www.samajalive.in
Monday, December 8, 2025
13.1 C
Bhubaneswar

ରାୟଗଡା ବିଜେଡ଼ି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୨୫.୪୬ ଲକ୍ଷ ଟଙ୍କା ପ୍ରଦାନ

ଭୁବନେଶ୍ବର: ରାଜ୍ୟରେ କୋଭିଡ ୧୯ର ମୁକାବିଲାରେ ସହଯୋଗ କରିବା ପାଇଁ ରାୟଗଡା ଜିଲ୍ଲା ବିଜୁ ଜନତା ଦଳର ସଦସ୍ୟମାନେ ଆଗେଇ ଆସିଛନ୍ତି। ବିଜୁ ଜନତା ଦଳର ରାୟଗଡା ଜିଲ୍ଲା ଶାଖାର ସଦସ୍ୟ ମାନେ ସମୁଦାୟ ୨୫,୪୬,୯୬୪ ଟଙ୍କା ସଂଗ୍ରହ କରି ଅନୁସୂଚିତ ଜାନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ  ଜଗନ୍ନାଥ ସାରକା, ଜିଲ୍ଲା ବିଜୁ ଜନତା ଦଳ ସଭାପତି ସୁଧୀର ଦାସଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ  ପ୍ରଦାନ କରିଛନ୍ତି । ଏହି ଅର୍ଥ ପ୍ରଦାନ ସମୟରେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ତଥା ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ  ସଂଜୟ ଦାସବର୍ମା ଉପସ୍ଥିତ ଥିଲେ ।ରାୟଗଡା ଜିଲ୍ଲା ବିଜୁ ଜନତା ଦଳର କର୍ମୀ ମାନଙ୍କ ଏହି ସହୃଦୟତା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଜଣାଇଛନ୍ତି।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories