www.samajalive.in
Thursday, December 11, 2025
18.1 C
Bhubaneswar

ଜୁନ୍ ୧ରୁ ଚାଲିବ ନିୟମିତ ଟ୍ରେନ୍; ଖୁବ୍ ଶୀଘ୍ର ଆରମ୍ଭ ହେବ ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ଆସନ୍ତା ୧ ତାରିଖରୁ ରେଳବାଇ ଆରମ୍ଭ କରିବ ଯାତ୍ରୀବାହୀ ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ବଛାବଛା ରୁଟ ଟ୍ରାକରେ ଗଡ଼ିବ ୨୦୦ ଟ୍ରେନ୍ । ସବୁ ଟ୍ରେନ୍ ଅଣ ଶୀତତାପ ନିୟନ୍ତ୍ରିତ ହେବ ଏବଂ ଖୁବ୍ ଶୀଘ୍ର ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ତେବେ କେଉଁକେଉଁ ରେଳପଥରେ ଗାଡ଼ି ଚଳାଚଳ କରିବ ତାହା ଏଯାଏ ସ୍ପଷ୍ଟ ହୋଇନାହିଁ ।

- Advertisement -

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଟ୍ରେନରେ ଯାତାୟତ ନିମନ୍ତେ ରେଳବାଇ କିଛି ସର୍ତ ରଖିଛି । ଟିକେଟ୍ ସବୁ ଅନ୍ ଲାଇନ୍ କରାଯିବ ଏବଂ ବିନା ଟିକେଟରେ ରେଳ ଷ୍ଟେସନ ମଧ୍ୟକୁ ପ୍ରବେଶ କରି ହେବ ନାହିଁ । ଏହି ଟ୍ରେନ୍ ପାଇଁ ଓ୍ଵେଟିଂ ଲିଷ୍ଟ ଟିକେଟ୍ ମଧ୍ୟ ମିଳିପାରେ, ମାତ୍ର ତତ୍କାଳ କିମ୍ବା ପ୍ରିମିୟର ତତ୍କାଳ ପରି ବ୍ୟବସ୍ଥା ହେବ ନାହିଁ। ଏହି ଟ୍ରେନ୍‌ର ବୁକିଂ ଆଇଆରସିଟିସିର ଓ୍ଵେବ୍‌ସାଇଟ୍‌ ଜରିଆରେ ହେବ। ବୁକିଂ କେଉଁ ଦିନ ଆରମ୍ଭ ହେବ ଏହାର ଶୀଘ୍ର ଘୋଷଣା କରାଯିବ ବୋଲି ଶ୍ରୀ ଗୋଏଲ କହିଛନ୍ତି ।

Hot this week

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

ଦରମା ଓ ଭତ୍ତା ବୃଦ୍ଧିକୁ ବିରୋଧ କଲେ : ବିଧାୟକ ଲକ୍ଷ୍ମଣ ମୁଣ୍ତା

ଭୁବନେଶ୍ୱର - ଗତ ମଙ୍ଗଳବାର ବିଧାନସଭା ଗୃହରେ ପାରିତ ହୋଇଥିବା ବିଧାୟକ...

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

Related Articles

Popular Categories