www.samajalive.in
Monday, December 8, 2025
14.1 C
Bhubaneswar

କଟକଣା କୋହଳ: ୩୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟକ୍ଷମ ହେବ ଶିଳ୍ପ ସଂସ୍ଥା

ଭୁବନେଶ୍ବର (ବ୍ୟୁରୋ)  ଶିଳ୍ପାନୁଷ୍ଠାନଗୁଡ଼ିକରେ କାର୍ଯ୍ୟ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀ ଓ ଅଧିକାରୀମାନେ ଯେଭଳି ସହଜରେ ନିଜ ଘରୁ  ଅଫିସ, ଶିଳ୍ପାନୁଷ୍ଠାନକୁ ଯାତାୟତ କରିପାରିବେ ସେଥିପାଇଁ ଆଜି ରାଜ୍ୟ ସରକାର କେତେକ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁ ଶିଳ୍ପ ସଂସ୍ଥା ଅବା କର୍ପୋରେଟ ହାଉସ୍ ଲକଡାଉନ୍ ଅବଧି ମଧ୍ୟରେ କାର୍ଯ୍ୟ କରିବାକୁ ଅନୁମତି ପାଇଥିବେ ସେମାନଙ୍କ ଦ୍ୱାରା ଦାଖଲ ଆବେଦନପତ୍ର ଆଧାରରେ ଜିଲ୍ଲା ମୁଖ୍ୟାଳୟ ଅବା ଅନ୍ୟ ସ୍ଥାନରେ ଥିବା କର୍ପୋରେଟ ଅଫିସକୁ କାର୍ଯ୍ୟକ୍ଷମ କରିବାକୁ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଅବା ପୌରାଞ୍ଚଳରେ ନିର୍ବାହୀ ଅଧିକାରୀଙ୍କ ଅନୁମତି ପ୍ରଦାନ କରିବେ । ସେହିପରି ଶିଳ୍ପ ସଂସ୍ଥା  ପକ୍ଷରୁ ଜିଲ୍ଲାପାଳ ଅବା ମ୍ୟୁନିସପାଲ କମିଶନରଙ୍କୁ ଲିଖିତ ଭାବେ କେତେକ କର୍ମଚାରୀ (ସର୍ବାଧିକ ୩୦ପ୍ରତିଶତ) ଓ ଗାଡ଼ି ଆସିବ ତାହା ଲିଖିତ ଭାବେ ଆଗୁଆ ଅବଗତ କରାଯିବ । ଦୁଇଚକିଆ ଗାଡ଼ିରେ କେବଳ ଜଣେ ଲୋକ ଯାତ୍ରା କରିପାରିବେ ଓ  ଚାରିଚକିଆ ଯାନରେ ଡ୍ରାଇଭର ଓ ପଛ ସିଟରେ ଜଣେ ଯାତ୍ରୀଙ୍କ ଯାତାୟତ ନିମନ୍ତେ ଅନୁମତି ମିଳି ବ। ସେହିପରି ଶିଳ୍ପ ସଂସ୍ଥା ବା ଅଫିସର କୌଣସି କର୍ମଚାରୀଙ୍କ ଆନ୍ତଃ ଜିଲ୍ଲା ଯାତାୟତ ନିମନ୍ତେ ଜିଲ୍ଲାପାଳ ଓ ମ୍ୟୁନିସପାଲ କମିଶନରଙ୍କ ଦ୍ୱାରା ପାସ୍ ଇସ୍ୟୁ କରାଯାଇପାରିବ ବୋଲି ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories