www.samajalive.in
Thursday, December 11, 2025
18.1 C
Bhubaneswar

କୋଭିଡ-୧୯ ମୁକାବିଲା ପ୍ରସ୍ତୁତି ସମୀକ୍ଷା କଲେ ରାଜନାଥ

ସମାଜ ପୋର୍ଟାଲ ଡେସ୍କ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ସମସ୍ତ କମାଣ୍ଡର ଇନ୍‍ ଚିଫ୍‍ମାନଙ୍କ ସହ ବୈଠକରେ କୋଭିଡ୍‍-୧୯ର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ସେ ସଶସ୍ତ୍ର ବାହିନୀ ଦ୍ୱାରା ପ୍ରଶାସନକୁ ଦିଆଯାଇଥିବା ସହାୟତାର ପ୍ରଶଂସା କରିଛନ୍ତି। କୋଭିଡ୍‍-୧୯ର ମୁକାବିଲା କ୍ଷେତ୍ରରେ ସଶସ୍ତ୍ର ବାହିନୀଗୁଡ଼ିକର ପ୍ରସ୍ତୁତିକୁ ନେଇ ସେ ଆଶାବାଦୀ ରହିଛନ୍ତି ଓ ସାଂସ୍କୃତିକ ପରିସ୍ଥିତିକୁ ଯେଭଳି ନିୟନ୍ତ୍ରଣାଧୀନ ରଖାଯାଇ ପାରିବ ସେଥିପାଇଁ ପରାମର୍ଶ ଦେଇଛନ୍ତି। ବିଜ୍ଞତାର ସହ ଖର୍ଚ୍ଚ କରିବା ଓ ଅଯଥା ଖର୍ଚ୍ଚକୁ ବଞ୍ଚାଇବା ପାଇଁ ସେ ସମସ୍ତ ବାହିନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବୈଠକ ସମୟରେ କମାଣ୍ଡର ଇନ୍‍ ଚିଫ୍‍ମାନେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ନିଆଯାଇଥିବା ପଦକ୍ଷେପଗୁଡ଼ିକ ବିଷୟରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି। ସେଗୁଡ଼ିକ ମଧ୍ୟରେ କୋଭିଡ୍‍-୧୯ ଉପରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର, ନିୟମାବଳୀର ଆବଶ୍ୟକ ସଂଶୋଧନ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ପରାମର୍ଶ ଆଦି ଅନ୍ତର୍ଭୁକ୍ତ। ଏହା ବ୍ୟତୀତ ଅବସର ପ୍ରାପ୍ତ ସଶସ୍ତ୍ର ବାହିନୀ କାର୍ମଚାରୀ ଓ ସେମାନଙ୍କ ପରିବାରଗୁଡ଼ିକ ପ୍ରତି ଯତ୍ନ ଦିଗରେ ନିଆଯାଇଥିବା ପଦକ୍ଷେପ ବିଷୟରେ ପ୍ରତିରକ୍ଷାମନ୍ତ୍ରୀଙ୍କୁ ଅବଗତ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରଣାଳୟ ଦ୍ୱାରା ସମ୍ପ୍ରତି ଦିଆଯାଇଥିବା ଆର୍ଥିକ କ୍ଷମତାର କମାଣ୍ଡରମାନେ ପ୍ରଶଂସା କରିଛନ୍ତି। ହସ୍ପିଟାଲଗୁଡ଼ିକର ମୌଳିକ ଢାଞ୍ଚାରେ ବିକାଶ ପାଇଁ ଆବଶ୍ୟକ ଡାକ୍ତରୀ ସରଞ୍ଜାମ ସଂଗ୍ରହ ଲାଗି ଏହି ଆର୍ଥିକ କ୍ଷମତା ପ୍ରଦାନ କରାଯାଇଛି। ସଶସ୍ତ୍ର ବାହିନୀ ଅତିରିକ୍ତ ଯବାନ ଯୋଗାଇବା ଓ ସେମାନଙ୍କୁ ଆବଶ୍ୟକ ତାଲିମ ଦେଇ କୋଭିଡ୍‍-୧୯ର ମୁକାବିଲାରେ ପ୍ରଶାସନକୁ ସାହାଯ୍ୟ କରିବାରେ ଗୁରୁଦାୟିତ୍ୱ ହାତକୁ ନେଇଛି। ଯବାନ ଓ ସ୍ଥାନୀୟ ପ୍ରଶାସନିକ ଅଫିସରମାନଙ୍କ ପାଇଁ ପୃଥକୀକରଣ କେନ୍ଦ୍ର ସ୍ଥାପନକୁ କମାଣ୍ଡରମାନେ ସ୍ୱାଗତ କରିଛନ୍ତି। ପ୍ରଶାସନ ପକ୍ଷରୁ ଅନୁରୋଧ କରାଗଲେ ଆବଶ୍ୟକ ସେବା ପ୍ରଦାନ କରିବାକୁ ସେମାନେ ପ୍ରସ୍ତୁତ ଥିବା ଜଣାଇଛନ୍ତି। ଚିଫ୍‍ ଅଫ୍‍ ଡିଫେନ୍ସ ଷ୍ଟାଫ୍‍ ତଥା ସାମରିକ ବ୍ୟାପାର ବିଭାଗ ସେକ୍ରେଟାରୀ ଜେନେରାଲ୍‍ ବିପିନ୍‍ ରାୱତ୍‍, ସେନାବାହିନୀ ମୁଖ୍ୟ ଜେନେରାଲ୍‍ ଏମ୍‍.ଏମ୍‍. ନରବଣେ, ନୌବାହିନୀ ମୁଖ୍ୟ ଆଡମିରାଲ୍‍ କରମବୀର ସିଂହ, ବିମାନ ବାହିନୀ ମୁଖ୍ୟ ମାର୍ସାଲ୍‍ ଆର୍‍.କେ.ଏସ୍‍. ଭଦୋରିଆ, ପ୍ରତିରକ୍ଷା ସଚିବ ଡକ୍ଟର ଅଜୟ କୁମାର ଓ ପ୍ରତିରକ୍ଷା ଆର୍ଥିକ ସଚିବ ଶ୍ରୀମତୀ ଗାର୍ଗି କୌଲ୍‍ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ।

Hot this week

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

Related Articles

Popular Categories