www.samajalive.in
Wednesday, December 10, 2025
26.1 C
Bhubaneswar

ସଡ଼କ ସଚେତନତା ପାଇଁ ମା’ର ଦୃଢ଼ ସଂକଳ୍ପ: ପୁଅର ଏକାଦଶାହରେ ଆୟୋଜନ କଲେ ରକ୍ତଦାନ ଶିବିର

ଭୁବନେଶ୍ୱର : ଯୁବାବସ୍ଥାରେ ସଡ଼କ ଦୁର୍ଘଟଣା​‌ରେ​‌ ଚାଲିଗଲା ପୁଅ। ତେବେ ଅନ୍ୟକାହାର ପୁଅ ଯେଭଳି ସଡ଼କ ଦୁର୍ଘଟଣାରେ ପ୍ରାଣ ନ ହରାନ୍ତୁ ସେଥିପାଇଁ ବ୍ୟାପକ ସଚେତନତା ସୃଷ୍ଟି କରିବା ଲକ୍ଷ୍ୟ ନେଇ ସଂକଳ୍ପ କରିଥିଲେ ମା’। ସଡ଼କ ସୁରକ୍ଷା ଓ ଗାଡ଼ି ଚାଳନାବେଳେ ସତର୍କତା ଅବଲ୍ବନ ପାଇଁ ନିୟମିତ ଜନ ସଚେତନତା ଅଭିଯାନ ଜାରି ରଖିଥିବା ମା’ ।  ଏବେ ସଡ଼କ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କ ରକ୍ତ ଅଭାବରୁ ଯେଭଳି ମୃତ୍ୟୁ ନ ହୁଏ ସେଥିପାଇଁ ରକ୍ତଦାନ ଶିବିର ଆୟୋଜନ କରିଥିବାବେଳେ ଅସହାୟ ଓ ନିରାଶ୍ରୟଙ୍କୁ ଅନ୍ନଦାନ କରିଛନ୍ତି। ସମାଜରେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଥିବା ଏଭଳି ଜଣେ ମା’ ହେଉଛନ୍ତି ଅମୀୟବାଳା ପରିଡ଼ା। ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଅମୀୟବାଳା ପରିଡ଼ାଙ୍କ ପୁଅ ହେଉଛନ୍ତି ଗିରିଜା ଶଙ୍କର ବାଗ୍‌। ଆଜି ଥିଲା ଗିରିଜା ଶଙ୍କର ବାଗ୍‌ଙ୍କ ଏକାଦଶାହ। ସୋମବାର ସ୍ବର୍ଗତ ଗିରିଜା ଶଙ୍କର ଦାସଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକ ସ୍ମୁତି ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ୩୦ ୟୁନିଟ୍‌ ରକ୍ତ ସଂଗ୍ରହ କରାଯାଇଥିଲା। ସେହିପରି ଜୀବନଜ୍ୟୋତି ସେବାଶ୍ରମ ଅନ୍ତେବାସୀଙ୍କୁ ଅନ୍ନଦାନ କରାଯାଇଥିଲା।

- Advertisement -

ସ୍ବର୍ଗତଃ ଗିରିଜା ଶଙ୍କର ବାଗ୍ ଗତବର୍ଷ ମେ ମାସ ୨୫ ତାରିଖରେ ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ତାଙ୍କର ସ୍ମୁତିରେ ମା ଅମୀୟବାଳା ପରିଡା ‘ମାଷ୍ଟର ଗିରିଜା ମେମୋରିଆଲ ରୋଡ ସେଫ୍‌ଟି ଫାଉଣ୍ଡେସନ ଟ୍ରଷ୍ଟ’ ଗଠନ କରିଥିଲେ। ଏହି ଟ୍ରଷ୍ଟ ଜରିଆରେ ସେହିଦିନଠାରୁ ସଡ଼କ ସଚେତନତା ସୃଷ୍ଟି କରିବା ଆରମ୍ଭ କରିଥିଲେ। ଏହାସହିତ ବିଭିନ୍ନ ସମୟରେ ରକ୍ତଦାନ ଶିବିର ସହିତ ଅନେକ ସାମାଜ ସେବା କାର୍ଯ୍ୟ ଜାରି ରଖିଛନ୍ତି।

ସ୍ବର୍ଗତ ଗିରିଜ୍‌ ଶଙ୍କର ବାଗ୍‌ଙ୍କ ପ୍ରଥମ ଏକାଦଶାହ କାର୍ଯ୍ୟକ୍ରମକୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା। ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ପ୍ରଥମ ଥର ପାଇଁ ବିଶିଷ୍ଟ ସମାଜ ସେବି ଶୁଭଶ୍ରୀ ଦାସ ପ୍ରଥମେ ରକ୍ତଦାନ କରିଥିଲେ। ଏହାପରେ ବହୁ ଯୁବକଯୁବତୀ ରକ୍ତଦାନ କରିଥିଲେ। ଗିରିଜାଙ୍କ ସ୍ମୁତିରେ ଖଣ୍ଡଗିରିସ୍ଥିତ ଜୀବନ ଜ୍ୟାତି ଆଶ୍ରମ ରେ ଏକ ସ୍ମୁତି ସଭା ଓ ଅନ୍ନଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ସମାଜ ସେବି ସଙ୍ଗୀତା ଦାସ, କ୍ଳାପ୍‌ର ଅଧ୍ୟକ୍ଷ ବିକାଶ ଦାସ, ଟ୍ରଷ୍ଟର ମୁଖ୍ୟ ସଦସ୍ୟ ତୁଷାରକାନ୍ତି, ମମତା ମହାନ୍ତି, ଯୁବନେତ୍ରୀ ବିନ୍ଦାସ ଚିନୁ, ସାଗର ଦାଶ , ରୋଜା ଘୋଷ, କଳ୍ପନା ବିଶୋଇ, ନାରାୟଣ ସାହୁ ପ୍ରମୁଖଙ୍କ ସମେତ ବହୁ ସ୍ବେଚ୍ଛାସେବୀ ସଂଗଠନର ସଦସ୍ୟ ଉପସ୍ଥିତ ଥିଲେ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories