www.samajalive.in
Wednesday, December 10, 2025
18.1 C
Bhubaneswar

ପ୍ରଦୀପ ଦାସ ଇରେଡାର ନୂଆ ସିଏମଡି

ନୂଆଦିଲ୍ଲୀ:ବରିଷ୍ଠ କଷ୍ଟ ଆକାଉଟାଣ୍ଟ ଓ କମ୍ପାନୀ ସେକ୍ରେଟାରୀ ଅଧିକାରୀ ପ୍ରଦୀପ କୁମାର ଦାସ ଇଣ୍ଡିଆନ ନବୀକୃତ ଶକ୍ତି ବିକାଶ ଏଜେନ୍ସି ଲିଃ  (ଇରେଡା)ର ନୂଆ ଅଧ୍ୟକ୍ଷ ଓ ମୁଖ୍ୟ ପରିଚାଳନା ନିର୍ଦେଶକ (ସିଏମଡି) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ପ୍ରଦୀପ କୁମାର ଦାସ ଏହା ପୂର୍ବରୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ(ଆଇଟିଡିସି)ର ବିତ୍ତ ନିର୍ଦେଶକ ଓ ମୁଖ୍ୟ ଆର୍ଥିକ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ । ଆଇଟିଡିସିର ଡିଏଫ ଭାବରେ ସେ କମ୍ପାନୀର ଆର୍ଥିକ ପରିଚାଳନା ଖୁବ ପାରଦର୍ଶୀ ଓ ବଳିଷ୍ଠ ଢଙ୍ଗରେ ସଂଗଠିତ କରିବା ସାଙ୍ଗକୁ ଏହି ସଂସ୍ଥାକୁ ନାସନାଲ ଷ୍ଟକ ଏକ୍ସଚେଞ୍ଜରେ ଟ୍ରେଡ଼ ଫର ଟ୍ରେଡ଼ ଶୈଳୀରେ ବ୍ୟାପାର କରିବା ପାଇଁ ଯୋଗ୍ୟ ବିବେଚିତ କରାଇ ପାରିଥିଲେ । ଏହା ସହିତ ଆଇଟିଡିସି ଅଧୀନସ୍ଥ ହୋଟେଲ ମାନଙ୍କରେ ପୁଞ୍ଜି ପ୍ରତ୍ୟାହାର ସୁଚାରୁ ରୂପେ ସମ୍ପର୍ଣ୍ଣ କରିବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ । ଏହା ପୂର୍ବରୁ ଶ୍ରୀ ଦାସ ଆର୍ଇସିଭେଲ , ଏନପିସିଆଇଏଲ , ବିଏଚ୍ଏଫଭି ଓ କେପିଏଲ ଆଦି ସଂସ୍ଥାର ଗୁରୁତ୍ୱପୂର୍ଣ ପଦ ପଦବୀ ମାନଙ୍କରେ ରହି ଜଣେ ଓଡ଼ିଆ ଅଧିକାରୀ ଭାବେ ଖୁବ ସୁନାମ ଅର୍ଜନ କରିଛନ୍ତି।
ଯାଜପୁର ଜିଲ୍ଲାର ରଣପୁର ନିବାସୀ ଶ୍ରୀ ଦାସ ଶ୍ରୀଵନ୍ତ ହାଇସ୍କୁଲରେ ତାଙ୍କର ଶିକ୍ଷା ସମାପ୍ତ କରି କଲକାତା ବିଶ୍ୱବିଦ୍ୟାଳୟରୁ ଵିକମ ଅନର୍ସରେ ଡିଗ୍ରୀ ଲାଭ କରିଥିଲେ। ଏହାପରେ ସେ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କଷ୍ଟ ଆକାଉଟାଣ୍ଟ ଅଫ ଇଣ୍ଡିଆର ଫେଲୋ ଓ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ କମ୍ପାନୀ ସେକ୍ରେଟେରିଜ ଅଫ ଇଣ୍ଡିଆ ର ସହଯୋଗୀ ସଦସ୍ୟ ହେବାର ମାନ୍ୟତା ହାସଲ କରିଥିଲେ। ଏହାସହିତ ଭୁବନେଶ୍ୱର ଜାଭିଅର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ମ୍ୟାନେଜେମେଣ୍ଟରୁ ମ୍ୟାନେଜେମେଣ୍ଟରେ ପି.ଜି. ଡିପ୍ଲୋମା ଯୋଗ୍ୟତା ଅର୍ଜନ କରିଥିଲେ।ଇରେଡାର ସର୍ବୋଚ୍ଚ ପଦବୀରେ ଯୋଗଦେବା ପରେ ରାଷ୍ଟ୍ରର ଶକ୍ତି ସୁରକ୍ଷା ଦିଗରେ ଇରେଡା ଖୁବ ପ୍ରଭାବଶାଳୀ ଯୋଗଦାନ ପ୍ରଦାନ କରିବ ବୋଲି ପ୍ରକାଶ କରିଛନ୍ତି।

 

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories