www.samajalive.in
Wednesday, December 10, 2025
26.1 C
Bhubaneswar

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟଶସ୍ୟ ଯୋଗାଣ ଲାଗି ଆତ୍ମନିର୍ଭର ଭାରତ ଯୋଜନାର ଶୁଭାରମ୍ଭ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ପ୍ୟାକେଜ ଅନ୍ତର୍ଗତ ପ୍ରବାସୀ ଶ୍ରମିକମାନଙ୍କୁ ମାସିକ ମୁଣ୍ଡ ପିଛା ୫ କିଗ୍ରା ଲେଖାଏଁ ଖାଦ୍ୟଶସ୍ୟ ଯୋଗାଇ ଦେବାକୁ ଭାରତ ସରକାର ଘୋଷଣା କରିଛନ୍ତି । ମେ ଓ ଜୁନ ଦୁଇ ମାସ ପାଇଁ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନା ଏବଂ ରାଜ୍ୟ ପିଡିଏସ କାର୍ଡ ଯୋଜନାରେ ସାମିଲ ନଥିବା ଦେଶର ୮କୋଟି ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ । ଭାରତ ସରକାର ଏହି ଯୋଜନାର ସମ୍ପୂର୍ଣ୍ଣ ବ୍ୟୟଭାର ୩୫୦୦ କୋଟି ଟଙ୍କା ପ୍ରଦାନ କରିବେ । ଏହି ଯୋଜନାରେ ସାରା ଦେଶରେ ୮ ଲକ୍ଷ ମେଟ୍ରିକ ଟନ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ।
ଭାରତୀୟ ଖାଦ୍ୟ ନିଗମ ପକ୍ଷରୁ ଏହି ଯୋଜନାରେ ଖାଦ୍ୟଶସ୍ୟ ବିତରଣ ଆରମ୍ଭ ହୋଇଯାଇଛି । ଯୋଗ୍ୟ ପ୍ରବାସୀ ଶ୍ରମିକମାନଙ୍କୁ ବିତରଣ କରିବା ଲାଗି ଶନିବାର ତାମିଲନାଡ଼ୁରୁ ୧୧୦୯ ମେଟ୍ରିକ ଟନ ଏବଂ କେରଳରୁ ୧୫୧ ମେଟ୍ରିକ ଟନ ଖାଦ୍ୟ ଶସ୍ୟ ସମ୍ପୃକ୍ତ ରାଜ୍ୟସରକାରଙ୍କୁ ପ୍ରଦାନ କରାଯାଇଛି । ସାରା ଦେଶରେ ପ୍ରବାସୀ ଶ୍ରମିକମାନଙ୍କୁ ଏହି ଯୋଜନାରେ ଖାଦ୍ୟଶସ୍ୟ ଯୋଗାଇ ଦେବା ଲାଗି ବିଭିନ୍ନ ପ୍ରକାରର ବ୍ୟବସ୍ଥା କରାଯାଇଛି ତଥା ଏଥିପାଇଁ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଯଥେଷ୍ଟ ପରିମାଣର ଷ୍ଟକ ମହଜୁଦ ରଖାଯାଇଛି । ଦେଶର ଯେକୌଣସି ଭାଗରେ ଖାଦ୍ୟଶସ୍ୟ ଆବଶ୍ୟକତା ପୂରଣ ଲାଗି ଆଣ୍ଡାମାନ ଦ୍ବୀପ ଓ ଲାକ୍ଷାଦ୍ବୀପ ସମେତ ଦେଶର ବିଭିନ୍ନ କୋଣଅନୁକୋଣରେ ଥିବା ୨୧୨୨ଟି ପଣ୍ୟାଗାରରେ ଯଥେଷ୍ଟ ପରିମାଣରେ ଖାଦ୍ୟଶସ୍ୟ ରଖାଯାଇଛି । ଖାଦ୍ୟଶସ୍ୟ ଉତ୍ପାଦନ ହେଉଥିବା କ୍ଷେତ୍ରରୁ ସଡ଼କ, ରେଳ ଓ ସାମୁଦ୍ରିକ ପଥ ଦେଇ ଖାଦ୍ୟଶସ୍ୟର ଷ୍ଟକ ଉପଭୋକ୍ତା ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ନିୟମିତ ଭାବେ ପ୍ରେରଣ କରାଯାଉଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories