www.samajalive.in
Friday, December 12, 2025
19.1 C
Bhubaneswar

ଖାଦ୍ୟ ସୁରକ୍ଷାରେ ଦେଢ଼ଲକ୍ଷ ନୂଆ ହିତାଧିକାରୀ ସାମିଲ

ଭୁବନେଶ୍ବର : କରୋନା ପାଇଁ ‌ଅନେକ ବ୍ୟକ୍ତି ଜୀବିକା ହରାଇ ଦୁର୍ଦଶାରେ ଅଛନ୍ତି। ଏମାନଙ୍କ ବ୍ୟତୀତ ବହୁ ଦୁଃସ୍ଥ ଏବଂ ଅସହାୟ ବ୍ୟକ୍ତି ଦୁଇବେଳା ମୁଠାଏ ଖାଇବାକୁ ପାଉନାହାନ୍ତି। ଲୋକଙ୍କ ଖାଦ୍ୟ ସୁରକ୍ଷା ନିଶ୍ଚିତ କରିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦେଶ ମୁତାବକ ଖାଦ୍ୟ ଯୋଗାଣ ବିଭାଗ ପକ୍ଷରୁ ଏଭଳି ଲୋକଙ୍କ ଚିହ୍ନଟ ପ୍ରକ୍ରିୟା ତ୍ବରାନ୍ବିତ କରାଯାଇଛି। ଗତ ମାର୍ଚ୍ଚ ୨୧ ତାରିଖରୁ ଆଜି ସୁଦ୍ଧା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରାୟ ଦେଢ଼ ଲକ୍ଷ ନୂଆ ହିତାଧିକାରୀଙ୍କୁ ସାମିଲ କରାଯାଇପାରିଛି। ଦୈନିକ ଚିହ୍ନଟ ହିତାଧିକାରୀଙ୍କ ଯାଞ୍ଚ କରାଯାଇ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତି ଶୁକ୍ରବାର କାର୍ଡ ଏବଂ ରେସନ ଯୋଗାଇ ଦିଆଯାଉଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି।
କରୋନା ପରିପ୍ରେକ୍ଷୀରେ ଅଧିକ ୫ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯିବା ଲକ୍ଷ୍ୟ ରଖାଯାଇଥିବା ବେଳେ ପ୍ରତି ଜିଲାରେ ହିତାଧିକାରୀ ଚିହ୍ନଟ ପ୍ରକ୍ରିୟାକୁ ଗୁରୁତ୍ବ ଦିଆଯାଇଛି।
ସୂଚନାଯୋଗ୍ୟ ଯେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅଧୀନରେ ରାଜ୍ୟର ୩କୋଟି ୨୫ ଲକ୍ଷ ହିତାଧିକାରୀ ଖାଦ୍ୟ ଶସ୍ୟ ପାଉଥିବା ବେଳେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ ପୂର୍ବରୁ ୫ ଲକ୍ଷ ହିତାଧିକାରୀ ଖାଦ୍ୟ ଶସ୍ୟ ପାଉଥିଲେ। ଏବେ ଏହି ସଂଖ୍ୟା ୬ଲକ୍ଷ ୫୦ ହଜାରରେ ପହଞ୍ଚିଛି। ଏବେ ପ୍ରତି ସପ୍ତାହରେ ପ୍ରାୟ ୧୦ହଜାରରୁ ଅଧିକ ହିତାଧିକାରୀ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଉଛନ୍ତି। ସେମାନଙ୍କୁ ରେସନକାର୍ଡ ଓ ଚାଉଳ, ଗହମ, ଡାଲି ଆଦି ପ୍ରଦାନ କରାଯାଉଛି।
ଏହି ସମୟ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବଲାଙ୍ଗୀର ଜିଲାର ସର୍ବାଧିକ ୬୪୭୮ ପରିବାରର ୧୮,୮୫୪ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ବେଳେ ଯାଜପୁର ଜିଲାର ୬୨୦୨ ପରିବାରର ୧୬,୯୭୦ ହିତାଧିକାରୀ, ଗଞ୍ଜାମ ଜିଲାର ୫୫୭୨ ପରିବାରର ୧୬,୧୧୯ ହିତାଧିକାରୀଙ୍କୁ ଖାଦ୍ୟଶସ୍ୟ ପ୍ରଦାନ କରାଯାଇଛି। ତେବେ ନୟାଗଡ଼ ଜିଲାରେ ସର୍ବନିମ୍ନ ୧୩୭ ପରିବାରର ୩୭୭ଜଣ ଏଥିରେ ଅନ୍ତର୍ଭୁକ୍ତ ହୋଇଛନ୍ତି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories