ବର୍ଲିନ : କରୋନା ଭୟ ଜନିତ କଟକଣା ବିଭିନ୍ନ ରାଷ୍ଟ୍ରରେ କୋହଳ ହେବାରେ ଲାଗିଛି। ଆର୍ଥିକ କାରବାର ପାଇଁ ବିଭିନ୍ନ ରାଷ୍ଟ୍ର କଟକଣା କୋହଳ କରିଥିଲେ ମଧ୍ୟ ବାହାରକୁ ବାହାରିବାକୁ ଲୋକେ ବିଶେଷ ପସନ୍ଦ କରୁନାହାନ୍ତି। କରୋନା ସଂକ୍ରମଣ ଭୟ ଯୋଗୁ ଲୋକେ ଘରୁ ବାହାରୁ ନଥିବା ଜଣାପଡିଛି।
ବିଶ୍ବର ଅଧିକାଠ ଦେଶ କରୋନା ସଂକ୍ରମଣ ଯୋଗୁ ପ୍ରଭାବିତ ହୋଇଥିବା ବେଳେ ଲକଡାଉନ ଭଳି କଟକଣା କରିବାକୁ ବାଧ୍ୟ ହୋଇଥିଲେ। ଏବେ ସଂକ୍ରମଣରେ ଟିକେ ହ୍ରାସ ପାଇଥିବାରୁ ଧିରେଧିରେ କଟକଣା କୋହଳ କରୁଛନ୍ତି। କିନ୍ତୁ ଭୟର ବାତାବରଣ ଏବେ ବି ଯାଇନାହିଁ। ବର୍ଲିନରେ କଟକଣାରେ କିଛି କୋହଳ କରାଯାଇଛି। ମାତ୍ର ବିଶେଷ ଦୋକାନ ବଜାର ଖୋଲୁନଥିବା ବେଳେ ଅଧିକାଂଶ ଲୋକ ଘରୁ ବାହାରୁନଥିବା ଜଣାପଡିଛି। କିଛି ବ୍ୟବସାୟୀ ଦୋକାନ ଖୋଲିଥିଲେ ବି ଲୋକେ ଆସୁନଥିବାରୁ ବେପାର ହେଉନଥିବା ଦୋକାନୀ କହିଛନ୍ତି। କରୋନା ମାମଲା ହ୍ରାସ ପାଇଥିଲେ ମଧ୍ୟ ପୁଣି କରୋନା ଫେରିବା ଭୟରେ ଲୋକେ ଆସୁ ନଥିବା ଦୋକାନୀ କହିଛନ୍ତି। ଅନୁମତି ମିଳିଥିଲେ ମଧ୍ୟ କିଛି ଦୋକାନୀ ସେମାନଙ୍କ ବ୍ୟବସାୟ ବନ୍ଦ ରଖିଛନ୍ତି। ସେମାନଙ୍କୁ ମଧ୍ୟ କରୋନା ଭୟ ରହିଛି। କେବଳ ବର୍ଲିନରେ ନୁହେଁ ଅନ୍ୟାନ୍ୟ ରାଷ୍ଟ୍ରରେ ମଧ୍ୟ କଟକଣା କୋହଳ ହେବାରେ ଲାଗିଛି। ସେସବୁ ରାଷ୍ଟ୍ରରେ ମଧ୍ୟ ସଚେତନ ନାଗରିକ ଘରୁ ବାହାରିବାକୁ ଡରୁଛନ୍ତି। କଟକଣା କୋହଳ ହୋଇଥିଲେ ମଧ୍ୟ ଆର୍ଥିକ ଗତିବିଧିରେ ବିଶେଷ ଅଗ୍ରଗତି ଦେଖାଯାଇ ନପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ବିଶ୍ବରେ କରୋନା ସଂକ୍ରମିତ ୨.୫ ନିୟତ ଲୋକ ହୋଇଥିବା ବେଳେ ଏକ ଲକ୍ଷ ୭୭ ହଜାର ଲୋକ ପ୍ରାଣ ହରାଇଛନ୍ତି। ଭାରତରେ କଟକଣା କିଛି କ୍ଷେତ୍ର ପାଇଁ କୋହଳ କରାଯାଇଥିବା ବେଳେ ଲୋକେ ସଚେତନ ଭାବେ ଘରୁ ବାହାରୁଛନ୍ତି। ମଇ ୩ ତାରିଖ ଯାଏ କଟକଣା ରହିଥିବା ବେଳେ ହଟସ୍ପଟ ଅଂଚଳରେ ଜୋରଦାର କରାଯାଇଛି।
କୋହଳ ହେଉଛି ଲକଡାଉନ କଟକଣା : ବାହାରିବାକୁ ଭୟ କରୁଛନ୍ତି ଜନତା
Popular Categories



