www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରମିକଙ୍କର ଅଂଶୁଘାତ ଜନିତ ମୃତ୍ୟୁ ଅଭିଯୋଗ

ବଡ଼ସାହି : ରବିବାର ମୟୂରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନ ଘୁଷୁରିଆ ଗ୍ରାମର ଜଣେ ଶ୍ରମିକଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ ଅଭିଯୋଗ ହୋଇଛି। ମୃତକ ଜଣଙ୍କ ହେଲେ ଲେଙ୍ଗା ସିଂଙ୍କ ପୁଅ ଅର୍ଜୁନ(୩୫)। ସେ ଦିନ ବେଳେ ପାଉଁଶିଆ ଗ୍ରାମକୁ ରାଜମିସ୍ତ୍ରୀ କାର୍ଯ୍ୟରେ ଶ୍ରମିକ ଭାବେ କାର୍ଯ୍ୟ କରିବାକୁ ଯାଇ ସନ୍ଧ୍ୟା ବେଳେ ଘରକୁ ଫେରିଥିଲେ। ପାଣି ମାଗି ପିଇବା ପରେ ସେହିଠାରେ ଟଳି ପଡ଼ିଥିଲେ। ପରିବାର ଲୋକେ ସଙ୍ଗେସଂଙ୍ଗେ ତାଙ୍କୁ ବଡ଼ସାହି ଡ଼ାକ୍ତରଖାନାକୁ ଆଣିଥିଲେ ହେଁ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ୍‍ ଡ଼ାକ୍ତରଖାନାକୁ ଯାଇ ତଦନ୍ତ କରୁଛି। ରବିବାର ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ଦିନର ତାପମାତ୍ରା ମଧ୍ୟ ସର୍ବାଧିକ ଥିଲା। ପରିବାର ଲୋକେ ଅର୍ଜୁନଙ୍କର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ପୁଲିସ ପାଖରେ ଅଭିଯୋଗ କରିଛନ୍ତି। ବଡ଼ସାହି ଜୋନ କଂଗ୍ରେସ ସଭାପତି ଶଶାଙ୍କ ଶେଖର କର ଘଟଣାର ତଦନ୍ତ ପୂର୍ବକ ମୃତକ ପରିବାରକୁ ସରକାରୀ ସହାୟତା ପ୍ରଦାନ ପାଇଁ ଦାବି କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories