www.samajalive.in
Wednesday, December 10, 2025
26.1 C
Bhubaneswar

କରୋନା ଅପଡେଟ – ୨୪ ଘଣ୍ଟାରେ ଭାରତରେ ୭୪୬୬ ନୂଆ ସଂକ୍ରମଣ, ୧୭୫ ମୃତ

ସମାଜ ପୋର୍ଟାଲ ଡେସ୍କ: ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୭ ହଜାର ୪୬୬ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୬୫ ହଜାର ୭୯୯ରେ ପହଞ୍ଚିଛି। ସେହି ସମୟ ମଧ୍ୟରେ ୧୭୫ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି।

- Advertisement -

ସୂଚନା ଅନୁଯାୟୀ, ଦେଶରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୮୯ ହଜାର ୯୮୭ ଥିବାବେଳେ ୭୧ ହଜାର ୧୦୫ ଜଣ ଆରୋଗ୍ୟ ଲାଭ କରିଛନ୍ତି। ସଂକ୍ରମଣ ହେତୁ ମୃତ୍ୟୁସଂଖ୍ୟା ଦେଶରେ ୪ ହଜାର ୭୦୬ରେ ପହଞ୍ଚିଛି। ମହାରାଷ୍ଟ୍ର ୫୯ ହଜାର ୫୪୬ଟି ସଂକ୍ରମଣ ସହିତ ଅଧିକ ପ୍ରଭାବିତ ରାଜ୍ୟ ହୋଇଥିବା ବେଳେ ତାମିଲନାଡୁରେ ୧୯ ହଜାର ୩୭୨, ଗୁଜୁରାଟରେ ୧୫ ହଜାର ୫୬୨ ଏବଂ ଦିଲ୍ଲୀରେ ୧୬ ହଜାର ୨୮୧ଟି କରୋନା ଭାଇରସ ମାମଲା ରେକର୍ଡ କରାଯାଇଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories