www.samajalive.in
Thursday, December 11, 2025
15.1 C
Bhubaneswar

ରବିବାରଠାରୁ ପ୍ରସାରିତ ହେବ ‘ଶ୍ରୀକୃଷ୍ଣ’

ମୁମ୍ବଇ: ଆସନ୍ତାକାଲି ଅର୍ଥାତ୍‍ ରବିବାରଠାରୁ ଦୂରଦର୍ଶନରେ ପ୍ରସାରିତ ହେବ ଲୋକପ୍ରିୟ ପୌରାଣିକ ଧାରାବାହିକ ‘ଶ୍ରୀକୃଷ୍ଣ’। ରବିବାରଠାରୁ ପ୍ରତ୍ୟେକ ଦିନ ରାତି ୯ଟାରେ ଦର୍ଶକ ଏହାକୁ ଦେଖିପାରିବେ। ଏନେଇ ଦୂରଦର୍ଶନ ଏବଂ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଶନିବାର ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ଦୂରଦର୍ଶନରେ ‘ଉତ୍ତର ରାମାୟଣ’ର ଶେଷ ଏପିସୋଡ ଆଜି ପ୍ରସାରିତ ହେବ। ଏହି ଧାରାବାହିକ ସରିବା ପରେ ସେହି ସମୟରେ ଶ୍ରୀକୃଷ୍ଣ ପ୍ରସାରିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ସୂଚନାଯୋଗ୍ୟ, ‘ଶ୍ରୀକୃଷ୍ଣ’ ପ୍ରଥମେ ୧୯୯୩ରୁ ୧୯୯୬ ଯାଏଁ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା। ଶ୍ରୀକୃଷ୍ଣର ନିର୍ଦ୍ଦେଶନା ମଧ୍ୟ ରାମାନନ୍ଦ ସାଗର ଦେଇଥିଲେ। ଏହି ସିରିଏଲ ଟିଭିରେ ଆସିବା ପୂର୍ବରୁ ଲୋକମାନେ ଉତ୍ସାହର ସହିତ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିଲେ। ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଏହାକୁ ପୁନର୍ବାର ପ୍ରସାରଣ କରିବାକୁ ନିଷ୍ପତ୍ତି ନିଆଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories