www.samajalive.in
Saturday, December 6, 2025
16.1 C
Bhubaneswar

ବିଶ୍ୱକୁ ଦେଖିବାର ଦୃଷ୍ଟିକୋଣ ବଦଳାଇ ଦେବ ଅନୁଷ୍କାଙ୍କ ୱେବ୍‍ସିରିଜ୍‍: ଦେଖନ୍ତୁ ଟିଜର୍‍

ମୁମ୍ବଇ: ୨୦୧୮ ମସିହାରେ ‘ଜିରୋ’ ଚଳଚ୍ଚିତ୍ର ରିଲିଜ ପରେ ବଲିଉଡ୍‌ ଇଣ୍ଡଷ୍ଟ୍ରିରୁ ଏକପ୍ରକାର ଦୂରେଇ ଯାଇଥିବା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ପ୍ରଯୋଜକ ଭାବେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲାଇବେ। ଏକ ଲମ୍ବା ସମୟର ବ୍ୟବଧାନ ପରେ ଅନୁଷ୍କା ନିଜ ଭାଇ କର୍ନେଶ୍‌ ଶର୍ମାଙ୍କ ସହ ମିଶି ନିଜର ପ୍ରଡକ୍ସନ ହାଉସ୍‌ ‘କ୍ଲିନ ସେଲ୍ଟ’ ଅଧିନରେ ଏକ େଓବ୍‍ସିରିଜ୍‍ ନିର୍ମାଣ କରୁଛନ୍ତି, ଯାହା ଖୁବଶୀଘ୍ର ପ୍ରସାରିତ ହେବାକୁ ଯାଉଛି। ୱେବ୍‍ସିରିଜର ନାଁ ରହିଛି ‘ପାତାଲ ଲୋକ’। ଏହାର ଟିଜର୍‌ ରିଲିଜ୍‌ କରିଦିଆଯାଇଛି। ଯାହାକୁ ମେ’ ୧୫ରୁ ଆମାଜନ୍‌ ପ୍ରାଇମ୍‌ରେ ଦର୍ଶକ ଦେଖିପାରିବେ। ଏହାକୁ ପ୍ରଥମଥର ପାଇଁ ଆମାଜନ୍‌ ପ୍ରାଇମ୍‌ ଓରିଜିନାଲରେ ଲୋକେ ଦେଖିପାରିବେ। ନିକଟରେ ଅନୁଷ୍କା ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହାର ଟିଜର ଶେୟାର କରିଛନ୍ତି।


ଏଥିରେ ସେ ଉଲ୍ଲେଖ କରିଛନ୍ତି ଯେ, ସମାଜରେ ଘଟୁଥିବା କ୍ରାଇମ୍‌, ଥ୍ରୀଲର, ଆକ୍ସନ ଏବଂ ଭ୍ରଷ୍ଟାଚାରକୁ ନେଇ ଏହାର କାହାଣୀ ଆଧାରିତ। ଏହାକୁ ଦେଖିବା ପରେ ଲୋକେ ନିଜର ସମାଜିକ ଦାୟିତ୍ୱବୋଧକୁ ବୁଝିପାରିବେ ଏବଂ ଏକ ଭିନ୍ନ ଦୃଷ୍ଟିକୋଣରେ ଏହି ବିଶ୍ୱକୁ ଦେଖିବା ଆରମ୍ଭ କରିବେ। ଏଥିରେ ଜୟ ଅହଲାବତ୍‌, ଗୁଲ ପନ୍ନାଗ, ଅଭିଷେକ ବାନାର୍ଜୀ, ନୀରଜ୍‌ କବି ପ୍ରମୁଖଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

- Advertisement -

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories