www.samajalive.in
Wednesday, December 10, 2025
26.1 C
Bhubaneswar

୨୪ ଘଣ୍ଟାରେ ୯୫ ମୃତ, ୩୩୨୦ ସଂକ୍ରମିତ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଫେବୃଆରୀ ୨୪ରୁ ଜାରି ତାଲାବନ୍ଦ ଅବ୍ୟାହତ ରହିଥିବାବେଳେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୯,୬୨୨ରେ ପହଞ୍ଚିଛି। ଶନିବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟରୁ ମିଳିଥିବା ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ୩,୩୨୦ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୯୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ତେବେ ଦେଶରେ ଆରୋଗ୍ୟ ହାର ୨୯.୯୧% ରହିଛି। ଇତିମଧ୍ୟରେ ୧୭,୮୪୭ କୋଭିଡ-୧୯ ସଂକ୍ରମିତ ବ୍ୟକ୍ତି ଆରୋଗ୍ୟ ଲାଭ କରିଛନ୍ତି। ଏବେ ସୁଦ୍ଧା ୩୯,୮୩୪ ଜଣ ସଂକ୍ରମିତଙ୍କ ଚିକିତ୍ସା ଚାଲିଛି।

ଅନ୍ୟ ଏକ ତଥ୍ୟ ଅନୁସାରେ, ତାଲାବନ୍ଦ ଅବଧି ମଧ୍ୟରେ ଦେଶରେ ଦୁର୍ଘଟଣା ଓ ମାନସିକ ଅବସାଦରେ ବହୁ ଲୋକ ପ୍ରାଣ ହରାଇଲେଣି। ମଇ ୮ ସୁଦ୍ଧା ଏମାନଙ୍କ ସଂଖ୍ୟା ୩୭୦ରୁ ଅଧିକ ବୋଲି ଆକଳନ କରାଯାଇଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ପ୍ରବାସୀ ଶ୍ରମିକ ଓ ସମାଜର ନିମ୍ନ ବର୍ଗର ବ୍ୟକ୍ତି ରହିଥିବା ପ୍ରକାଶ। ଶୁକ୍ରବାର ଭୋର୍‌ ସମୟରେ ଔରଙ୍ଗାବାଦରେ ୧୬ଶ୍ରମିକଙ୍କ ଉପରେ ଟ୍ରେନ୍‌ ମାଡ଼ିଯାଇଥିଲା। ଏହା ପୂର୍ବରୁ ପ୍ରାୟ ୪୨ ଶ୍ରମିକ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମୃତକଙ୍କ ମଧ୍ୟରୁ ୭୩ ଜଣ ମାନସିକ ଅବସାଦ ଯୋଗୁଁ ଏବଂ ଆଉ କିଛି କରୋନାରେ ଆକ୍ରାନ୍ତ ହେବା ଭୟରେ ଆତ୍ମହତ୍ୟା କରିଛନ୍ତି। ସେହିପରି ମଦ ପାଇଁ ୪୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଖାଦ୍ୟାଭାବ ଓ ଅର୍ଥାଭାବରୁ ୩୪ ଜଣଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସାମାଜିକ କର୍ମୀ ତଥା ଗବେଷିକା କନିକା ଶର୍ମା, ଜିନ୍ଦଲ ଗ୍ଲୋବାଲ ସ୍କୁଲ ଅଫ ଲ’ର ସହକାରୀ ପ୍ରାଧ୍ୟାପକ ଅମନ ଓ ପବ୍ଲିକ ଇ​‌େ​‌ଣ୍ଟ୍ରଷ୍ଟ ଟେକ୍ନୋଲଜିଷ୍ଟ ତେଜଶ ଜି.ଏନ ପ୍ରମୁଖଙ୍କ ଦ୍ବାରା ବିଭିନ୍ନ ଗଣମାଧ୍ୟମ ରିପୋର୍ଟ ଆଧାରରେ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ, ମାର୍ଚ୍ଚ ୧୯ରୁ ମଇ ୮ ମଧ୍ୟରେ ୩୭୦ ଜଣଙ୍କର ମୃତ୍ୟୁ ଘଟିଛି। ଏହି ସଂଖ୍ୟା ଅଧିକ ମଧ୍ୟ ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories