ଭୁବନେଶ୍ଵର: ସୋମବାର ସକାଳ ୯ଟାରୁ ଏବଂ ମଙ୍ଗଳବାର ସକାଳ ୯ଟା ମଧ୍ୟରେ ଚିହ୍ନଟ ହୋଇଥିବା ୪୬ କରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ରାଜ୍ୟ ସରକାର ତଥ୍ୟ ଦେଇଛନ୍ତି। ଗୁରୁତ୍ଵପୂର୍ଣ୍ଣ କଥା ହେଲା ଏହି ୪୬ ସଂକ୍ରମିତଙ୍କ ମଧ୍ୟରୁ ୩୮ ଜଣ ହେଉଛନ୍ତି ସୁରତ ଫେରନ୍ତା। ସେମାନଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ ୨୧ ସୁରତ ଫେରନ୍ତା ଥିବାବେଳେ ବାଲେଶ୍ଵରରେ ୧୩ ଜଣ ରହିଛନ୍ତି।
ସରକାରଙ୍କ ସୂଚନା ଅନୁସାରେ, ୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୪୨ ଜଣ କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ। ୨ ଜଣ କଣ୍ଟେନମେଣ୍ଟ ଜୋନର। ଅବଶିଷ୍ଟ ଦୁଇଜଣ ଅନ୍ୟ ସ୍ଥାନରୁ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରେ ୨୧ ସଂକ୍ରମିତ ସୁରତ ଫେରନ୍ତା ହୋଇଥିବାବେଳେ ବାଲେଶ୍ଵରରେ ୧୫ରୁ ୧୩ ଜଣ ସୁରତ ଫେରନ୍ତା। ବୌଦ୍ଧ, କଟକ, ପୁରୀ ଏବଂ ମୟୂରଭଞ୍ଜର ଜଣେ ଲେଖାଏ ଆକ୍ରାନ୍ତ ସୁରତ ଫେରନ୍ତା ରହିଛନ୍ତି। ଯାଜପୁରର ୪ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ ପଶ୍ଚିମବଙ୍ଗ ଫେରନ୍ତା। ସେହିପରି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଥିବା ୨ ସଂକ୍ରମିତ ରାଉରକେଲାର।



