www.samajalive.in
Saturday, December 6, 2025
26.1 C
Bhubaneswar

ମୁମ୍ବାଇର ଆର୍ଥର ରୋଡ଼ ଜେଲରେ କରୋନା ବିସ୍ଫୋରଣ; ୧୫୮ କଏଦୀ, ୨୬ କର୍ମଚାରୀ ସଂକ୍ରମିତ

ମୁମ୍ବାଇ: ମୁମ୍ବାଇ ମହାନଗର ନିଗମ ଅନ୍ତର୍ଗତ ଆର୍ଥର ରୋଡ଼ ଜେଲ୍ ଏବେ ପାଲଟିଛି କରୋନା ହବ୍ । ଏଠାରେ ପୂର୍ବରୁ ୭୭ ଜଣ କଏଦୀ କରୋନା ସଂକ୍ରମିତ ଠାବ ହୋଇଥିବାବେଳେ ପୁଣି ୮୧ ଜଣଙ୍କୁ କରୋନା ହୋଇଥିବା ଜଣାପଡ଼ିଛି । ଏଠାରେ ଏବେ ୧୫୮ଜଣ କରୋନା ସଂକ୍ରମିତ ହେଲେଣି । ଏମାନଙ୍କ ମଧ୍ୟରେ ଜଣେ ମହିଳା କଏଦୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି । ମହିଳାଙ୍କ ନିଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଜେଜେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ସେ କରୋନା ସଂକ୍ରମିତ ଥିବା ଜଣା ପଡ଼ିଥିଲା ।

ମହରାଷ୍ଟ୍ରର ମୁମ୍ବାଇ ସହରାଞ୍ଚଳର ଏହି ଜେଲରେ ସଂକ୍ରମିତ ସମସ୍ତେ ହେଉଛନ୍ତି କଏଦୀ ଏବଂ ସେମାନଙ୍କର ସ୍ବାବ୍ ପଜିଟିଭ୍ ଆସିଛି । ଏହାବ୍ୟତୀତ ଜେଲରେ କାର୍ଯ୍ୟ କରୁଥିବା ୨୬ ଜଣ କର୍ମଚାରୀ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି । କେବଳ ଏହି ଜେଲରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୮୪ରେ ପହଞ୍ଚିବା ପରେ ପ୍ରଶାସନର ଚିନ୍ତା ବଢ଼ିଛି । କଏଦୀଙ୍କ ପାଇଁ ଜେଲ୍ ମଧ୍ୟରେ କ୍ବାରେଣ୍ଟାଇନ ବ୍ୟବସ୍ଥା କରାଯାଇଛି ଏବଂ ଜେଜେ ହସପିଟାଲର ଡ଼ାକ୍ତର ଦୈନିକ ଯାଇ ସେଠାରେ ରୋଗୀମାନଙ୍କ ଚିକିତ୍ସା କରୁଛନ୍ତି ।

- Advertisement -

ସୂଚନାଯୋଗ୍ୟ ଯେ ଏହି ଜେଲ୍ ମୁମ୍ବାଇର ସବୁଠାରୁ ପୁରୁଣା ଜେଲ ଓ ଏହାର ଠିକ ସମ୍ମୁଖରେ କସ୍ତୁରବା ହସପିଟାଲ ଅବସ୍ଥିତ । ଏହି ହସ୍ପିଟାଲକୁ ମହାରାଷ୍ଟ୍ର ସରକାର ନୋଡ଼ାଲ ହସପିଟାଲ ମାନ୍ୟତା ଦେଇଛନ୍ତି । ଜେଲରେ ୮୦୦ କଏଦୀ ରହି ପାରିବାର ବ୍ୟବସ୍ଥା ରହିଛି । ମାତ୍ର ଏଠାରେ ୨ ହଜାର କଏଦୀ ରହୁଛନ୍ତି ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories