www.samajalive.in
Thursday, December 11, 2025
16.1 C
Bhubaneswar

ବର୍ଷାର ପ୍ରଭାବ; ଭାଙ୍ଗିଲା ଅସ୍ଥାୟୀ ପୋଲ

କଲମପୁର : ଶନିବାର ସନ୍ଧ୍ୟାରେ ଘୋଟି ଆସିଲା ପ୍ରବଳ ଝଡ଼ ତୋଫାନ ସହ ବର୍ଷା। ଏହି ବର୍ଷାର ପ୍ରଭାବରେ ଏକ ଅସ୍ଥାୟୀ ପୋଲ ଭାଙ୍ଗିଯିବା ଭଳି ଅଭାବନୀୟ ଘଟଣା ଏବେ ଥୁଆମୁଳ ରାମପୁର ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି। ଏହାସହ ପ୍ରଶାସନର ଅପାରଗତାକୁ ନେଇ ସାଧାରଣରେ ଆଲୋଚନା ହେଉଛି।
ପ୍ରାପ୍ତ ସୂଚନା ଅନୁସାରେ, ଶନିବାର ସନ୍ଧ୍ୟା ପ୍ରାୟ ୫.୩୦ ମିନିଟ ବେଳକୁ ଆକାଶରେ କଳାହାଣ୍ଡିଆ ମେଘ ସହିତ ଝଡ ତୋଫାନ ଦେଖା ଦେଇଥିଲା। ବର୍ଷାର ପରିମାଣ ଏତେ ବଢିଯାଇଥିଲାଯେ, ଗତ ବର୍ଷ ବର୍ଷାରେ ଭାଙ୍ଗି ଯାଇଥିବା ପୋଲ ଉପରେ ପଥର ବାନ୍ଧି ତିଆରି କରାଯାଇଥିବା ଅସ୍ଥାୟୀ ପୋଲଟି ପୁନଃ ଭାଙ୍ଗିଯାଇଛି। ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ ତଥା ରାୟଗଡା ଜିଲା କାଶିପୁର ସୀମାନ୍ତରେ ଥିବା କେରପାଇ ପଞ୍ଚାୟତ ସହିତ ସଂଯୋଗ କରୁଥିବା କାଚେଲେଖା ନାଳର ଅସ୍ଥାୟୀ ପୋଲଟି ଭାଙ୍ଗିଯାଇଛି। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫ଶହ ମିଟର ଦୂରତ୍ୱ ମଧ୍ୟରେ କାଚେଲେଖା ଉନ୍ନିତ ବିଦ୍ୟାଳୟ ରହିଛି। ଯାହାକୁ କୋରନା ଭୁତାଣୁ ସଂକ୍ରମଣ ନିରୋଧ ପାଇଁ ସଙ୍ଗରୋଧ ଗୃହ ଭାବେ ବ୍ୟବହାର କରାଯାଉଛି। ଏହି ପୋଲ ଭାଙ୍ଗିଯିବା ପରେ ବର୍ତ୍ତମାନ ମହାମାରୀ କୋରୋନା ଭୂତାଣୁ ସଂକ୍ରମଣ ରୋକିବା ଦିଗରେ ଏହି ପଞ୍ଚାୟତ ପାଇଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା କରାଯାଉଛି। କାରଣ ପୋଲର ଗୋଟିଏ ପାର୍ଶ୍ବରେ ବିଦ୍ୟାଳୟ ରହିଛି ଅନ୍ୟ ପାର୍ଶ୍ବରେ ପଞ୍ଚାୟତ କାର୍ଯ୍ୟାଳୟ ସହିତ ବହୁ ଗ୍ରାମ ରହିଛି। ଏହି ଗ୍ରାମ ସମୂହର ଅନେକ ଶ୍ରମିକ ରାଜ୍ୟ ବାହାରେ ନିୟୋଜିତ ହୋଇଛନ୍ତି। ସମସ୍ତେ ଏବେ ଗାଁକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ସେହି ରାଜ୍ୟ ବାହାରରୁ ଫେରୁଥିବା ଶ୍ରମିକଙ୍କୁ ଏହି ସଙ୍ଗରୋଧ ଗୃହରେ ରଖିବାର ବ୍ୟବସ୍ଥା କରାଯାଇଛି। ଏହି ସମସ୍ତ ଶ୍ରମିକ ପ୍ରଶାସନର ଦୃଷ୍ଟିରେ ରହିବେ। କିନ୍ତୁ ପରିତାପର ବିଷୟ ଏହି ବର୍ଷାର ପ୍ରଭାବରେ ପୋଲ ଭାଙ୍ଗିଯିବାରୁ କେହି ଅଧିକାରୀ ଏହି ସଙ୍ଗରୋଧ ଗୃହ ପରିଦର୍ଶନ କରିବା ସହ ଶ୍ରମିକଙ୍କ ଶାରିରୀକ ସମସ୍ୟା ବୁଝିବାରେ ଅସୁବିଧାର ସମ୍ମୁଖିନ ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।
କେବଳ ପୋଲ ନୁହେଁ ବର୍ଷା ଓ ପବନର ପ୍ରଭାବ କାରଣରୁ କୋରପାଇ ଅଞ୍ଚଳର ବହୁ ଘର ଭାଙ୍ଗିଯାଇଥିବା ବେଳେ ଗଛ ଡାଳ ସବୁ ଭାଙ୍ଗିଯାଇଛି। ଏହାସହ କୁଆପଥର ମାଡ ଯୋଗୁଁ ବହୁ ଚାଷ ନଷ୍ଟ ହେଇଛି। ଏହାସହ କଲମପୁର ଅଞ୍ଚଳର ବହୁ ଧାନ ଚାଷ ମଧ୍ୟ ବର୍ଷା ଓ ପବନର ପ୍ରଭାରେ ନଷ୍ଟ ହେବାର ଆଶଙ୍କା କରାଯାଉଛି।
ସୁଚନା ଯୋଗ୍ୟ ଯେ, ଭବାନିପାଟଣା ଗ୍ରାମ ଉନ୍ନୟନ ବିଭାଜନ ତରଫରୁ କାଚେଲେଖା ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଓ ପୋଲ ନର୍ମାଣର ବ୍ୟବସ୍ଥା କରାଯାଇଥିଲା। କିନ୍ତୁ ପୋଲ ଭାଙ୍ଗିବାର ଦୀର୍ଘ ୯ ମାସ ବିତି ସାରିଥିଲେ ମଧ୍ୟ ବିଭାଗ ତରଫରୁ ପୋଲ ନିର୍ମାଣର କୌଣସି ବ୍ୟବସ୍ଥା କରାଯାଇ ନାହିଁ। ଯେଉଁଥିପାଇଁ ଏହି ଅଞ୍ଚଳରେ ଏବେ କରୋନା ଭୁତାଣୁ ମୁକାବିଲା କରିବାରେ ସମସ୍ୟା ଦେଖା ଦେବ। ତେଣୁ ତରନ୍ତ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories