mission shakti banner

ସଜମଙ୍ଗନରେ ସମ୍ପନ୍ନ ହେଲା ବିବାହ ଉତ୍ସବ

BSKY banner  750×100
0

ଭୁବନେଶ୍ୱର  : ଶ୍ରୀଲିଙ୍ଗରାଜଙ୍କ ବିବାହ ଓ ଶୀତଳଷଷ୍ଠୀ ପରମ୍ପରାରେ ବିଭ୍ରାଟ ଘଟିଛି। ପ୍ରାୟ ୨୩ଘଣ୍ଟା ପରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ ହୋଇଛି। ଯାହାଫଳରେ ପ୍ରଥମ ଥର ପାଇଁ ପରମ୍ପରା ଭଙ୍ଗ ହୋଇ ସଜ ମଙ୍ଗନ ଓ ବିବାହ ଉତ୍ସବ ଅନୁଷ୍ଠିତ ହୋଇଛି। ଶ୍ରୀଜୀଉଙ୍କ ବିବାହ ଉତ୍ସବରେ ପ୍ରଭୁ କପିଳନାଥ ନାଥ ମଧ୍ୟସ୍ଥତା କରିଥାନ୍ତି, କିନ୍ତୁ କପିଳେଶ୍ୱରଙ୍କ ମନ୍ଦିରରେ ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଉପୁଜିଥିବା ବିବାଦ ହାଇକୋର୍ଟ ଆଦେଶ ମୁତାବକ ସମାଧାନ ନ ହେବାରୁ ଶ୍ରୀଜୀଉଙ୍କ ଦୁଇ ପ୍ରମୁଖ ସେବାୟତ ଏହାକୁ ପରମ୍ପରା ବିରୋଧୀ ଦର୍ଶାଇ ଅସହଯୋଗ କରିବା ଫଳରେ ଶ୍ରୀଜୀଉଙ୍କ ନୀତିକାନ୍ତି ହୋଇ ପାରିନଥିଲା।
ରବିବାର ବହୁ ଶ୍ରଦ୍ଧାଳୁ ଓ ଜିଲାପାଳଙ୍କ ଅନୁରୋଧ ରକ୍ଷାକରି ଦୁଇ ନିଯୋଗ (ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ) ସେମାନଙ୍କ ଜିଦ୍‍ରୁ ଓହରି ସେବାପୂଜା କରିବାକୁ ରାଜି ହେବା ପରେ ପୂର୍ବ ପରିସ୍ଥିତି ଆଜି ପୂର୍ବ ସ୍ଥିତି ପୁଣି ଫେରିଆସିଛି। ମନ୍ଦିର ପ୍ରଶାସନ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ନୀତିନିର୍ଘଣ୍ଟ ଅନୁସାରେ ଅପରାହ୍ଣ ୨ଟା ୪୫ମିନିଟ୍‍ରେ ଶ୍ରୀଜୀଉଙ୍କ ନୀତିକାନ୍ତି ଆରମ୍ଭ ହୋଇଥିଲା। ଗତକାଲି ମହାପ୍ରଭୁଙ୍କ ମଙ୍ଗନ କାର୍ଯ୍ୟ ବନ୍ଦ ହୋଇଥିଲା। ଆଜି ସଜ ମଙ୍ଗନ ଓ ସଜ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି।
ପ୍ରଥମେ ଶ୍ରୀଜୀଉଙ୍କୁ ମହାସ୍ନାନ କରାଯିବା ପରେ ମଙ୍ଗଳ ଆଳତି, ହୋମ କାର୍ଯ୍ୟ କରାଯାଇ ପୁନର୍ବାର ମହାସ୍ନାନ ହୋଇ ଶ୍ରୀଜୀଉଙ୍କୁ ବେଶ କରାଯିବାପରେ ଅନ୍ୟାନ୍ୟ ନୀତି ଆରମ୍ଭ ହୋଇଥିଲା। ଭୋଗମଣ୍ଡପ ପରେ ସେବକମାନେ ଶ୍ରୀଜୀଉଙ୍କ ନୈବେଦ୍ୟ ଅଷ୍ଟଚଣ୍ଡୀଙ୍କୁ ଅର୍ପଣ କରି ସଜ ମଙ୍ଗନ ପାଳନ କରି ବିବାହ ଉତ୍ସବରେ ଯୋଗଦେବା ଲାଗି ନିମନ୍ତ୍ରଣ କରିଥିଲେ। ସେହିପରି ସନ୍ଧ୍ୟାଧୂପ ଓ ଟେରା ଫିଟା କରାଯିବା ପରେ ଦିଅଁ ବେଶ ହୋଇ ପାଲିଙ୍କିକୁ ବିଜେ କରିଥିଲେ। ପରେ ବଡ଼ସିଂହାର ହୋଇ ପହୁଡ ପଡି ବରଯାତ୍ରୀଙ୍କ ଭୋଜି ହୋଇଥିଲା। ୨ଶହ ବରଯାତ୍ରୀ ଭୋଜି ଖାଇ ଶ୍ରୀଜୀଉଙ୍କ ବିବାହ ଉତ୍ସବରେ ଯୋଗଦେବା ଲାଗି ଦିଅଁଙ୍କ ସହ କେଦାର-ଗୌରୀ ମନ୍ଦିରକୁ ଯାତ୍ରା କରିଥିଲେ। ରାତି ୧୨ଟାରୁ ଭୋର ସାଢେ ୪ଟା ମଧ୍ୟରେ କେଦାରଗୌରୀ ମନ୍ଦିରରେ ବିବାହ ଉତ୍ସବ ପାରମ୍ପରିକ ରୀତିନୀତି ଅନୁସାରେ ସମାପନ ହୋଇଛି।

Leave A Reply