www.samajalive.in
Monday, December 8, 2025
24.1 C
Bhubaneswar

ପାଟଣା ନିର୍ବାଚନ ମଣ୍ଡଳୀରେ କୋଭିଡ୍ ସ୍ଥିତି ପଚାରି ବୁଝିଲେ ପିସିସି ସଭାପତି

ପାଟଣା : ରାଜ୍ୟ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ପାଟଣା ନିର୍ବାଚନ ମଣ୍ଡଳୀରେ କୋଭିଡ୍ – ୧୯ ପରିଚାଳନା ସ୍ଥିତି ସମ୍ପର୍କରେ ଦଳୀୟ ବିଧାୟକ ପ୍ରାର୍ଥୀ ଥିବା ଯୁବ ନେତା ଇଂ ବିନୋଦ ବିହାରୀ ନାଏକଙ୍କୁ ପଚାରି ବୁଝିବା ସହ ସ୍ଥିତି ଓ ପ୍ରଗତି ସମ୍ପର୍କରେ ନଜର ରଖିବାକୁ ପରାମର୍ଶ ଦେଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ଓ ସାହାରପଡା ଅଞ୍ଚଳ ସହ ଝୁମ୍ପୁରା ଓ ଚମ୍ପୁଆ ବ୍ଲକର ଆଜି ପର୍ଯ୍ୟନ୍ତ କୋଭିଡ – ୧୯ ଜନିତ କାର୍ଯ୍ୟକ୍ରମ ସମ୍ପର୍କରେ ବିନୋଦ ବିହାରୀ ନାଏକ ତାଙ୍କୁ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ପାଟଣା ବ୍ଲକରେ ମୋଟ ୨୨ଟି ସଙ୍ଗରୋଧ କେନ୍ଦ୍ର କରାଯାଇଛି। ଦୁଇ ହଜାର ପ୍ରବାସୀ ବ୍ଲକ ଅଞ୍ଚଳକୁ ଫେରିବାକୁ ନାମ ପଞ୍ଜିକରଣ କରିଥିବାବେଳେ ଆଜି ସୁଧା ୨୦୩ ଜଣ ଫେରିଛନ୍ତି। ସେହିଦିନ ସାହାରପଡା ବ୍ଲକରେ ୩୫ଟି ସଙ୍ଗରୋଧ କେନ୍ଦ୍ର ହୋଇଛି। ୨ହଜାର ୩୮୭ ଜଣ ନାମ ପଞ୍ଜିକରଣ କରିଥିବାବେଳେ ମାତ୍ର ୧୫୪ ଜଣ ବ୍ଲକ ଅଞ୍ଚଳକୁ ଫେରିଛନ୍ତି। ସେହିପରି ଝୁମ୍ପୁରା ବ୍ଲକରେ ୧୬୯୫ଜଣ ପ୍ରବାସୀ ନାମ ପଞ୍ଜିକରଣ କରିଥିବାବେଳେ ମାତ୍ର ୨ଶହ ଜଣ ପ୍ରବାସୀ ବ୍ଲକ ଅଞ୍ଚଳକୁ ଫେରିଛନ୍ତି ଓ ବ୍ଲକ ଅଞ୍ଚଳରେ ୩୬ଟି ସଙ୍ଗରୋଧ କେନ୍ଦ୍ର ହୋଇଛି। ସେହିପରି ଚମ୍ପୁଆ ବ୍ଲକରେ ୧୦୩୬ଜଣ ପ୍ରବାସୀ ନାମ ପଞ୍ଜିକରଣ କରିଥିବାବେଳେ ମାତ୍ର ୧୫୧ ଜଣ ଫେରିଛନ୍ତି। ଏହି ବ୍ଲକ ଅଞ୍ଚଳରେ ୩୧ଟି ସଙ୍ଗରୋଧ କେନ୍ଦ୍ର ହୋଇଛି। ଏହି ସବୁ ଅଞ୍ଚଳ ପାଇଁ ସଙ୍ଗରୋଧ କେନ୍ଦ୍ରରେ ୭୪୬୮ଟି ଶଯ୍ୟା ବ୍ୟବସ୍ଥା କରାଯାଇଛି। ଆଜି ସୁଧା ଏହି ସବୁ ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରମାନଙ୍କରେ ଥିବା ପ୍ରବାସୀମାନଙ୍କ ମଧ୍ୟରୁ ୩୧ଜଣ ପ୍ରବାସୀଙ୍କର ସଙ୍ଗରୋଧ ସମୟ ସରିବା ପରେ ସେମାନଙ୍କୁ ଘରକୁ ପଠାଯାଇଥିବା ପିସିସି ସଭାପତିଙ୍କୁ ସୂଚନା ଦିଆଯାଇଛି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories