www.samajalive.in
Monday, December 8, 2025
24.1 C
Bhubaneswar

ହତ୍ୟା ଅଭିଯୋଗରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ କୋର୍ଟ ଚଲାଣ

ଆଗଲପୁର : ବଲାଙ୍ଗିର ଜିଲା ଆଗପୁର ଫାଣ୍ଡି ଅନ୍ତର୍ଗତ ଇଂସା ଗ୍ରାମର ବିବାହିତା ସୁବାସିନୀ ବରିହାଙ୍କୁ ହତ୍ୟା କରାଯାଇଥିବା ସୁବାସିନୀର ପିତା କୁନ୍ଦା ବରିହା ଅଭିଯୋଗ କରିଥିଲେ। ଅଭିଯୋଗ ଅନୁସାରେ ଆଗଲପୁର, ଲୋଇସିଂହା ପୁଲିସ ଓ ବଲାଙ୍ଗିର ଏସଡିପିଓ ଶ୍ରୀମନ୍ତ ବାରିକ ଏହି ଘଟଣାର ତଦନ୍ତ କରି ଶବ ବ୍ୟବଚ୍ଛେଦ ପାଇଁ ବଲାଙ୍ଗିର ପଠାଇବା ସହ ମୃତ ସୁବାସିନୀ ବରିହାର ସ୍ୱାମୀ ଛତ୍ରପତି ଶିବାଜୀ ବରିହାକୁ ଗିରଫ କରି କୋର୍ଟ ଚଲାଣ କରାଯାଇଥିବା ସୂଚନା ମିଳିଛି।
ସୂଚନାରୁ ପ୍ରକାଶ ଯେ, ଗତ୧୫ ତାରିଖ ରାତି ୮ ସମୟରେ ଛତ୍ରପତି ଶିବାଜୀ ପ୍ରଚୁର ମଦ ପିଇ ଘରେ ଭିତରପଟୁ କବାଟ ଦେଇ ମାରି ଦେଇଥିବାର ଅଭିଯୋଗ ହୋଇଥିଲା। ଏବିଷୟରେ ଆଗଲପୁର ପୁଲିସ ଖବର ପାଇ ଶିବାଜୀକୁ ପଚରା ଉଚୁରା କରିବା ସମୟରେ ମୋର ସ୍ତ୍ରୀ କୁ ମୁଁ ମାରିଦେଇଛି ତୁମେ କଣ କରିବ ବୋଲି ପୁଲିସକୁ କହିଥିଲା। କିନ୍ତୁ ସେ ବିଭିନ୍ନ ସମୟରେ ସେ ନିଜ ବୟାନକୁ ପରିବର୍ତ୍ତନ କରୁଥିବା ମଧ୍ୟ ପୁଲିସ କହିଛି। ଏହାର ଅନେକ ତଥ୍ୟ ଅନୁସନ୍ଧାନ ପରେ ଅଭିଯୁକ୍ତକୁ ଆଜି କୋର୍ଟ ଚଲାଣ କରାଯାଇଥିବା ଲୋଇସିଂହା ଥାନଅଧକାରୀ ସୂଚନା ଦେଇଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories