www.samajalive.in
Monday, December 8, 2025
24.1 C
Bhubaneswar

ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ଅନ୍ୟଜଣଙ୍କ ଆକାଉଣ୍ଟକୁ ଚାଲିଗଲା ୫ କୋଟି

ସମାଜ ପୋର୍ଟାଲ ଡେସ୍କ : ମୟୁରଭଞ୍ଜ ଜିଲା ଠାକୁରମୁଣ୍ଡା ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି ୫ କୋଟିରୁ ଉର୍ଦ୍ଧ୍ବ ଟଙ୍କା । ପର୍ଯ୍ୟାୟ କ୍ରମେ ଏହି ଟଙ୍କା ଟ୍ରାନ୍ସଫର ହୋଇଥିଲେ ମଧ୍ୟ ଏହା ବିଡିଓଙ୍କ ଜଣାନଥିଲା । ଗତକାଲି ବ୍ଲକର କୌଣସି କାର୍ଯ୍ୟପାଇଁ ଟଙ୍କାର ଆବଶ୍ୟକତା ପଡିବାକୁ ଏହା ଜଣାପଡିଥିଲା ।ଜଣାପଡିବା ପରେ ବିଡିଓ ଏନେଇ ଠାକରୁମୁଣ୍ତା ଥାନାରେ ଅଭିଯୋଗ କରିଛନ୍ତି ।

ସୂଚନାଅନୁସାରେ ଠାକୁରମୁଣ୍ଡା ବିଡିଓଙ୍କ ସରକାରୀ ଆକାଉଣ୍ଟରୁ ୫କୋଟି ୮୦ ଲକ୍ଷ ୮୦ ହଜାର ଟଙ୍କା ଅନ୍ୟ ଜଣଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଛି। ଏତେ ପରିମାଣର ଟଙ୍କା ଟ୍ରାନ୍ସଫର ହୋଇଥିଲେ ମଧ୍ୟ ବିଡିଓ କିପରି ଜାଣିପାରିନଥିଲେ ତାହା ସାଧାରଣରେ ଆଲୋଚନା ହେଉଛି ।ବିଡିଓ ଏନେଇ ଥାନାରେ ଏତଲା ଦେବାପରେ ପୁଲିସ ଜଣଙ୍କୁ ଅଟକ ରଖିବା ସହ ଏତେ ପରିମାଣର ଟଙ୍କା କିଏ ଏବଂ କିପରି ଟ୍ରାନ୍ସଫର କଲା ତାହାର ତଦନ୍ତ ଚଳାଇଛି ।

Hot this week

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

Related Articles

Popular Categories