www.samajalive.in
Monday, December 8, 2025
24.1 C
Bhubaneswar

ସିବିଏସ୍‌ଇ ଭଳି ମାଟ୍ରିକ୍‌ ପରୀକ୍ଷା ଖାତା ଘରେ ଦେଖିବାକୁ ଅନୁମତି ମିଳୁ- ଓଷ୍ଟା

ଭୁବନେଶ୍ୱର: ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଖାତା ଘରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ଦେଖିବାକୁ କେନ୍ଦ୍ର ସରକାର ଅନୁମତି ଦେଇଛନ୍ତି। ରାଜ୍ୟ ସରକାର ମଧ୍ୟ ତାହା ପାଳନ କରିବା ଦରକାର। ସିବିଏସ୍‌ଇ ଖାତା ଦେଖା ଭଳି ଓଡ଼ିଶାରେ ମଧ୍ୟ ମାଟ୍ରିକ୍‌ ଖାତା ଘରେ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଦେଖିବାକୁ ଅନୁମତି ମିଳୁ ବୋଲି ଦାବି କରାଯାଇଛି।

ରାଜ୍ୟରେ ଚଳିତ ମାସ ମେ’ ୨୦ରୁ ମାଟ୍ରିକ ଖାତା ଦେଖା ଆରମ୍ଭ ହେବ। ଏଥିପାଇଁ ସରକାରୀସ୍ତରରେ ଆବଶ୍ୟକ ପଦକ୍ଷେପ ନିଆଯାଇଛି। ସାମାଜିକ ଦୂରତା ରକ୍ଷାକରି ଶିକ୍ଷକ ଓ ଶିକ୍ଷୟିତ୍ରୀ ପରୀକ୍ଷା ଦେଖିପାରିବେ। କିନ୍ତୁ ମାଟ୍ରିକ ପରୀକ୍ଷା ଖାତା ଦେଖିବାକୁ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଆଜି ରାଜି ନ ଥିବା ଜଣାପଡ଼ିଛି। ଖାତା ଦେଖିବା ପାଇଁ ଅଧିକ ପରୀକ୍ଷା କେନ୍ଦ୍ର କରିବାକୁ ସେମାନେ ଦାବି କରିଛନ୍ତି। ୬୦ଟି ପରୀକ୍ଷା କେନ୍ଦ୍ରରେ ଖାତାଦେଖା ବ୍ୟବସ୍ଥା ହୋଇଛି। ତେବେ ୨ଟି ବ୍ଲକକୁ ମିଶାଇ ଗୋଟିଏ ପରୀକ୍ଷା କେନ୍ଦ୍ର କରିବା ସହ ସାମାଜିକ ଦୂରତା ରକ୍ଷା ପାଇଁ ଅଧିକ କେନ୍ଦ୍ର କରିବାକୁ ସେମାନେ କହିଛନ୍ତି। ତେବେ କେନ୍ଦ୍ର ସରକାର ସିବିଏସ୍‌ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷାଖାତା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଘରେ ଦେଖିବା ପାଇଁ ସୁଯୋଗ ଦେଇଛନ୍ତି। ଓଡ଼ିଶାରେ ଦଶମ ଶ୍ରେଣୀ ପାଠ୍ୟକ୍ରମ ସିବିଏସ୍‌ଇ ଢାଞ୍ଚା ଅନୁଯାୟୀ ପ୍ରସ୍ତୁତ ହୋଇଥିବାବେଳେ ପରୀକ୍ଷା ଖାତା ମଧ୍ୟ କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ କରାଯାଉ ଏବଂ ଓଡ଼ିଶାରେ ଘରେ ମାଟ୍ରିକ୍‌ ପରୀକ୍ଷାଖାତା ଦେଖିବାକୁ ଅନୁମତି ମିଳୁ ବୋଲି ଓଷ୍ଟା ପକ୍ଷରୁ ଦାବି କରାଯାଇଛି। କିନ୍ତୁ ଅନ୍ୟପଟେ ୨୦ଦିନ ଭିତରେ ଖାତା ଦେଖା ସାରିବାକୁ ବୋର୍ଡ ଲକ୍ଷ୍ୟ ରଖିଛି। ଏନେଇ ଅଧିକ ୬ହଜାର ଶିକ୍ଷକଙ୍କୁ ନିଯୁକ୍ତି ମଧ୍ୟ ଦିଆଯାଇଥିଲା। କିନ୍ତୁ ଆଜି ଶିକ୍ଷକ ଓ ଶିକ୍ଷୟିତ୍ରୀ ଖାତା ଦେଖିବାକୁ ରାଜି ନ ଥିବା ଜଣାପଡ଼ିଛି।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories