www.samajalive.in
Thursday, December 11, 2025
16.1 C
Bhubaneswar

ମୃତ୍ୟୁ ଗୁଜବରୁ ପରଦା ଉଠିଲା : କରୋନା ଟିକା ପରୀକ୍ଷା ହୋଇଥିବା ସ୍ୱେଚ୍ଛାସେବୀ ଡ. ଏଲିସା ଜୀବିତ

ନୂଆଦିଲ୍ଲୀ: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କରୋନା ଭ୍ୟାକସିନ୍ ମାନବ ପରୀକ୍ଷଣ ସ୍ୱେଚ୍ଛାସେବୀ ଡାକ୍ତର ଏଲିସା ଗ୍ରାନାଟୋଙ୍କ ମୃତ୍ୟୁ ସଂପର୍କିତ ଗୁଜବର ପର୍ଦ୍ଦାଫାଶ ହୋଇଛି। ଡାକ୍ତର ଗ୍ରାନାଟୋ ଭିଡିଓ ଜାରି କରିବା ସହ ସେ ସଂପୂର୍ଣ୍ଣ ସୁସ୍ଥ ଥିବା କହିଛନ୍ତି। ତା’ସହିତ ସୁସ୍ଥ ରହିବାକୁ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। କରୋନା ଭ୍ୟାକସିନ୍ ଟ୍ରାଏଲର ପ୍ରଥମ ସ୍ୱେଚ୍ଛାସେବୀ ଏଲିସାଙ୍କ ମୃତ୍ୟୁ ଘଟିଥିବା ନେଇ ସୋସିଆଲ ମିଡିଆରେ ମିଛ ଖବର ପ୍ରଚାରିତ ହେବା ପରେ ସେ ନିଜେ ଭିଡିଓ ଜାରି କରି ଗୁଜବ ଉପରୁ ପରଦା ହଟାଇଛନ୍ତି।

ସେ କହିଛନ୍ତି ମୁଁ ମରିନାହିଁ, ବଞ୍ଚିଛି। ସଂପୂର୍ଣ୍ଣ ସୁସ୍ଥ ବି ଅଛି, ଆପଣମାନେ ବି ସୁସ୍ଥ ରୁହନ୍ତୁ। ଭିଡିଓ ଜାରି କରି ଏଭଳି ଢଙ୍ଗରେ ନିଜ ମୃତ୍ୟୁ ସଂପର୍କିତ ଗୁଜବକୁ ଖଣ୍ଡନ କରିଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ କରୋନା ଭ୍ୟାକସିନ୍ ଟ୍ରାଏଲର ପ୍ରଥମ ସ୍ୱେଚ୍ଛାସେବୀ ହେଉଛନ୍ତି ଡାକ୍ତର ଏଲିଆ ଗ୍ରାନାଟୋ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories