www.samajalive.in
Saturday, December 13, 2025
15.1 C
Bhubaneswar

ପୁଲିସ, ପ୍ରଶାସନର ସ୍ଥାଣୁତା ଯୋଗୁଁ ପ୍ରବାସୀ ଶ୍ରମିକ ହନ୍ତସନ୍ତ

କଟକ : ମୁଖମନ୍ତ୍ରୀ ଓ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଘୋଷଣା କରିଛନ୍ତି ଯେ, ପ୍ରବାସୀ ଶ୍ରମିକମାନଙ୍କୁ ଚାଲିବା ବା ସାଇକେଲରେ ଯିବାକୁ ଦିଆ ନଯାଇ ଗାଡିର ବ୍ୟବସ୍ଥା କରାଯିବ। ସୁପ୍ରିମ କୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ, ଶ୍ରମିକମାନଙ୍କର ଯାତୟାତ ପାଇଁ ବ୍ୟବସ୍ଥା ସରକାରମାନେ କରିବା ସହିତ ସେମାନଙ୍କ ପାଇଁ ମାଗଣା ଖାଦ୍ୟପେୟର ବ୍ୟବସ୍ଥା କରିବେ। ହେଲେ ଏସବୁ ପ୍ରତି ପୁଲିସ ପ୍ରଶାସନ ତଥା ସରକାରଙ୍କର ନିଘା ଥିବା ଭଳି ପ୍ରତୀତ ହେଉନାହିଁ। ଉତ୍କଳ ଗାନ୍ଧୀ ସ୍ମାରକ ନିଧି, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, କସ୍ତୂରବା ଟ୍ରଷ୍ଟ, ଉତ୍କଳ ଖଦୀ ମଣ୍ଡଳ, ରାଷ୍ଟ୍ରୀୟ ଯୁବା ସଂଗଠନ, ରମାଦେବୀ ଟ୍ରଷ୍ଟ, ସ୍ୱର୍ଣ୍ଣ ସେବା ଟ୍ରଷ୍ଟ ଆଦି ଗାନ୍ଧୀ ବିଚାରର ସଂଗଠନମାନଙ୍କ ପକ୍ଷରୁ କଟକର ଶିଖରପୁର ଓ ଜଗତପୁର ଅଞ୍ଚଳରେ ମହାତ୍ମା ଗାନ୍ଧୀ ପ୍ରବାସୀ ଶ୍ରମିକ ସେବା କେନ୍ଦ୍ର ଖୋଲାଯାଇ ରାନ୍ଧା ଖାଦ୍ୟ ବିତରଣ ସମୟରେ ଆଜି ମଧ୍ୟ ଅନେକ ଶ୍ରମଜୀବୀ ଚାଲି ଚାଲି, ସାଇକେଲରେ ତଥା ଟ୍ରକମାନଙ୍କରେ ବସ୍ତାଭଳି ଲଦି ହୋଇ ଯାଉଥିବା ଦେଖିବାକୁ ମିଳୁଛି। କଟକ, ଭୁବନେଶ୍ୱରର ଯଦି ଅବସ୍ଥା ଏହିପରି ତେବେ ରାଜ୍ୟର ଅନ୍ୟ ଅଞ୍ଚଳର ଅବସ୍ଥା କେତେ ଦୟନୀୟ ହୋଇଥିବ, ତାହା ସହଜରେ ଅନୁମେୟ। ସରକାରଙ୍କ ତରଫରୁ ଖାଇବା ଗଣ୍ଡାଏ ମଧ୍ୟ ଏହି ଗରୀବ ଲୋକଙ୍କ ପାଇଁ ବ୍ୟବସ୍ଥା କରାହୋଇନାହିଁ। ସରକାରଙ୍କ ଏହି ଶ୍ରମିକ ବିରୋଧି ନୀତିର ବିରୋଧ କରି ଜଷ୍ଟିସ ମନୋରଂଜନ ମହାନ୍ତି, ଡଃ ସତ୍ୟରାୟ, ବୈଷ୍ଣବ ଦାସ, ଗାୟତ୍ରୀ ଦାସ, ସନ୍ଧ୍ୟାରାଣୀ ମଲ୍ଲିକ, ସୁଶାନ୍ତ ମହାନ୍ତି, ଡାଃ. ବିଶ୍ୱଜିତ, ଅଶୋକ ନାୟକ, ଅନିମା ରାୟ, ଅନ୍ନପୂର୍ଣ୍ଣା ସାହୁ, ଆନନ୍ଦ ବେହେରା, କେଦାର ନାୟକ, ଚିତ୍ତରଂଜନ ନାୟକ ପ୍ରମୁଖ ଆଗାମୀ ଦିନରେ ସରକାର ଯଥାଶୀଘ୍ର ସମାଧାନ ନ କଲେ ଏହା ବିରୁଦ୍ଧରେ ଆନ୍ଦୋଳନ କରାଯିବ ବୋଲି ମତବ୍ୟକ୍ତ କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories