www.samajalive.in
Friday, December 12, 2025
19.1 C
Bhubaneswar

୨୦୨୨ ଯାଏଁ ରହିପାରେ କରୋନା ସଂକ୍ରମଣ ପ୍ରଭାବ

ସମାଜ ପୋର୍ଟାଲ ଡେସ୍କ: କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଏହି ମହାମାରୀ କେବେ ତାର ପ୍ରଭାବ ପକାଇବା ବନ୍ଦ କରିବ ସେ ନେଇ ଭିନ୍ନ ମତ ପ୍ରକାଶ ପାଇବାରେ ଲାଗିଛି। ନ୍ୟୁୟର୍କ ଟାଇମ୍ସ ନ୍ୟୁଜ୍ ସର୍ଭିସ ଅନୁଯାୟୀ କରୋନା ମହାମାରୀ ଦୀର୍ଘ ସମୟ ଧରି ରହିପାରେ ବୋଲି ଏକ ଗବେଷଣାରୁ ଜଣାପଡିଛି। ଗବେଷକମାନେ କହିଛନ୍ତି ଯେ ସମଗ୍ର ବିଶ୍ୱରେ କେବଳ ଗୋଟିଏ ଥର ସାମାଜିକ ଦୂରତା ସେତେ ଅଧିକ ପ୍ରଭାବଶାଳୀ ହେବ ନାହିଁ। ଆସନ୍ତା ଦୁଇ ବର୍ଷ ପାଇଁ ଆମକୁ ନିଜକୁ ସୁରକ୍ଷିତ ରଖିବାକୁ ପଡିବ। ସେମାନେ ପୂର୍ବାନୁମାନ କରିଛନ୍ତି ଯେ ସଂକ୍ରମଣର ଭବିଷ୍ୟତ ଭୌଗଳିକ ଅବସ୍ଥିତି, ପରିବେଶ, ସାମାଜିକ ଦୂରତା ଏବଂ ଅଧିକ ରୋଗ ପ୍ରତିଷେଧକ ଶକ୍ତି ଉପରେ ନିର୍ଭର କରିବ। ତେଣୁ ନିକଟ ଭବିଷ୍ୟତରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ହ୍ରାସ ହେବା ପରେ ଏହା ଆଉ ସଂକ୍ରମଣ କରିବ ନାହିଁ ବୋଲି ଭାବିବା ଉଚିତ ନୁହେଁ। ଭବିଷ୍ୟତରେ ଏହି ସଂକ୍ରମଣ ମଧ୍ୟ ତାର ପ୍ରଭାବ ଦେଖାଇ ପରେ କିମ୍ବା ବର୍ତ୍ତମାନଠାରୁ ଏଥିରେ ହଠାତ୍ ବୃଦ୍ଧି ହୋଇପାରେ |

ହାର୍ଭାର୍ଡ ଏଚଟି ଚାନ୍ ସ୍କୁଲ ଅଫ ପବ୍ଲିକ ହେଲ୍ଥର ମହାମାରୀ ବିଶେଷଜ୍ଞ ଡାକ୍ତର ମାର୍କ ଲିପସିଚ କହିଛନ୍ତି ଯେ ଏହି ସଂକ୍ରମଣ ବନ୍ଦ କରିବା ଅତ୍ୟନ୍ତ କଷ୍ଟକର। ମିନେସୋଟା ବିଶ୍ୱବିଦ୍ୟାଳୟ ଏବଂ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରେ ହୋଇଥିବା ଦୁଇଟି ଅଧ୍ୟୟନର ସହ ଲେଖକ ଥିବା ଲିପସିଚ ଆସନ୍ତା ମାସରେ ମହାମାରୀର ସମ୍ଭାବ୍ୟ ରୂପରେଖ ଉପସ୍ଥାପନ କରିଛନ୍ତି। ଗୋଟିଏ ଅଧ୍ୟୟନରେ କରୋନାର ତିନୋଟି ଅବସ୍ଥା ବର୍ଣ୍ଣନା କରାଯାଇଥିବାବେଳେ ଦ୍ୱିତୀୟଟି ପରିବେଶ ଜନିତ ରୋଗ ପ୍ରତିରୋଧକ ଶକ୍ତି ଏବଂ ସାମାଜିକ ଦୂରତା ଉପରେ ସୂଚନା ଦିଆଯାଇଛି।

- Advertisement -

କେମିତି ବ୍ୟାପିବ କରୋନା?
ଏହି ସଂକ୍ରମଣ ପ୍ରଥମେ ହ୍ରାସ ପାଇବା ପରେ ପୁଣି ଚଳିତ ବର୍ଷ ବୃଦ୍ଧି ପାଇବ। ୨୦୨୨ ସୁଦ୍ଧା କ୍ରମାଗତ ଅସ୍ଥିରତା ପରେ କରୋନା ମହାମାରୀ ସମ୍ପୂର୍ଣ୍ଣ ଶେଷ ହୋଇଯିବ। ଦ୍ଵିତୀୟ ଥର ଏହି ସଂକ୍ରମଣ ଶୀତଦିନେ ଅଧିକ ପ୍ରଭାବ ପକାଇବ। କିନ୍ତୁ ଆସନ୍ତା ଦୁଇ ବର୍ଷ ଯାଏଁ କରୋନା ସଂକ୍ରମଣ କିଛି କିଛି ମାତ୍ରାରେ ପ୍ରଭାବ ବିସ୍ତାର କରିବ। ଏହାକୁ ଫଲ ପିକ ମଡେଲ । ୧୯୧୮ – ୧୯ରେ ଦେଖା ଦେଇଥିବା ସ୍ପାନିସ ଫ୍ଲୁ ଭଳି ଏହା ତାର ପ୍ରଭାବ ବିସ୍ତାର କରିବ ବୋଲି ଏହି ଗବେଷଣା ଉପଲବ୍ଧ ତଥ୍ୟରୁ ସୂଚନା ମିଳିଛି। ସୂଚନା ଅନୁଯାୟୀ ଏହି କରୋନା ସଂକ୍ରମଣ ମାର୍ଚ୍ଚରୁ ତୀବ୍ର ବେଗରେ ବୃଦ୍ଧି ପାଇଁ ମେ’ ମାସ ବେଳକୁ ଶିଖର ସ୍ଥରରେ ପହଞ୍ଚିବା ପରେ ୨୦୨୨ ପର୍ଯ୍ୟନ୍ତ ଧୀର ଗତିରେ ପ୍ରଭାବ ପକାଇବ। ତେଣୁ ବିଶେଷଜ୍ଞମାନେ କହିଛନ୍ତି ଯେ ଆସନ୍ତା ୧୮ରୁ ୨୪ ମାସ ଯାଏଁ ଆମେ କୋଭିଡ୍ ସଂକ୍ରମଣ ପାଇଁ ପ୍ରସ୍ତୁତ ରହିବ ଆବଶ୍ୟକ। ଏହି ସମୟ ମଧ୍ୟରେ ବିଭିନ୍ନ ଭୌଗଳିକ କ୍ଷେତ୍ରରେ କରୋନା ହଟ-ସ୍ପଟ୍ ସୃଷ୍ଟି ହେବା ବୋଲି ଜଣାପଡିଛି।

ସାମାଜିକ ଦୂରତା, ପ୍ରତିରୋଧକ ଶକ୍ତି ଏବଂ ଜଳବାୟୁର ଭୂମିକା
ଦ୍ୱିତୀୟ ଅଧ୍ୟୟନରେ, ଅନୁସନ୍ଧାନକାରୀମାନେ କହିଛନ୍ତି ଯେ ସାଧାରଣତଃ ଦଶ ହଜାର ଲୋକଙ୍କ ମଧ୍ୟରେ ୩୫ଟି ସଂକ୍ରମଣ ମାମଲା ଚିହ୍ନଟ ହେଲେ ସାମାଜିକ ଦୂରତା ପାଳନ କରାଯାଏ। ପରେ ସାମାଜିକ ଦୂରତା ପାଳନ କରାଯାଏ ନାହିଁ। ଏଥି ସହିତ ସମ୍ପ୍ରଦାୟ କ୍ଷେତ୍ରରେ ଜନସଂଖ୍ୟାର ୫୫ ପ୍ରତଶତଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବିଚାରକୁ ନିଆଯାଇପାରେ। ମହାମାରୀ ବ୍ୟାପିବାର ଅନ୍ୟ ଏକ ମୁଖ୍ୟ କାରଣ ହେଉଛି ଜଳବାୟୁ। ଗବେଷକମାନେ କହିଛନ୍ତି ଯେ ଗରମ ଦିନରେ ଏହି ଜୀବାଣୁ ମନ୍ଥର ହୋଇଯାଏ। କିନ୍ତୁ ଚଳିତ ବର୍ଷ ଏହା ଆରମ୍ଭ ହୋଇଥିବାରୁ ଗ୍ରୀଷ୍ମ ଋତୁରେ ମଧ୍ୟ ବହୁ ଲୋକ କରୋନା ସଂକ୍ରମିତ ହେବେ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories