www.samajalive.in
Monday, December 8, 2025
24.1 C
Bhubaneswar

ଆତ୍ମନିର୍ଭରଶୀଳତା ବଢ଼ାଇଲା କରୋନା : ପିପିଇ କିଟ ପ୍ରସ୍ତୁତିରେ ଭାରତ ଅଗ୍ରଣୀ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଦେଶକୁ ଗୋଟିଏ ପକ୍ଷରେ ଆର୍ଥିକ ଦୁର୍ଗତିକୁ ଠେଲିଦେଇଥିବା ବେଳେ ଅନ୍ୟପକ୍ଷରେ ଅତ୍ମନିର୍ଭରଶୀଳତା ବଢ଼ାଇଛି। କରୋନା ମୁକାବିଲା ନିମନ୍ତେ ଭାରତ ପିପିଇ କିଟ ପାଇଁ ଚୀନ ଓ ଆମେରିକା ଉପରେ ନିର୍ଭର କରିଆସୁଥିବା ବେଳେ ଏବେ ଆତ୍ମନିର୍ଭରଶୀଳ ହେବା ସହ ରେକର୍ଡ ମାତ୍ରାରେ ପ୍ରସ୍ତୁତି କରିବାରେ ସକ୍ଷମ ହୋଇଛି।

ଭାରତରେ କରୋନା ଯୋଗୁ ଦେଶରେ ଏବେ ଲକଡାଉନ ସ୍ଥିତି। ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆର୍ଥିକ ମାନ୍ଦାବସ୍ଥା ଦେଖାଦେଇଛି। କରୋନା ମୁକାବିଲା ସକାଶେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ପିପିଇ କିଟ ପାଇଁ ଚୀନ, ଆମେରିକା ତଥା ଅନ୍ୟାନ୍ୟ ୟୁରୋପିୟ ରାଷ୍ଟ୍ର ଉପରେ ଭାରତକୁ ନିର୍ଭର କରିବାକୁ ପଡୁଥିଲା। ପିପିଇର ଆବଶ୍ୟକତା ବୃଦ୍ଧିକୁ ଦେଖି ସରକାର ଦେଶରେ ପ୍ରସ୍ତୁତି କରିବାକୁ ନିଷ୍ପତ୍ତି କଲେ। ଫେବୃଆରୀ ମାସ ସୁଦ୍ଧା ଦେଶରେ ପିପିଇ କିଟ ପ୍ରସ୍ତୁତ ହେଉନଥିବା ବେଳେ ମାର୍ଚ ମାସରୁ ଆରମ୍ଭ ହୋଇଛି। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ମାନଙ୍କ ମୁତାବକ ୧୦୬ଟି ସଂସ୍ଥା ଜରିଆରେ ଭାରତରେ ଉନ୍ନତମାନର ପିପିଇ କିଟ ପ୍ରସ୍ତୁତି ଚାଲିଛି। ଏବେ ଦେଶରେ ୧.୭ ଲକ୍ଷ ପିପିଇ କିଟ ପ୍ରସ୍ତୁତ ହେଉଥିବା ବେଳେ ଆଗାମୀ ଦିନରେ ୨ ଲକ୍ଷ ପ୍ରସ୍ତୁତ ପାଇଁ ଲକ୍ଷ୍ୟ ରଖାଯାଇଛି। ଭାରତ ଏହି କ୍ଷେତ୍ରରେ ଏବେ ଆତ୍ମନିର୍ଭରଶୀଳ ହୋଇଥିବା ବେଳେ ଆଗାମୀ ଦିନରେ ମାନୁଫାକ୍ଚରିଂ ହବ୍ ହେବାର ଆଶା କରିଛନ୍ତି ଅର୍ଥଶାସ୍ତ୍ରୀ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories