www.samajalive.in
Saturday, December 6, 2025
16.1 C
Bhubaneswar

ଘରକୁ ଘର ଯାଇ ବହି ବଣ୍ଟନ କଲେ ପ୍ରଧାନଶିକ୍ଷକ

ପାଟଣା : ଘଟଗାଁ ବ୍ଲକ ତୋରାଣିପୋଖରୀ ପଞ୍ଚାୟତର ମଥୁରା ପଶି ପ୍ରାଥମିକ ବିଦ୍ୟାଳୟର ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ମହାମାରୀ କରୋନା ନିୟନ୍ତ୍ରଣ ରୋକିବା ପାଇଁ ଲକ ଡାଉନ ରେ ସରକାର ସମସ୍ତ ସ୍କୁଲ ବନ୍ଦ କରିଛନ୍ତି । ସେଥି ପାଇଁ ଛାତ୍ରଛାତ୍ରୀ ମାନଙ୍କୁ ଘରେ ରହି ପାଠ ପଢିବା ପାଇଁ କୁହାଯାଇଛି । ମଥୁରାପଶି ଗ୍ରାମ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଠାରୁ ଅଷ୍ଟମ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଧନୁର୍ଜୟ ନାୟକ ସହକାରୀ ଶିକ୍ଷକ ଅନଙ୍ଗ କୁମାର ବେହେରା ନିଜ ବାଇକରେ ଘରକୁ ଘର ଯାଇ ଅଭିଭାବକ ଉପସ୍ଥିତରେ ଛାତ୍ରଛାତ୍ରୀ ମାନଙ୍କୁ ଚଳିତ ବର୍ଷର ପାଠ୍ୟ ପୁସ୍ତକ ପ୍ରଦାନ କରିଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ଘରୁ ନବାହାରିବା ପାଇଁ ଏବଂ ହାତକୁ ସାବୁନ ରେ ଧୋଇବା ସହିତ ମୁହଁରେ ମାସ୍କ କିମ୍ବା ରୂମାଲ ବ୍ୟବହାର କରି ପାଇଁ ସଚେତନତା ବାର୍ତ୍ତା ଦେଉଛନ୍ତି । ଛାତ୍ରଛାତ୍ରୀ ମାନଙ୍କୁ ଘରେ ରହି ପାଠ ପଢିବାକୁ ପରାମର୍ଶ ଦେଇଛନ୍ତି ପ୍ରଧାନଶିକ୍ଷକ ଧନୁର୍ଜୟ ନାୟକ ।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories