www.samajalive.in
Wednesday, December 10, 2025
18.1 C
Bhubaneswar

ଆସନ୍ତାକାଲିଠାରୁ ୨ୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ : ସ୍ବଦେଶ ଫେରିବା ପାଇଁ ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟଙ୍କ ପଞ୍ଜିକରଣ

ନୂଆଦିଲ୍ଲୀ : ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନ୍‍ ଆସନ୍ତାକାଲିଠାରୁ ଆରମ୍ଭ ହୋଇ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ପର୍ଯ୍ୟାୟରେ ୩୧ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ । ଏଥିପାଇଁ ୧୪୯ଟି ବିମାନକୁ ମୁତୟନ କରାଯାଇଛି । ଦ୍ୱିତୀୟ ପର୍ଯ୍ୟାୟ ବନ୍ଦେ ଭାରତ ମିଶନରେ ଆଉ ଅତିରିକ୍ତ ୧୮ଟି ଦେଶକୁ ସାମିଲ କରାଯାଇଛି । ସେଗୁଡ଼ିକ ମଧ୍ୟରେ ଇଣ୍ଡୋନେସିଆ, ଥାଇଲାଣ୍ଡ, ଅଷ୍ଟ୍ରେଲିଆ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ, ଆୟାରଲାଣ୍ଡ, କାନାଡ଼ା, ଜାପାନ, ନାଇଜେରିଆ, କାଜଖସ୍ତାନ, ୟୁକ୍ରେନ୍‍, କିରଗିଜସ୍ତାନ, ବେଲାରୁଷ, ଜର୍ଜିଆ, କାଜିକିସ୍ତାନ ଓ ଆର୍ମେନିଆ ଆଦି ରହିଛି । ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବା ପାଇଁ ବର୍ତ୍ତମାନ ସୁଦ୍ଧା ୧ଲକ୍ଷ ୮୮ହଜାରରୁ ଅଧିକ ଭାରତୀୟ ପଞ୍ଜିକରଣ କରିଛନ୍ତି।

ବନ୍ଦେ ଭାରତ ମିଶନରେ ପ୍ରଥମ ପର୍ଯ୍ୟାୟରେ ମୋଟ୍‍ ୫୬ଟି ବିମାନରେ ୧୨ଟି ଦେଶରୁ ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯାଇଛି । ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ କହିଛନ୍ତି, ଏହା ବ୍ୟତୀତ ଆଇଏନ୍‍ଏସ୍‍ ଜଳାସ୍ୱ ଓ ଆଇଏନ୍‍ଏସ୍‍ ମଗରରେ ମାଳଦୀପରୁ ୯୦୪ ଜଣ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଇଛି । ଦେଶର ବହୁ ଲୋକ ବିମାନ ଯୋଗେ ବିଭିନ୍ନ ଦେଶରୁ ଆସି ପହଞ୍ଚୁଛନ୍ତି । ଗତ କିଛି ଦିନ ମଧ୍ୟରେ ୧୨ହଜାରରୁ ଅଧିକ ଭାରତୀୟ ନିରାପଦରେ ଆସି ଦେଶରେ ପହଞ୍ଚିଛନ୍ତି ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories