www.samajalive.in
Thursday, December 11, 2025
16.1 C
Bhubaneswar

ଦିନକୁ ଏକ ଲକ୍ଷ କୋଭିଡ୍‌-୧୯ ପରୀକ୍ଷା କରିବ ଭାରତ

ଭୁବନେଶ୍ୱର: ଭାରତରେ ଦିନକୁ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଅନେକ ପଦକ୍ଷେପ ନେଇଛନ୍ତି। ତେବେ ଦେଶରେ ମେ’ ୩୧ ସୁଦ୍ଧା ଦିନକୁ ଏକ ଲକ୍ଷ କୋଭିଡ୍‌-୧୯ ପରୀକ୍ଷା ବୃଦ୍ଧି କରାଯିବା ନେଇ ଘୋଷଣା କରାଯାଇଥିଲା। ବର୍ତ୍ତମାନ ଏହାର ଭିତ୍ତିଭୂମି ପ୍ରସ୍ତୁତ କରାଯାଇଛି ଏବଂ ଦିନକୁ ଏକ ଲକ୍ଷ କୋଭିଡ୍‌-୧୯ ପରୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ପ୍ରକାଶ କରିଛନ୍ତି।

କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି ଯେ ଏବେ ଦେଶରେ ୩୪୭ ସରକାରୀ ଲବୋରେଟୋରି ଏବଂ ୧୩୭ ଘରୋଇ ଲାବରେଟୋରିରେ କୋଭିଡ୍-୧୯ ପରୀକ୍ଷା କରାଯିବା ସୁବିଧା ରହିଛି। ଫେବୃଆରୀରେ ପୁନାଠାରେ ଥିବା ଏନ୍‌ଆଇଭିଠାରେ କେବଳ କୋଭିଡ୍‌-୧୯ ପରୀକ୍ଷା କରାଯାଇପାରୁଥିଲା। ବର୍ତ୍ତମାନ ଭାରତରେ ୪୮୪ଟି ଲାବୋରେଟୋରିରେ କୋଭିଡ୍‌-୧୯ ପରୀକ୍ଷା ସୁବିଧା ଉପଲବ୍ଧ ହେଉଛି। ଦେଶରେ ମେ’ ୧୧ ଦିନକୁ ୮୬,୧୯୧ କୋଭିଡ୍‌-୧୯ ପରୀକ୍ଷା କରାଯାଇଥିଲା। କିନ୍ତୁ ଏବେ ଏହାକୁ ବୃଦ୍ଧି କରାଯାଇ ଦିନକୁ ଏକ ଲକ୍ଷ କୋଭିଡ୍‌-୧୯ ପରୀକ୍ଷା କରାଯାଇପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ପ୍ରକାଶ କରିଛନ୍ତି।
ଦେଶରେ କୋଭିଡ୍-୧୯ ପଜିଟିଭ୍‌ ମୃତ୍ୟୁହାର ଅନ୍ୟ ଦେଶ ତୁଳନାରେ ଯଥେଷ୍ଟ କମ୍‌ ରହିଥିବାବେଳେ ବିଶ୍ବରେ ଏହା ଶତକଡ଼ା ୩.୨ ପ୍ରତିଶତ ରହିଥିବା ଜଣାଯାଇଛି। ସରକାରଙ୍କ ପକ୍ଷରୁ ଦେଶରେ ୭୬.୪୨ ଲକ୍ଷ ଏନ୍‌୯୫ ମାସ୍କ ଏବଂ ୪୦.୧୮ ଲକ୍ଷ ପିପିଇ ମହଜୁଦ ରଖାଯାଇଛି। ଭାରତରେ ୮୮୦ଟି କୋଭିଡ୍‌ ହସ୍‌ପିଟାଲ୍‌ ନିର୍ମାଣ କରାଯାଇଛି ଯେଉଁଠାରେ ୧,୭୭,୪୯୮ ଶଯ୍ୟା ରହିଛି। ସେହିପରି ୨,୦୫୮କୋଭିଡ୍‌ ସ୍ବାସ୍ଥ୍ୟ କେନ୍ଦ୍ରରେ ୧,୩୨,୭୪୬ ଶଯ୍ୟା ରହିଛି। ଆସିମ୍ପ୍‌ଟୋଟିକ୍‌ ରୋଗୀଙ୍କ ପଇଁ ୫,୪୨୪ କୋଭିଡ୍‌ କେୟାର୍‌ ସେଣ୍ଟର ନିର୍ମାଣ କରାଯାଇଛି ଯେଉଁଠାରେ ୫.୭୩ ଲକ୍ଷ ରୋଗୀ ଚିକିତ୍ସା କରାଯିବା ନାଇଁ ସୁବିଧା ରହିଛି ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷ ବର୍ଦ୍ଧନ ସୂଚନା ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories