www.samajalive.in
Sunday, December 7, 2025
13.1 C
Bhubaneswar

ସାମାଜିକ ଦୁରତ୍ୱ ରଖି ରାଜ୍ୟସ୍ତରୀୟ ଭୀମଭୋଇ ଜୟନ୍ତୀ ପାଳିତ

ରେଢ଼ାଖୋଲ : ଓଡିଶା ସାହିତ୍ୟ ଏକାଡେମୀ ଓ ପଞ୍ଚଖଣ୍ଡା କଳାପରିଷଦ ରେଢ଼ାଖୋଲଙ୍କ ମିଳିତ ଆନୂକୂଲ୍ୟରେ ସ୍ଥାନୀୟ କଦମ୍ବ ପଡିଆଠାରେ ପ୍ରତିବର୍ଷ ଅନୁଷ୍ଠିତ ହୋଇଥାଏ ରାଜ୍ୟ ସ୍ତରୀୟ ଜୟନ୍ତୀ। ହେଲେ ଚଳିତ ବର୍ଷ ମହାମାରୀ କରୋନା ଭୁତାଣୁ ସଂକ୍ରମଣ ପାଇଁ ସମଗ୍ର ଦେଶ ତାଲାବନ୍ଦରେ ଥିବା ବେଳେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣା ଜାରି କରାଯାଇଛି। ଏପରିକି ତାଲାବନ୍ଦ ସମୟରେ ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମଧ୍ୟ ବାତିଲ କରାଯାଇଛି।ତେବେ ଓଡିଶା ସାହିତ୍ୟ ଏକାଡେମୀର କୌଣସି ସଦସ୍ୟ ତାଲାବନ୍ଦ କଟକଣା ଯୋଗୁଁ ଯୋଗଦେଇ ପାରି ନଥିଲେ ମଧ୍ୟ ସ୍ଥାନୀୟ ପଞ୍ଚଖଣ୍ଡା କାଳାପରିଷଦ ପକ୍ଷରୁ ସନ୍ଥକବି ଭୀମଭୋଇଙ୍କ ଜୟନ୍ତୀ ସାମାଜିକ ଦୁରତ୍ୱ ରଖି ନିରାଡମ୍ବର ଭାବେ ପାଳିତ ହୋଇଥିଲା। ଏ ଅବସରରେ ବସଷ୍ଟାଣ୍ଡଠାରେ ଥିବା ଭୀମଭୋଇଙ୍କ ପ୍ରତିମୂର୍ତ୍ତୀ ସମ୍ମୁଖରେ ପଞ୍ଚଖଣ୍ଡା କଳାପରିଷଦର ସଭାପତି ମହାବୀର ସିଂଦେଓଙ୍କ ସଭାପତିତ୍ୱରେ ଏକ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା। ଅତିଥି ଭାବେ ବ୍ରହ୍ମ ଅବଧୁତ ବାବା ଅନନ୍ଦ ଚନ୍ଦ୍ର ଯୋଗଦେଇ ଦ୍ୱିପ ପ୍ରଜ୍ୱଳନ କରିବା ସହ ବିଶ୍ୱବାସୀଙ୍କୁ ମହାମାରୀ କରୋନା ଭୂତାଣୁର ସଂକ୍ରମଣ କବଳରୁ ଉଦ୍ଧାର କରିବା ପାଇଁ ମଙ୍ଗଳକାମନା କରିଥିଲେ। ଅନ୍ୟତମ ଅତିଥି ଭାବେ ଏନଏସି ଉପାଧ୍ୟକ୍ଷ ସୁନିଲ କୁମାର ପ୍ରଧାନ ଯୋଗ ଦେଇ ଭୀମଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭୀମଭୋଇ ମହାବିଦ୍ୟାଳୟର ଅଧ୍ୟାପକ ଅଂଜନ କୁମାର ମିଶ୍ର, କାଉଁନସିଲର ଲକ୍ଷ୍ମଣ କୁମାର ପ୍ରଧାନ, ସମାଜସେବୀ ଅନାଦୀ ଚରଣ ସାହୁ, ମହିମା ସାଧୁ ଗୋକୁଳା ବାବା, ଖିରୋଦ ଖିଲାରୀ, ଜେନାମଣି ଯୋଗଜନ୍ମାଦାଶ ଶର୍ମା, ସଂହାର କେଶରୀ ଭଞ୍ଜ, ପ୍ରଦିପ ବିଶ୍ୱାଳ, ଭୀମଭୋଇ ଆର୍ଟ ସୋସାଇଟୀର ଚିତ୍ରଶିଳ୍ପୀ ସୁଧିର କୁମାର ସ୍ୱାଇଁ, ସୁରେଶ ପୋଢ, ଅଖୁଜ ମହାକୁଡ, ବିଭିନ୍ନ ଗଣ ମାଧ୍ୟମର ପ୍ରତିନିଧିମାନେ ଏହି ନିରାଡମ୍ବର ଓ ସାମାଜିକ ଦୁରତ୍ୱ ବଜାୟ ରଖି ଅନୁଷ୍ଠିତ କାର୍ଯ୍ୟକ୍ରମରେ ଉପସ୍ଥିତଥିଲେ। ସେହିପରି ଭୀମଭୋଇଙ୍କ ସ୍ମୃତି ପୀଠ କନ୍ଧରା, କାଙ୍କଣପଡା, ମଧୁପୁର ଆଦି ସ୍ଥାନରେ ମହିମା ଧର୍ମୀ ସାଧୁ ଓ ଭକ୍ତ ମାନଙ୍କ ଦ୍ୱାରା ସାମାଜିକ ଦୁରତ୍ୱ ରଖି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories