www.samajalive.in
Friday, December 12, 2025
19.1 C
Bhubaneswar

ଦ୍ଵୈତ ନଗରୀର ୭ ରୁଟରେ ଗଡ଼ିବ ‘ମୋ ବସ୍’; ସକାଳ ୭ରୁ ସନ୍ଧ୍ୟା ୭ଟା ଚାଲିବ ଗାଡ଼ି

ଭୁବନେଶ୍ବର: ଆସନ୍ତା କାଲିଠାରୁ କଟକ-ଭୁବନେଶ୍ବର ଦ୍ଵୈତ ନଗରୀରେ ଗଡ଼ିବ ‘ମୋ-ବସ୍’ । ସକାଳ ୭ଟାଠାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ମୋ ବସ୍ ଯାତାୟତ କରିବ । ଏଥିପାଇଁ ୭ଟି ରୁଟ୍ ଚିହ୍ନଟ ହୋଇଛି ଏବଂ ଏହି ରୁଟରେ ବସ୍ ଯାତାୟତ କରିବ । ତେବେ ସବୁଗୁଡ଼ିକ ଅଣ ଶୀତତାପ ନିୟନ୍ତ୍ରିତ ବସ୍ ଚାଲିବ ବୋଲି ସରକାର ସ୍ଥିର କରିଛନ୍ତି ।

- Advertisement -

ସୂଚନା ଅନୁସାରେ ଗାଡ଼ିଗୁଡ଼ିକ ମଧ୍ୟରୁ ୪ଟି ମାଷ୍ଟରକ୍ୟାଣ୍ଟିନରୁ ଛାଡ଼ିବ । ମାଷ୍ଟରକ୍ୟାଣ୍ଟିନରୁ ଛାଡ଼ୁଥିବା ଗାଡ଼ି ସିଡ଼ିଏ, ଖୋର୍ଧା, ସମ୍ ଡ଼ାକ୍ତରଖାନା, ଏମ୍ସ ଯିବ । ସେହିପରି ଏୟାରପୋର୍ଟରୁ ଗୋଟିଏ ବସ୍ ସିଡ଼ିଏ, ନନ୍ଦନ ବିହାରରୁ ଗୋଟିଏ ଗାଡ଼ି ଲିଙ୍ଗିପୁର ଓ ଡ଼ୁମୁଡ଼ୁମାରୁ ଗୋଟିଏ ଗାଡ଼ି ମଞ୍ଚେଶ୍ବର ପର୍ଯ୍ୟନ୍ତ ଚଳାଚଳ କରିବ ।

ଏହା ସହ ବସରେ  ଯାତ୍ରା ନିମନ୍ତେ କେତେକ ସର୍ତ ରଖିଛନ୍ତି ସରକାର। ପ୍ରଥମ ସର୍ତ ହେଉଛି ଯାତ୍ରୀମାନେ କରୋନା ମାର୍ଗଦର୍ଶିକାର ସଠିକ ଅନୁପାଳନ କରିବେ । ବିନା ମାସ୍କରେ ଗାଡ଼ିରେ ଯାତ୍ରା କରାଯାଇ ପାରିବ ନାହିଁ । ସେହିପରି ଟିକେଟ୍ ମୂଲ୍ୟ ଯାହା ସେତିକି ଟଙ୍କାର ଖୁଚୁରା ଦେବାକୁ ପଡ଼ିବ ।

ସେହିପରି ବସ୍‌ରେ  ଯେତିକି ସିଟ ରହିଛି ସେତିକି ଲୋକ ଯାଇପାରିବେ । ବସ୍‌ ଭିତରେ କେହି ଛିଡ଼ା ହୋଇ ଯାଇପାରିବେ ନାହିଁ । ସିଟ୍ ଖାଲି ନଥିଲେ ଯାତ୍ରୀଙ୍କୁ ଉଠାଯିବ ନାହିଁ । ସେହିପରି ଯାତ୍ରା ସମୟରେ ନିଜ ସାନିଟାଇଜର ନିଜ ସାଥିରେ ରଖନ୍ତୁ ବୋଲି ମଧ୍ୟ ପରାମର୍ଶ ଦିଆଯାଇଛି ।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories