www.samajalive.in
Friday, December 12, 2025
19.1 C
Bhubaneswar

ଏଲଏସି ନିକଟରେ ସଡ଼କ ନିର୍ମାଣ କରିଛି ଚୀନ୍‌

ବେଜିଂ : ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ର ନିଜ ପଟରେ, ଅକ୍‌ସାଇ ଚୀନ୍‌ ଅଞ୍ଚଳରେ ଚୀନ୍‌ ବ୍ୟାପକ ନିର୍ମାଣ କାର୍ଯ୍ୟ ଚଳାଇଥିବାର ଫଟୋ ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି ସୂତ୍ରରୁ ହସ୍ତଗତ ହୋଇଛି। ଏହି ପରିପ୍ରେକ୍ଷୀରେ ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କ ଯୁଦ୍ଧ ପ୍ରସ୍ତୁତିର ବାସ୍ତବତା ରହିଥିବା କୁହାଯାଉଛି। ୧୯୬୨ ଯୁଦ୍ଧବେଳୁ ଚୀନ୍‌ ଲଦାଖର କିଛି ଅଂଶ ଦଖଲ କରି ରଖିଛି ଓ ଏହାକୁ ଅକ୍‌ସାଇ ଚୀନ୍‌ କୁହାଯାଉଛି। ମିଳିଥିବା ଉପଗ୍ରହ ଚିତ୍ରରୁ ଜଣାପଡ଼ିଛି ଯେ ଏହି ଅଞ୍ଚଳରେ ସଡ଼କ ନିର୍ମାଣ ସହ ସୈନ୍ୟ ଓ ଅସ୍ତ୍ରଶସ୍ତ୍ର ପରିବହନ ଚଳାଇଛି। ଏଲଏସି ନିକଟରୁ ୨କିମି ଦୂରରେ ଚୀନ୍‌ ସଡ଼କ ନିର୍ମାଣ କରିଛି ଓ ଏହା ୨୦୧୮-୧୯ରେ ହିଁ ନିର୍ମିତ ହୋଇଛି। ଏହି ସଡ଼କ ଏଲଏସି ନିକଟରେ ନିର୍ମାଣ ହୋଇଥିବା ଦେଖାଯାଉଛି। ଏଠାରେ ପ୍ରାୟ ୩୦ରୁ ୫୦ମିଟର ଦୀର୍ଘ ସାମଗ୍ରୀ ପରିବହନ ହେଉଛି। ମଇ ୧୪ରେ ଉତ୍ତୋଳିତ ଚିତ୍ର ଓ ମଇ ୨୪ରେ ଉତ୍ତୋଳିିତ ମଧ୍ୟରେ ରହିଥିବା ପାର୍ଥକ୍ୟରୁ ଏହି ଅଞ୍ଚଳରେ ଚୀନ୍‌ର କାରବାର ସ୍ପଷ୍ଟ ହେଉଛି। ୧୪ତାରିଖରେ ଏଠାରେ ଆଦୌ ଗହଳି ଦେଖାଯାଉ ନ ଥିବାବେଳେ କୌଣସି ସାମଗ୍ରୀ ବା ସୈନ୍ୟ ପରିବହନ ଦେଖାଯାଉ ନ ଥିଲା; କିନ୍ତୁ ୨୪ତାରିଖ ଫଟୋରେ ଏହା ସ୍ପଷ୍ଟ ଦୃଶ୍ୟମାନ ହେଉଛି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories