www.samajalive.in
Wednesday, December 10, 2025
18.1 C
Bhubaneswar

ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ – ଜୁନ ୧୮ଯାଏ ବଳବତ୍ତର ରହିବ ଅନ୍ତରୀଣ ନିର୍ଦ୍ଦେଶନାମା

କଟକ: ହାଇକୋର୍ଟ ଏକ ଗୁରତ୍ବପୂର୍ଣ୍ଣ ରାୟ ପ୍ରଦାନ କରି ସମଗ୍ର ରାଜ୍ୟରେ ଆସନ୍ତା ଜୁନ୍ ୧୮ ତାରିଖ ପର୍ୟ୍ୟନ୍ତ କୌଣସି ଉଚ୍ଛେଦ କରାଯାଇ ପାରିବ ନାହିଁ ବୋଲି ଦର୍ଶାଇଛନ୍ତି। ସେହିପରି କୌଣସି ନାଗରିକ କିମ୍ବା ଅନୁଷ୍ଠାନର ସଂପତ୍ତି ନିଲାମ ପାଇଁ ବ୍ୟାଙ୍କ ପଦକ୍ଷେପ ନେଇ ପାରିବ ନାହିଁ। ଏଥି ସହିତ ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ/ସୁରକ୍ଷା ଜୁନ୍ ୧୮ ତାରିଖ ପର୍ୟ୍ୟନ୍ତ ବଳବତ୍ତର ରହିବ ବୋଲି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଓ ଜଷ୍ଟିସ ସଞ୍ଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଜନସ୍ବାର୍ଥ ମାମଲାର ଶୁଣାଣି କରି ରାୟ ଦେଇଛନ୍ତି। କରୋନା ଭୂତାଣୁ ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଥିବା ବେଳେ ଲୋକମାନେ ଆଇନଗତ ସମସ୍ୟାର ପ୍ରତିକାର ପାଇଁ ଅଦାଲତରେ ପହଞ୍ଚିବାରେ ବାଧା ହେଉଥିବାରୁ ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ତେବେ କୋର୍ଟଙ୍କ ଏହି ନିର୍ଦ୍ଦେଶ ରାଜ୍ୟର ସମସ୍ତ କୋର୍ଟ, ଟ୍ରିବ୍ୟୁନାଲ, ଜୁଡିସିଆଲ ଓ କ୍ବାସିଜୁଡିସିଆଲ କର୍ତ୍ତୃପକ୍ଷ ମାନିବାକୁ ବାଧ୍ୟ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ଏହି ମାମଲାର ଶୁଣାଣି ସମୟରେ ଦର୍ଶାଯାଇଥିଲା ଯେ ତୃତୀୟ ପର୍ୟ୍ୟାୟ ଲକ୍‌ଡାଉନ ମେ’ ୪ ତାରିଖରୁ ଆରମ୍ଭ ହେଇଥିବା ବେଳେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ରାଜ୍ୟର ଅଧିକାଂଶ ଜନସାଧାରଣ ଗରିବ ଶ୍ରେଣୀର। କରୋନା ପାଇଁ ଲୋକମାନେ ଆଇନଗତ ପ୍ରତିକାର ପାଇଁ ଅଦାଲତରେ ପହଞ୍ଚି ପାରୁନାହାନ୍ତି। ଅନ୍ୟପଟେ ସାମାଜିକ ଦୂରତ୍ବ ନିୟମ ଦୃଷ୍ଟିରୁ ଅଦାଲତରେ ଭିଡ ଏଡ଼ାଇବା ଉପରେ ଗୁରୁତ୍ବରୋପ କରାଯାଉଛି। ଏଥି ସହିତ କରୋନାକୁ ନେଇ ଦେଖାଦେଇଥିବା ପରିସ୍ଥିତିରେ କରାଯାଇଥିବା ଲକ୍‌ଡାଉନ ଯୋଗୁଁ ହାଇକୋର୍ଟ ସହିତ ସମସ୍ତ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ ଓ ଅନ୍ୟ ଅଦାଲତ ଗୁଡିକର କାର୍ୟ୍ୟ ମଧ୍ୟ ପ୍ରଭାବିତ ହୋଇଛି। ଏଭଳି ପରିସ୍ଥିତିରେ ସାଧାରଣ ଲୋକ ଯେଭଳି ସମସ୍ୟା ନ ଭୋଗ କରିବେ ତାହା ସୁନିଶ୍ଚିତ କରିବା ପାଇଁ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି।

- Advertisement -

ପୂର୍ବରୁ ଜାରି କରାଯାଇଥିବା ସମସ୍ତ ଅନ୍ତରୀଣ ନିର୍ଦ୍ଦେଶ, ସୁରକ୍ଷା ଆସନ୍ତା ଜୁନ୍ ୧୮ ପର୍ୟ୍ୟନ୍ତ ସଂପ୍ରସାରିତ ହେବ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି। ହାଇକୋର୍ଟଙ୍କ ଅଧୀନରେ ଥିବା ରାଜ୍ୟର ସମସ୍ତ ସର୍ବ-ଅର୍ଡିନେଟ୍ କୋର୍ଟ, ପରିବାର ଅଦାଲତ, ‌ଶ୍ରମ ଅଦାଲତ, ଟ୍ରିବ୍ୟୁନାଲ, ଜୁଡିସିଆଲ ବା କ୍ବାସିଜୁଡିସିଆଲ ଫୋରମ ଜାରି କରିଥିବା ଏପରି ନିର୍ଦ୍ଦେଶ ଯଦି ଲକ୍‌ଡାଉନ ଆରମ୍ଭ ସମୟରେ ଏହା ବଳବତ୍ତର ଥିବ, ତେବେ ଏହାର ଅବଧି ଜୁନ୍ ୨୮ ତାରିଖ ପର୍ୟ୍ୟନ୍ତ ବୃଦ୍ଧି ପାଇବ।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories