www.samajalive.in
Monday, December 8, 2025
13.1 C
Bhubaneswar

କରୋନା ସଂକ୍ରମଣ ରୋକିବାକୁ ସଚେତନତା ସୃଷ୍ଟି ଓ ମାସ୍କ ବଣ୍ଟନ

ଢେଙ୍କାନାଳ: ଦିନକୁ ଦିନ କରୋନା ଭୂତାଣୁ ସାରା ବିଶ୍ବରେ ନିଜୟ କାୟା ମେଲାଇ ଚାଲିଥିବାବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାରୀସ୍ତରରେ ବ୍ୟାପକ ଉଦ୍ୟମ ଚାଲିଛି। ତେବେ କେତେକ ସ୍ବେଚ୍ଛାସେବୀ କରୋନା ଭୂତାଣୁ ସଂକ୍ରମଣ କିଭଳି ସ୍ଥାନୀୟ ଅଞ୍ଚଳରେ ନ ବ୍ୟାପିବ ସେଥିପାଇଁ ସଚେତନତା ସୃଷ୍ଟି କରୁଛନ୍ତି। ଏହି ପରିପ୍ରେକ୍ଷୀରେ ଢେଙ୍କାନାଳ ଜିଲାର ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ବଳଭଦ୍ର ପୁର ଶାସନ ଅଧୀନ ମୁଣ୍ତେଇଲୋ ଗ୍ରାମରେ କେତେକ ସ୍ବେଚ୍ଛାସେବୀ ନିଜେ ତିଆରି କରିଥିବା ମାସ୍କ ଓ ହାତଧୁଆ ସଫା ସାବୁନ ଗ୍ରାମବାସୀଙ୍କ ମଧ୍ୟରେ ବଣ୍ଟନ କରିଛନ୍ତି। ଏକ ସଚେତନତା କାର୍ଯ୍ୟକ୍ରମରେ ମୁଣ୍ଡେଇଲୋ ଗ୍ରାମର ଗୋଟିଏ ପରିବାର ନିଜକୁ ଉତ୍ସର୍ଗ କରିଛନ୍ତି। କ୍ଷୀରୋଦ କୁମାର କର ଓ ତାଙ୍କ ପତ୍ନୀ ସୁବାସିନୀ କର, ସାନଭାଇ ପ୍ରସାଦ କୁମାର କର ଓ ପତ୍ନୀ ଶ୍ରୀମତୀ ସୁଜାତା କର ନିଜ ଉଦ୍ୟମରେ ଜାରି ରଖିଥିବା ଏଭଳି ଉଦ୍ୟମକୁ ଗ୍ରାମବାସୀ ପ୍ରଶଂସା କରିଛନ୍ତି।
ସୁଜାତା କର ନିଜ ହାତରେ ମାସ୍କ ଗୁଡିକ ତିଆରି କରୁଥିବାବେଳେ ସୁବାସିନୀ ଓ ସୁଜାତା କର ଗ୍ରାମର ମହିଳାମାନଙ୍କୁ ମାସ୍କ ବ୍ୟବହାର କିପରି ଠିକ୍ ଭାବରେ କରାଯିବ ସେ ବିଷୟ ରେ ବୁଝାଉଛନ୍ତି। ପ୍ରସାଦ କୁମାର କର ମୁଣ୍ଡେଇଲୋ ଗ୍ରାମବାସୀଙ୍କୁ କରୋନା ଭୂତାଣୁ ନ ବ୍ୟାପିବା ପାଇଁ ନିୟମିତ ବ୍ୟବଧାନରେ ହାତ ପରିଷ୍କାର କରି ଧୋଇବା ପାଇଁ ବୁଝାଇଛନ୍ତି।

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories