www.samajalive.in
Monday, December 8, 2025
24.1 C
Bhubaneswar

ରାଜକନିକା ବ୍ଲକରୁ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ସମାଜ ପୋର୍ଟାଲ ଡେସ୍କ : ଆଜି କେନ୍ଦ୍ରାପଡା ଜିଲାରୁ ଚିହ୍ନଟ ୧୩ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ରାଜକନିକା ବ୍ଲକର ଜଣେ ଆକ୍ରାନ୍ତ ରହିଛନ୍ତିି । ଏହା ରାଜକନିକା ବ୍ଲକର ପ୍ରଥମ କରୋନା ଆକ୍ରାନ୍ତ । ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣଙ୍କ ଲହୁଣି ପଞ୍ଚାୟତର ହୋଇଥିବା ବେଳେ ସେ ସୁରତରୁ ଫେରିଥିଲେ । ସେ ସୁରତରୁ ଫେରି ରାଜକନିକା କୋଇଲିପୁର ପଞ୍ଚାୟତର ଗୋପିନାଥ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସରକାରୀ କ୍ବାରେଣ୍ଟାଇନରେ ରହିଥିଲେ । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଯୁବକଙ୍କ ବୟସ ୨୬ ବର୍ଷ ବୋଲି ଜଣାପଡିଛି । ଉକ୍ତ ଯୁବକ ଜଣଙ୍କ ରକ୍ତ ନମୁନା ୭ ଦିନ ତଳେ ପରୀକ୍ଷା ପାଇଁ ଯାଇଥିବା ବେଳେ ଆଜି ରିପୋର୍ଟ ଆସିଥିଲା ।

ରାଜକନିକାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜକନିକା ପ୍ରଶାସନର ଚିନ୍ତା ବଢିଯାଇଛି । କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା କୋଇଲିପୁର ସ୍କୁଲ କ୍ବାରେଣ୍ଟାଇନ ସେଣ୍ଟର ପରିସରରେ ରାଜକନିକା ବିଡିଓ ଶୁଭଦର୍ଶୀ ଯୋଶୀ, ରାଜକନିକା ଆଇଆଇସି, ମେଡିକାଲ ଟିମ୍ ପହଞ୍ଚି କ୍ବାରେଣ୍ଟାଇନରେ ଥିବା ଅନ୍ୟ ବ୍ୟକ୍ତିମାନଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଚିହ୍ନଟ ଯୁବକଙ୍କୁ କଟକର ଅଶ୍ଵନୀ ହସ୍ପିଟାଲକୁ ପଠାଇବାର ବ୍ୟବସ୍ଥା କରିଥିଲେ। ରାଜକନିକା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସ୍କୁଲ ପରିସରକୁ ସାନିଟାଇଜ କରିଛନ୍ତି ।

- Advertisement -


ସୂଚନାଯୋଗ୍ୟ ଆଜି କେନ୍ଦ୍ରାପଡାରୁ ଚିହ୍ନଟ ୧୩ ଜଣଙ୍କୁ ମିଶାଇ ଜିଲାରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨ ରେ ପହଞ୍ଚିଛି । ଆଜି ଜିଲାରୁ ଚିହ୍ନଟ ସମସ୍ତ ୧୩ ଜଣ ସୁରତ ଫେରନ୍ତା ହୋଇଥିବା ବେଳେ ସମସ୍ତେ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲେ ବୋଲି କେନ୍ଦ୍ରାପଡା ଜିଲାପାଳ ଟ୍ବିଟ କରି ସୂଚନା ଦେଇଛନ୍ତି ।

Hot this week

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

Related Articles

Popular Categories