www.samajalive.in
Saturday, December 6, 2025
23.1 C
Bhubaneswar

ଭାରତ ଉଦ୍ଭାବନ କଲା କରୋନା ‘କବଚ’: ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ସ୍ବଦେଶୀ କିଟ୍ ’ଏଲିସା’ ପ୍ରସ୍ତୁତ

ନୂଆଦିଲ୍ଲୀ: କୋବିଦ-୧୯ ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ପୁନେର ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି ସ୍ବଦେଶୀ ଜ୍ଞାନ କୌଶଳରେ ପ୍ରସ୍ତୁତ କରିଛି ଏକ ସ୍ବତନ୍ତ୍ର ପରୀକ୍ଷଣ ବ୍ୟବସ୍ଥା । ଏହି ସାମଗ୍ରୀ (କିଟ୍) ନାମ ଦିଆଯାଇଛି ‘ଏଲିସା’ ଏବଂ ଏହା ଆଣ୍ଟି ସାର୍ସ-ସିଓବି-୨କୁ ବିକଶିତ କରାଯାଇ ପ୍ରସ୍ତୁତ କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ହର୍ଷବର୍ଧନ କହିଛନ୍ତି ଯେ ପୁନେର ଏହି ଅନୁଷ୍ଠାନ କୋବିଦ ଆଣ୍ଟିବଡ଼ି ଠାବ କରିବା ନିମନ୍ତେ ଆଣ୍ଟି ସାର୍ସ-ସିଓବି-୨ ମାନବ ଆଇଜିଜି ଏଲିସା ଟେଷ୍ଟ କିଟକୁ ସଫଳତାର ସହ ବିକଶିତ କରି ପାରିଛନ୍ତି । ଏହି କିଟକୁ ମୁମ୍ବାର ଦୁଇ ସ୍ଥାନରେ ପରୀକ୍ଷଣ କରାଯାଇଛି ଏବଂ ଏହା ମାଧ୍ୟମରେ ଅଢ଼େଇ ଘଣ୍ଟା ମଧ୍ୟରେ ଏକ ସମୟରେ ୯୦ ନମୁନା ପରୀକ୍ଷା କରାଯାଇ ପାରିବ । ଜିଲାସ୍ତରରେ ମଧ୍ୟ ଏହାର ପ୍ରୟୋଗ କରାଯିବ । ବର୍ତମାନ ଏହି ପରୀକ୍ଷଣ ସାମଗ୍ରୀକୁ ବହୁ ମାତ୍ରାରେ ଉତ୍ପାଦନ କରାଯିବ ଏଥିପାଇଁ ଔଷଧ ନିର୍ମାଣକାରୀ ସଂସ୍ଥା କ୍ୟାଡ଼ିଲାକୁ ସହଯୋଗୀ ଭାବରେ ବଛା ଯାଇଛି ।

- Advertisement -

ସାରା ଦେଶରେ ଏବେ କରୋନା ଆତଙ୍କ । ପ୍ରତି ମୁହୂର୍ତ୍ତରେ କରୋନାରେ ନୂତନ ସଂକ୍ରମଣ ବା ମୃତ୍ୟୁ ଖବର ଆସି ପହଞ୍ଚୁଛି । ଭାରତୀୟ ବିଶେଷଜ୍ଞ ଓ ବୈଜ୍ଞାନିକମାନେ କରୋନାରୁ ମୁକ୍ତି ନିମନ୍ତେ ପ୍ରତିଷେଧକ ଓ ପ୍ରତିରୋଧକ ପ୍ରସ୍ତୁତି ପାଇଁ ଅହରହ ଉଦ୍ୟମ କରୁଛନ୍ତି । ଏହି ସ୍ଥିତିରେ ଭାରତକୁ ମିଳିଛି ଏକ ବଡ଼ ସଫଳତା । କୋବିଦ-୧୯ ଆଣ୍ଟିବଡ଼ି ଠାବ ନିମନ୍ତେ ଭାରତ ଏକ ଟେଷ୍ଟିଂ କିଟ୍ (ପରୀକ୍ଷା ସାମଗ୍ରୀ) ପ୍ରସ୍ତୁତ କରିବାରେ ସଫଳ ହୋଇଛି । ପୁନେସ୍ଥିତ ଭାରତୀୟ ଆୟୁବିଜ୍ଞାନ ଅନୁସନ୍ଧାନ ପରିଷଦ (ଆଇସିଏମଆର୍) ଓ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟୋଲୋଜି (ଏନଆଇବି) ମିଳିତ ଭାବରେ କୋବିଦ-୧୯ର ଆଣ୍ଟିବଡ଼ି ଠାବ କରିବାକୁ ସ୍ବଦେଶୀ ଆଇଜିଜି ‘ଏଲିସା’କୁ ବିକଶିତ କରି ’କୋବିଦ କବଚ ଏଲିସା’ ପ୍ରସ୍ତୁତ କରିଛନ୍ତି ।

ଅନ୍ୟପକ୍ଷରେ ଆଇସିଏମଆର୍ (ଇଣ୍ଡିଆନ କାଉନସିଲ ଅଫ୍ ମେଡ଼ିକାଲ ରିସର୍ଚ) ଭାରତ ବାୟୋଟେକ୍ ଇଣ୍ଟରନେସନାଲ ସହ ମିଶି କୋବିଦ ୧୯ ନିମନ୍ତେ ଟୀକା ପ୍ରସ୍ତୁତିରେ ଲାଗିଛି । ଖୁବ୍ ଶୀଘ୍ର ଏ ସମ୍ପର୍କରେ କିଛି ଭଲ ଖବର ଆସିବ ବୋଲି ସୂଚନା ମିଳିଛି ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories