www.samajalive.in
Monday, December 8, 2025
13.1 C
Bhubaneswar

ୟୁଜିସିର ବିଜ୍ଞପ୍ତି ଜାରି: ଅଗଷ୍ଟରୁ ନୂଆ ଶିକ୍ଷାବର୍ଷ

ନୂଆଦିଲ୍ଲୀ: କରୋନା ଯୋଗୁଁ ଚଳିତ ବର୍ଷ ଉଚ୍ଚଶିକ୍ଷା କ୍ଷେତ୍ରରେ ନୀତିନିର୍ଘଣ୍ଟ ବଦଳିଛି। ଏ ନେଇ ବିଶ୍ୱ ବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ସହ ଶିକ୍ଷାବର୍ଷ କାର୍ଯ୍ୟସୂଚୀ, ପରୀକ୍ଷା ଇତ୍ୟାଦି ସମ୍ପର୍କିତ ମାର୍ଗଦର୍ଶିକା ପ୍ରକାଶ ପାଇଛି। ଯେଉଁ ରାଜ୍ୟରେ କରୋନାର ପ୍ରାଦୁର୍ଭାବ ହ୍ରାସ ପାଇଛି, ସେଠାରେ ଜୁଲାଇରୁ ପରୀକ୍ଷା ଆରମ୍ଭ ହୋଇପାରିବ ବୋଲି ଏଥିରେ କୁହାଯାଇଛି। ତା’ଛଡ଼ା ଛାତ୍ରଛାତ୍ରୀଙ୍କ ଅଧ୍ୟୟନ ତଥା ପରୀକ୍ଷା ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ପ୍ରତି ବିଶ୍ବବିଦ୍ୟାଳୟରେ ଏକ ‘କରୋନା ପ୍ରକୋଷ୍ଠ’ ଖୋଲାଯିବ ଓ ଏହି ପ୍ରକୋଷ୍ଠ ସମସ୍ତ ନିଷ୍ପତ୍ତି ଗ୍ରହଣ କରିବା ପାଇଁ କ୍ଷମତାପନ୍ନ ହେବ। ୟୁଜିସିରେ ମଧ୍ୟ ସମାନ ପ୍ରକୋଷ୍ଠ କାର୍ଯ୍ୟ କରିବ।

ମାର୍ଗଦର୍ଶିକା ଅନୁସାରେ ଚଳିତ ବର୍ଷ ଅଗଷ୍ଠ ୧ରୁ ମହାବିଦ୍ୟାଳୟ ଖୋଲିବ ଓ ସେବେଠାରୁ ୨୦୨୦-୨୧ ଶିକ୍ଷାବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ୩୧ରେ ଶେଷ ହେବ। ଦ୍ବିତୀୟ ଓ ତୃତୀୟ ବର୍ଷ ପାଠପଢ଼ା ଏହି ତାରିଖରୁ ଆରମ୍ଭ ହେବ; କିନ୍ତୁ ନୂଆ ପ୍ରଥମ ବାର୍ଷିକ ପାଠପଢ଼ା ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ଇଣ୍ଟରମିଡିଏଟ୍‌ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପାଇଁ ପୂର୍ବ ବା ବର୍ତ୍ତମାନର ସେମିଷ୍ଟର ପରୀକ୍ଷା ଫଳ ଆଧାରରେ ଅନ୍ତରୀଣ ମୂଲ୍ୟାୟନ ବ୍ୟବସ୍ଥା ଅନୁଯାୟୀ ଗ୍ରେଡ୍‌ ବ୍ୟବସ୍ଥା କରାଯିବ। ପରିସ୍ଥିତି ଦେଖି ଟର୍ମିନାଲ ସେମିଷ୍ଟର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଜୁଲାଇରେ କରାଯାଇପାରିବ। ଏମ୍‌.ଫିଲ୍‌, ପିଏଚ୍‌ଡି ଛାତ୍ରଛାତ୍ରୀଙ୍କ ପାଇଁ ଅଧିକ ୬ମାସ ସମୟ ଦିଆଯିବା ସହ ଭିଡିଓ କନ୍‌ଫରେନ୍ସରେ ମୌଖିକ ପରୀକ୍ଷା କରାଇବାକୁ ଅନମତି ଦିଆଯାଇଛି। କୌଣସି ବିଷୟର ପ୍ରାକ୍ଟିକାଲ ପରୀକ୍ଷା ମଧ୍ୟ ଭିଡିଓ କନ୍‌ଫରେନ୍ସ ବା ସ୍କାଏପି ମାଧ୍ୟମରେ କରାଯାଇପାରିବ। ପରୀକ୍ଷାକୁ ଅଧିକ ସରଳ କରିବା ପାଇଁ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ଚାହିଁଲେ ପଦକ୍ଷେପ ନେଇପାରିବେ। ପରୀକ୍ଷା ଅବଧି ୩ଘଣ୍ଟା ବଦଳରେ ୨ଘଣ୍ଟା କରାଯାଇପାରିବ। ଅନ୍‌ଲାଇନ୍‌ରେ ପାଠପଢ଼ା ଚାଲୁରହିବ। ପ୍ରୋଜେକ୍ଟ କାର୍ଯ୍ୟ ଜୁନ ୧ରୁ ଜୁନ ୧୫ ମଧ୍ୟରେ ସମ୍ପନ୍ନ ହେବ। ଚଳିତ ବର୍ଷ ଜୁନ ୧୬ରୁ ୩୦ ପର୍ଯ୍ୟନ୍ତ ଗ୍ରୀଷ୍ମାବକାଶ ହେବ। ଜୁଲାଇ ୧ରୁ ୩୧ ମଧ୍ୟରେ ଟର୍ମିନାଲ ଓ ଇଣ୍ଟରମିଡିଏଟ ସେମିଷ୍ଟର ପରୀକ୍ଷା ହେବ। ଅଗଷ୍ଟ ୧୪ ସୁଦ୍ଧା ସମସ୍ତ ପରୀକ୍ଷା ଫଳ ପ୍ରକାଶ ପାଇବ। ସେହିପରି ପରବର୍ତ୍ତୀ ଶିକ୍ଷା ବର୍ଷ ଯଥାକ୍ରମେ ଦ୍ବିତୀୟ ଓ ତୃତୀୟ ବାର୍ଷିକ ଛାତ୍ରଙ୍କ ପାଇଁ ୨୦୨୧ ଅଗଷ୍ଟ ୧ ଓ ନୂଆ ଛାତ୍ରଙ୍କ ପାଇଁ ସେପ୍ଟେମ୍ବର ୧ରୁ ଆରମ୍ଭ ହେବ। ୨୦୨୧ ବର୍ଷର ପ୍ରଥମ ସେମିଷ୍ଟର ପରୀକ୍ଷା ୨୦୨୧ ଜାନୁଆରୀ ୧ରୁ ୨୫ ମଧ୍ୟରେ ଆୟୋଜନ ହେବ। ୨୦୨୧ ମଇ ୨୬ରୁ ପରୀକ୍ଷା ଆରମ୍ଭ ହୋଇ ଜୁନ ୨୫ରେ ଶେଷ ହେବ। ସେହିପରି ଜୁଲାଇ ୧ରୁ ୩୦ ମଧ୍ୟରେ ଗ୍ରୀଷ୍ମାବକାଶ ହେବ।

- Advertisement -

ଏହି ନୂଆ କାର୍ଯ୍ୟସୂଚୀକୁ ୟୁଜିସି ଦ୍ବାରା ଗଠିତ ସ୍ବତନ୍ତ୍ର କମିଟି ଅନୁମୋଦନ କରିଛନ୍ତି। କରୋନା ସଂକ୍ରମଣ ଓ ତତ୍‌ଜନିତ ତାଲାବନ୍ଦ ପରିପ୍ରେକ୍ଷୀରେ ପରୀକ୍ଷା ପରିଚାଳନା ଓ ପାଠପଢା ଆଦି ସମ୍ପର୍କରେ ଅନୁଧ୍ୟାନ କରିବାକୁ ୟୁଜିସି ପକ୍ଷରୁ ଏପ୍ରିଲ ୬ରେ ୨ଟି କମିଟି ଗଠନ କରାଯାଇଥିଲା। ହରିୟାଣା ବିଶ୍ୱବିଦ୍ୟାଳୟ କୁଳପତି ଆରସି କୁଲାଢଙ୍କ ଅଧ୍ୟକ୍ଷତାରେ ପ୍ରଥମ କମିଟି ଓ ଇନ୍ଦିରା ଗାନ୍ଧୀ ଜାତୀୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ନାଗେଶ୍ୱର ରାଓଙ୍କ ନେତୃତ୍ବରେ ଦ୍ବିତୀୟ କମିଟି ଗଠିତ ହୋଇଥିଲା। କରୋନା ଯୋଗୁଁ ମାର୍ଚ୍ଚ ୨୫ରୁ ସମସ୍ତ ବିଶ୍ବବିଦ୍ୟାଳୟସ୍ତରୀୟ ପରୀକ୍ଷା ଓ ଅଧ୍ୟୟନ ବନ୍ଦ ରହିଛି।

Hot this week

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

Related Articles

Popular Categories