୂରତ୍ବ ବଜାୟ ରଖାଯାଇ ପାରିବ ଏବଂ କୋବିଦ ଶୃଙ୍ଖଳକୁ ଭଙ୍ଗାଯାଇ ପାରିବ ସେ ସମ୍ପର୍କରେ ଦୁଇ କମିଟି ଦୁଇଟି ରିପୋର୍ଟ ପ୍ରଦାନ କରିଛନ୍ତି । ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୁଧ୍ୟାନ କରୁଛି ।

ଅନ୍ୟପକ୍ଷରେ ଦେଶର ସ୍ବାସ୍ଥ୍ୟ ପରାମର୍ଶଦାତା ତଥା ବିଶିଷ୍ଟ ବୈଜ୍ଞାନିକ  ବିଜୟ ରାଘବନଙ୍କ ମତାମତ ମଧ୍ୟ ଏହି ପ୍ରସଙ୍ଗରେ ଲୋଡ଼ା ଯାଇଥିବା ସୂଚନା ମିଳିଛି । କୋବିଦ ଟାସ୍କ ଫୋର୍ସ ପ୍ରଦାନ କରିଥିବା ରିପୋର୍ଟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟକୁ ପଠାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଏ ସମ୍ପର୍କରେ ମଧ୍ୟ ନିର୍ଦିଷ୍ଟ ଭାବରେ ସ୍ପଷ୍ଟ ମତ ଲୋଡ଼ା ଯାଇଛି  । ଏ ସବୁ ରିପୋର୍ଟ ଆସିବା ପରେ ଲକ୍ ଡ଼ାଉନର ଭବିଷ୍ୟତ ନିର୍ଧାରଣ ହେବ ଓ ସମ୍ଭବତଃ ଆସନ୍ତାକାଲି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ଏହି ସୂତ୍ରରୁ ଜଣାପଡ଼ିଛି । ସୂଚନା ଅନୁସାରେ କୋବିଦ ଟାସ୍କ ଫୋର୍ସର ମିଶ୍ର କମିଟି ଓ ପଲ୍ କମିଟି  ଲକଡାଉନ ଉପରେ  ରିପୋର୍ଟ ଦେଇଛନ୍ତି । ଯଦି  ସ୍କୁଲ, କଲେଜ, ମଲ, ଧାର୍ମିକ ସ୍ଥଳ ଭଳି ସ୍ଥାନକୁ ଏବେ ବନ୍ଦ ରଖି ଲକ୍ ଡ଼ାଉନ ଉଠାଇବା ନିମନ୍ତେ ଏଥିରେ ପରାମର୍ଶ ଦିଆଯାଇଥିବା କୁହାଯାଉଛି । ସେହିପରି ଅନ୍ତରାଷ୍ଟ୍ରୀୟ ବିମାନ ଚଳାଚଳ ବନ୍ଦ ରଖିବା ସହ ନିୟନ୍ତ୍ରିତ ଭାବରେ ଦେଶରେ ରେଳ ଓ ବିମାନ ଚଳାଚଳ ନିମନ୍ତେ ଏଥିରେ ପ୍ରସ୍ତାବ ଦିଆଯାଇଥିବା ଜଣାପଡ଼ିଛି ।  ବିଶେଷ ଭାବରେ କରୋନା ସଂକ୍ରମଣରେ ସର୍ବାଧିକ ପ୍ରଭାବିତ ହୋଇଥିବା ମହାରାଷ୍ଟ୍ର, ଗୁଜରାଟ, ମଧ୍ୟପ୍ରଦେଶ, ଦିଲ୍ଲୀ ପରି ରାଜ୍ୟଗୁଡ଼ିକର କିଛି ସହରରେ ଲକ୍ ଡ଼ାଉନକୁ ପୂର୍ବାପେକ୍ଷା କଡ଼ାକଡ଼ି କରାଯିବା ସହ ସାର୍ବଜନୀନ ପରିବହନ ବ୍ୟବସ୍ଥାର ପୁର୍ନବାହାଲ କରାଯିବା ପ୍ରସଙ୍ଗ ମନକୁ ନ ଆଣିବା ପାଇଁ ଏଥିରେ ପରାମର୍ଶ ଦିଆଯାଇଛି । ଆସନ୍ତା କାଲି ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ ବୋଲି  ଏହି ସୂତ୍ରରୁ ସୂଚନା ମିଳିଛି ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories