www.samajalive.in
Sunday, December 7, 2025
26.1 C
Bhubaneswar

କୋଭିଡ-୧୯ ପ୍ରଭାବିତ ଅର୍ଥନୀତି : ୧୫ ବିଲିୟନ ଡଲାର ସହାୟତା ଦେବ ବ୍ରିକ୍ସ ଦେଶ ସମୁହ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁ ବିଶ୍ବର ଅଧିକାଂଶ ଦେଶ ପ୍ରଭାବିତ ହୋଇଛି। ବହୁ ସଂଖାରେ ଲୋକ ସଂକ୍ରମିତ ହେଉଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ପ୍ରାଣ ହରାଇଲେଣି। ସବୁଠୁ ଅଧିକ ପ୍ରଭାବିତ ହେଲାଣି ବିଶ୍ବ ଅର୍ଥନୀତି। ଏହି ଅର୍ଥନୀତିକୁ ସଜାଡିବାକୁ ବ୍ରିକ୍ସ ଦେଶ ସମୁହ ଆଗେଇ ଆସିଛନ୍ତି। ସଦସ୍ୟ ରାଷ୍ଟ୍ରର ଅର୍ଥନୀତିକୁ ଚଳଚଞ୍ଚଳ କରିବାକୁ ୧୫ ବିଲିୟନ ଡଲାର ପାଣ୍ଠି ସହାୟତା ପାଇଁ ନିଷ୍ପତି କରିଛନ୍ତି। ବ୍ରିକ୍ସ ରାଷ୍ଟ୍ର ସମୁହ ବୈଠକ ଭିଡିଓ କନଫରେନସିଂ ଜରିଆରେ ଅନୁଷ୍ଠିତ ହୋଇଥିଲା। ରୁଷିଆର ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଭାରତ, ବ୍ରାଜିଲ, ଚୀନ ଓ ଦକ୍ଷିଣ ଆଫ୍ରିକାର ବୈଦେଶିକ ମନ୍ତ୍ରୀମାନେ ଉପସ୍ଥିତ ଥିଲେ। ଏହି ବୈଠକରେ କରୋନା ଜନିତ ସ୍ବାସ୍ଥ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା। ଅର୍ଥନୀତିକୁ ନେଇ ଭାରତର ଏସ ଜୟଶଙ୍କରଙ୍କ ସମେତ ସବୁ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀମାନେ ଉଦ୍‌ବେଗ ପ୍ରକାଶ କରିଥିଲେ। ଏହା ପରେ ବ୍ରିକ୍ସ ରାଷ୍ଟ୍ରସମୁହର ଅର୍ଥନୀତି ବିଶାରଦଙ୍କ ସହ ଆଲୋଚନା କରାଯିବ। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ସହ ମଧ୍ୟ ଆଲୋଚନା କରାଯିବ ବୋଲି ନିଷ୍ପତି ହୋଇଛି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories