www.samajalive.in
Monday, December 8, 2025
24.1 C
Bhubaneswar

ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରରେ ଫସିରହିଥିବା ଅସହାୟଙ୍କୁ ସହାୟତାର ହାତ ବଢ଼ାଇଲା ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ

ଭୁବନେଶ୍ୱର : କରୋନା ଲକଡାଉନ୍‍ ଯୋଗୁଁ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ରାଜ୍ୟ ଏବଂ ରାଜ୍ୟ ବାହାରର ଅନେକ ଶ୍ରମଜୀବୀ ଅଟକି ରହିବା
ସହ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କୁ ସାଧାରଣ ସୁବିଧା ଯୋଗାଇବା ପାଇଁ ରାଜ୍ୟର ପ୍ରମୁଖ ଶିକ୍ଷା ଏବଂ ସାମାଜିକ ଅନୁଷ୍ଠାନ ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ (ଏଚ୍‍.ଭି.ଇ.ଟି)ର ସାମାଜିକ ଶାଖା ‘ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ’(ଏଚ୍‍.ଭି.ଏସ.ଏଫ୍‍) ସହାୟତାର ହାତ ବଢ଼ାଇଛି। ଭୁବନେଶ୍ୱର ମହାନଗର ନିଗମର ମିଳିତ ସହଯୋଗରେ ଫାଉଣ୍ଡେସନର ସ୍ୱେଛାସେବୀ ମାନେ ମହାନଗରର ବିଭିନ୍ନ ୱାର୍ଡରେ ରହିଥିବା ଶତାଧିକ ଏହିଭଳି ଶ୍ରମିକ ଏବଂ ଅସହାୟ ମାନଙ୍କୁ ଚିନି,ଚାଉଳ,ଡାଲି,ଅଟା,ରନ୍ଧାତେଲ,ଲୁଣ,ସାବୁନ ପ୍ରଭୃତି ଅତ୍ୟବଶ୍ୟକ ସାମଗ୍ରୀ ଯୋଗାଇ ଦେଉଛନ୍ତି।

ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟର ମଖ୍ୟ ଟ୍ରଷ୍ଟି ତଥା ନିର୍ଦ୍ଦେଶକ ମହେଶ ପଟନାୟକ, ଟ୍ରଷ୍ଟି ଶିଶିର ପାଣିଗ୍ରାହୀ ,ଟ୍ରଷ୍ଟି ମନୋଜ ପଟନାୟକ, ଉପଦେଷ୍ଠା ମିହିର ପଟନାୟକ,କୁମାରୀ ମଧୁଲିନା ଭୁବନେଶ୍ୱର ମହାନଗର ନିଗମର ସହକାରୀ କମିଶନର ଲିଲେନ୍‍ ପ୍ରସାଦ ସାହୁ,ରଂଜନ କୁମାର ଭୁୟାଁ, ହରିହର ରାଉତ,ଶକ୍ତି ପ୍ରସାଦ ପଣ୍ଡା,ଆର୍‍.ସି.ମହାପାତ୍ର,ବିଜେବି ସାମ୍ବାଦିକତା ବିଭାଗ ମୁଖ୍ୟ ଡ.ନଳିନ୍‍ ପାତ୍ର ପ୍ରମୁଖଙ୍କ ନେତୃତ୍ଵରେ  ଫାଉଣ୍ଡେସନର ସ୍ଵେଚ୍ଛାସେବୀ ମାନେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ଏବଂ ଭୁବନେଶ୍ୱର ଉନ୍ନୟନ କତୃପକ୍ଷ (ବିଡିଏ)ର କର୍ମଚାରୀଙ୍କ ସହଯୋଗରେ ସହରର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବେ ଶତାଧିକ ଖାଦ୍ୟ ପ୍ୟାକେଟ ବଣ୍ଟନ କରିଥିବା ଜଣାପଡିଛି।

- Advertisement -

ଉଲ୍ଲେଖଯୋଗ୍ୟ, ରାଜ୍ୟର ପ୍ରମୁଖ ଶିକ୍ଷା ଏବଂ ସାମାଜିକ ଅନୁଷ୍ଠାନ ହେରିଟେଜ୍‍ ଭିଜନ ଏଜୁକେସନାଲ ଟ୍ରଷ୍ଟ (ଏଚ୍‍.ଭି.ଇ.ଟି)ର
ସାମାଜିକ ଶାଖା ‘ହେରିଟେଜ୍‍ ଭିଜନ ସୋସିଆଲ ଫାଉଣ୍ଡେସନ’(ଏଚ୍‍.ଭି.ଏସ.ଏଫ୍‍) ପକ୍ଷରୁ ପ୍ରତିବର୍ଷ ଅସହାୟ ଏବଂ ନିରାଶ୍ରୟ ମାନଙ୍କ
ପାଇଁ ଏଭଳି ବିଭିନ୍ନ ଜନ କଲ୍ୟାଣ କାର୍ଯ୍ୟକ୍ରମ ମାନ ହାତକୁ ନିଆଯାଇଥାଏ।

Hot this week

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

Related Articles

Popular Categories