www.samajalive.in
Monday, December 8, 2025
14.1 C
Bhubaneswar

ଦିନକୁ ରାଜସ୍ବ କ୍ଷତି ୮୦୦ କୋଟି ଟଙ୍କା : କେନ୍ଦ୍ର ଉପରେ ‘ମଦ’ ଚାପ

ନୂଆଦିଲ୍ଲୀ: କରୋନାଜନିତ ଲକ୍ଡ଼ାଉନ ଯୋଗୁଁ ଦେଶର ଅର୍ଥନୀତି ସ୍ଥିତି ଗୁରୁତର । ଆର୍ଥିକ ସ୍ଥିତିକୁ ଦେଖି କେନ୍ଦ୍ର ସରକାର ବିଭିନ୍ନ ବ୍ୟୟ ସଙ୍କୋଚନ ନୀତି ଗ୍ରହଣ କରୁଛନ୍ତି । ବିଭିନ୍ନ ରାଜ୍ୟରେ ମଧ୍ୟ ସ୍ଥିିତି ସମାନ । କର୍ଣ୍ଣାଟକ ସରକାର କର୍ମଚାରୀଙ୍କୁ ଦରମା ଦେବାକୁ ଟଙ୍କା ନାହିଁ ବୋଲି ଖୋଲାଖୋଲି କହିବାକୁ ପଛାଇ ନାହାନ୍ତି । ତେଲେଙ୍ଗାନା, ଆନ୍ଧ୍ର, ଛତିଶଗଡ଼, କେରଳ, ତାମିଲନାଡ଼ୁ ଆଦି ସରକାରଙ୍କ ମଧ୍ୟ ଅନୁରୂପ ମତ । ଏପରି ସ୍ଥିତିରେ ମଦ ଦୋକାନ ଖୋଲାଯିବା ନିମନ୍ତେ କେନ୍ଦ୍ର ଉପରେ ପଡ଼ିଛି ଚାପ । ବିଭିନ୍ନ ରାଜ୍ୟ ସରକାର ବୁଲେଇ ବଙ୍କେଇ ଏପରି ପ୍ରସ୍ତାବ ଦେଇଛନ୍ତି । ଆସାମ ଓ କେରଳରେ ଓଳିକିଆ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିଲେ ହେଁ ତାହାକୁ ପରବର୍ତୀ ସମୟରେ ପ୍ରତ୍ୟାହାର କରି ନିଆଯାଇଛି । ପଞ୍ଜାବ ସରକାର ମଦ ବିକ୍ରି ଅନୁମତି ଦେବାକୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଲକ୍ଡ଼ାଉନରେ ମଦ ଦୋକାନ ବନ୍ଦ କରାଯିବା ପରେ ଅବକାରୀ ରାଜସ୍ବ ଆଦାୟ ଶୂନକୁ ଖସି ଆସିଛି ।  ଉତ୍ପାଦନ ଟିକସଠାରୁ ଆରମ୍ଭ କରି ବିକ୍ରି ପର୍ଯ୍ୟନ୍ତ ଗୋଟିଏ ଦିନରେ ବିଭିନ୍ନ ରାଜ୍ୟ ସରକାରଙ୍କୁ ପ୍ରାୟ ୮୦୦ କୋଟି ଟଙ୍କା ହରାଇବାକୁ ପଡ଼ୁଛି । ଏହି ପରିପ୍ରେକ୍ଷୀରେ ବିଭିନ୍ନ ରାଜ୍ୟ ସରକାର ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ଏହି ପ୍ରସଙ୍ଗ ଉଠାଇ ଲକ୍ଡ଼ାଉନରୁ ମଦକୁ ବାଦ ଦିଆଯିବାକୁ ଅନୁରୋଧ କରିଛନ୍ତି । ତେଣୁ ଆସନ୍ତା ୩ ତାରିଖ ପରେ ତୃତୀୟ ପର୍ଯ୍ୟାୟ ଲକ୍ ଡ଼ାଉନ ଘୋଷଣା ହେଉ କି ନ ହେଉ ମଦ ଦୋକାନ ଖୋଲିବାର ଯଥେଷ୍ଟ ସମ୍ଭାବନା ଅଛି ବୋଲି ସୂଚନା ମିଳିଛି । ତେବେ ବାର୍ ଓ କ୍ଲବରେ ମଦ ବିକ୍ରି ଉପରେ କଟକଣା ରହିବାର ସମ୍ଭାବନା ରହିଛି ବୋଲି ଏହି ସୂତ୍ରରୁ ଜଣାପଡ଼ିଛି ।

- Advertisement -

ମାର୍ଚ୍ଚ ୨୫ ରୁ ଏପ୍ରିଲ ୧୪ ପ୍ରଥମ ପର୍ଯ୍ୟାୟ ଲକ୍‌ଡାଉନ୍‌ ସମୟରେ ଆସାମ ଓ ମେଘାଳୟ ରାଜ୍ୟରେ ମଦ  ବିକ୍ରିକୁ ଅନୁମତି ଦେଇଥିଲେ। ହେଲେ କେନ୍ଦ୍ର ସରକାର ମଦ ଉତ୍ପାଦନ ଓ ବିକ୍ରି ନକରିବାକୁ ନିର୍ଦ୍ଦେଶ ଦେବା ପରେ ଦୁଇ ରାଜ୍ୟକୁ ନିଜର ଅନୁମତି ପ୍ରତ୍ୟାହାର କରିବାକୁ ପଡିଥିଲା। ଅନ୍ୟପକ୍ଷରେ ମଦ ଦୋକାନ ବନ୍ଦ ରହିବାରୁ ଚୋରା ମଦ କାରବାର ବୃଦ୍ଧି ପାଇଥିବା କିଛି ରାଜ୍ୟ କେନ୍ଦ୍ରକୁ ଜଣାଇଛନ୍ତି । ଏହାଫଳରେ ମଦମୃତ୍ୟୁ ଆଶଙ୍କା ରହିଥିବାରୁ ମଦ ଦୋକାନ ଖୋଲିବାର ଆବଶ୍ୟକତା ଥିବା କିଛି ରାଜ୍ୟ ଯୁକ୍ତି ବାଢ଼ିଛନ୍ତି ।

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories