www.samajalive.in
Friday, December 12, 2025
17.1 C
Bhubaneswar

ଅଗ୍ନି ନିରାପତା ବିନା ପ୍ରମାଣପତ୍ରରେ ଚାଲିଛି ସ୍ପିରିଟ୍‍ କରଖାନା

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ସାମ୍ପୋଚ୍‍ ପଞ୍ଚାୟତ ଅର୍ନ୍ତଗତ ତିତିରିକଟାଠାରେ ଅବସ୍ଥିତ ବି.ଡି.ପି.ଏଲର ଏକ ସ୍ପିରିଟ କାରଖାନା ଅଗ୍ନି ନିରାପତା ବିନା ପ୍ରମାଣପତ୍ରରେ ଚାଲିଥିବା ଭଳି ଏକ ରୋଚକ ତଥ୍ୟ ପଦାକୁ ଆସିଛି। ବିନା ଅଗ୍ନି ନିରାପତା ପ୍ରମାଣପତ୍ରରେ କାରଖାନା ଚାଲୁଥିବାବେଳେ ଏଥିପ୍ରତି ଜିଲା ପ୍ରଶାସନ ପାଖରେ କୌଣସି ଖବର ନଥିବା ବାସ୍ତବରେ ପ୍ରଶାସନର କାରଖାନା ପ୍ରୀତିକୁ ପଦାରେ ପକାଇଛି। କାରଖାନା କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନ ମନୋଭାବ ପରୋକ୍ଷରେ କାର୍ଯ୍ୟରତ ଶହ ଶହ ଶ୍ରମିକଙ୍କୁ ମରଣ ମୁହଁକୁ ଠେଲିଦେବା ସହିତ ସେମାନଙ୍କ ସୁରକ୍ଷା ଉପରେ ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପ୍ରକାଶ ଯେ, କାରଖାନା, ମେଡିକାଲ, ସପିଙ୍ଗମଲଗୁଡିକରେ ବିଭିନ୍ନ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଶହ ଶହ ନୀରିହ ଶ୍ରମିକ ଏବଂ ଜନସାଧାରଣଙ୍କ ଆକାଳ ମୃତ୍ୟୂ ଘଟଣା ପରେ ୨୦୧୭ରେ ଅଗ୍ନି ନିରାପତା ପ୍ରମାଣପତ୍ରକୁ ବାଧ୍ୟତାମୂଳକ ଭାବେ କଡାକଡି ପାଳନ କରିବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା। ଏହା ସହିତ ବିନା ପ୍ରମାଣପତ୍ରରେ ଚାଲୁଥିବା କାରଖାନା ଓ ବ୍ୟବସାୟିକ ଅନୁଷ୍ଠାନ ଉପରେ ଦୃଢକାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର କଠୋର ନିୟମ କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ବେ ବ୍ଲକର ତିତିରିକଟାଠାରେ ଥିବା (ବି.ଡି.ପି.ଏଲ) ଭଳି ଏକ ସ୍ପିରିଟ୍‍ କରଖାନା ଅଗ୍ନି ନିରାପତା ବିନା ପ୍ରମାଣ ପତ୍ରରେ ଚାଲିଥିବା ଜଣାପଡିଛି। ପ୍ରମାଣପତ୍ର ମିଆଦି ଗତ ଏପ୍ରିଲ ୨୭ରୁ ଶେଷ ହେବାପରେ ବି କାରଖାନା କର୍ତ୍ତୃପକ୍ଷ ଶ୍ରମିକମାନଙ୍କ ଜୀବନ ପ୍ରତି ଅଣଦେଖା କରି ନିର୍ଭୟରେ କାର୍ଯ୍ୟ ଚାଲୁ ରଖିଛନ୍ତି। ଏତେ ସବୁ ପରେ ବି ଏ ବାବଦରେ ଜିଲ୍ଲାପ୍ରଶାସନର ଜୁଡିସିଆଲ ବିଭାଗ ପାଖରେ କୌଣସି ସୂଚନା ନଥିବା ବାସ୍ତବରେ ପ୍ରଶାସନର କାରଖାନା ପ୍ରୀତି ସାଙ୍ଗକୁ କମ୍ପାନୀ ସହିତ ପ୍ରଶାସନର ମଧୁଚନ୍ଦ୍ରିକା ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଅଗ୍ନିଶମ ସୁରକ୍ଷା ପ୍ରମାଣପତ୍ର ମିଆଦି ଶେଷର ତିନିମାସ ପୂର୍ବରୁ କାରଖାନା କର୍ତ୍ତୃପକ୍ଷ ନବୀକରଣ ପାଇଁ ଆବେଦନ କରିବା ପାଇଁ କଡାକଡି ନିୟମ ରହିଛି। ମାତ୍ର କାରଖାନା କର୍ତ୍ତୃପକ୍ଷ କାହା ସାହସରେ ଶହ ଶହ ଶ୍ରମିକଙ୍କ ଜୀବନ ସହିତ ଖେଳୁଆଡ ମନୋଭାବ ରଖି ବିନା ଅଗ୍ନି ନିରାପତା ପ୍ରମାଣ ପତ୍ରରେ କାରଖାନା ଚାଲୁ ରଖିଛନ୍ତି ଏହା ଉପରେ ବଡ ପ୍ରଶ୍ନ ଉଠିବା ସହିତ ଜିଲ୍ଲାପ୍ରଶାସନର କାର୍ଯ୍ୟଶୈଳୀ ଉପରେ ଅଙ୍ଗୁଳିନିର୍ଦ୍ଦେଶ କରିଛି। ଏଥିପ୍ରତି ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ କାରଖାନା କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ ହେଉଛି। ଏ ସଂର୍ପକରେ କାରଖାନା ସି.ଇ.ଓ ପ୍ରେମସାଗର କୌନଜିଆଙ୍କୁ ଯୋଗାଯୋଗ କରିବାରୁ ସେ ଆମକୁ ଉତ୍ତର ଦେବା ପରିବର୍ତ୍ତେ ତାଙ୍କର ମିଡିଆ ପରାମର୍ଶଦାତା ଅସିମ ଅମିତାଭଙ୍କୁ ଏ ସମ୍ପର୍କରେ ସୂଚନା ଦେବା ସହିତ ଆମ ସହିତ କଥା ହୋଇଥିଲେ। ଘଟଣା ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସୂଚନା ଦେବା ପାଇଁ ଗୋଟିଏ ଦିନ ସମୟ ନେଇଥିଲେ। ଶୁକ୍ରବାର ସଂନ୍ଧ୍ୟାରେ ଅସିମ ଅମିତାଭ କାରଖାନାର ଅଗ୍ନି ନିରାପତା ପ୍ରମାଣପତ୍ର ମିଆଦି ଏପ୍ରିଲ ୨୭ରୁ ଶେଷ ହୋଇଯାଇଥିବା କଥା ସ୍ୱୀକାର କରିଥିଲେ। ଏନେଇ ବିଭାଗୀୟ ଜଣେ ଅଧିକାରୀ ଏହା ଉପରେ ତଦନ୍ତ କରିଥିବାବେଳେ ଲକଡାଉନ୍ ଯୋଗୁଁ ନବୀକରଣ ପାଇଁ ଆବେଦନ କରାଯାଇନଥିବା ସ୍ୱୀକାର କରିବା ସହିତ କିଛି ଦିନ ତଳେ ଆବେଦନ କରିଥିବା କହିଛନ୍ତି। ମାତ୍ର ପ୍ରମାଣ ପତ୍ର ମିଆଦି ଏପ୍ରିଲ ୨୭ରେ ସରି ସାରିଥିବାବେଳେ କମ୍ପାନୀ କର୍ତ୍ତୃପକ୍ଷ ଏହାର ତିନିମାସ ପୂର୍ବରୁ ଅର୍ଥାତ୍‍ ଫେବୃୟାରୀ ମାସରୁ ନବୀକରଣ ପାଇଁ କାହିଁକି ଆବେଦନ କଲେ ନାହିଁ ଏହାକୁ ନେଇ ନାନାପ୍ରକାର ଦ୍ୱନ୍ଦ ସୃଷ୍ଟି ହୋଇଛି। ଏହା ଉପରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ୯ନଂ ଜିଲ୍ଲାପରିଷଦ ସଭ୍ୟ ଅବକାଶ ସାହୁ ଦାବୀ କରିବା ସହିତ କମ୍ପାନୀର ଶ୍ରମିକ ମାରଣାନୀତି ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories