www.samajalive.in
Sunday, December 7, 2025
16.1 C
Bhubaneswar

ଚୀନ ବିରୋଧରେ ମାମଲା ଦାୟର କଲା ଆମେରିକା

ୱାଶିଂଟନ: କରୋନା ଭୂତାଣୁକୁ ଅଟକାଇବା ଦିଗରେ ବିଳମ୍ବରେ ପଦକ୍ଷେପ ନେଇଥିବା ଚୀନ ବିରୋଧରେ ଆମେରିକା ମାମଲା ଦାୟର କରିଛନ୍ତି। କରୋନା ଏକ ଭୟଙ୍କର ଭୂତାଣୁ ବୋଲି ବେଜିଂ ବିଳମ୍ବରେ ସୂଚନା ଦେବା ଏବଂ ଭୂତାଣୁ ସମ୍ପର୍କରେ ସୂଚନା ଦେଇଥିବା ବ୍ୟକ୍ତିଙ୍କୁ ଗିରଫ କରିବା ଓ ସୂଚନା ଦମନ କରିବା ଅଭିଯୋଗ ଆଣିଛି ଆମେରିକା। ଚୀନର ଏପରି ଆଭିମୁଖ୍ୟ ଯୋଗୁ ବିଶ୍ଵର ସବୁ ଦେଶଗୁଡ଼ିକୁ ମାନ୍ଦାବସ୍ଥାର ସାମ୍ନା କରିବାକୁ ପଡୁଛି ବୋଲି ଆମେରିକା କହିଛି।

ଆମେରିକାର ଏକ ରାଜ୍ୟ ପକ୍ଷରୁ ମିସୌରୀ ସହରର ଜିଲା ଅଦାଲତରେ ଏହି ମାମଲା ଦାୟର ହୋଇଛି। ମିସୌରୀର ଆଟର୍ନି ଜେନେରାଲ ଏରିକ ସ୍କମିଟ ଚୀନ ସରକାର, କ୍ଷମତାରେ ଥିବା କମ୍ୟୁନିଷ୍ଟ ପାର୍ଟି ଏବଂ ଚୀନର ଅଧିକାରୀ ଓ ସଂସ୍ଥାଗୁଡ଼ିକ ବିରୋଧରେ ଏହି ମାମଲା କରିଛି। ଏଥିରେ ଦର୍ଶାଯାଇଛି ଯେ, କରୋନା ମହାମାରୀର ପ୍ରାରମ୍ଭରେ ଚୀନ ନିଜର ଲୋକଙ୍କୁ ଅନ୍ଧାରରେ ରଖିଲା, ଗୁରୁତ୍ଵପୂର୍ଣ୍ଣ ସୂଚନା ଲୁଚାଇଲା, ସୂଚନାଦାତାଙ୍କୁ ଗିରଫ କଲା, ପ୍ରମାଣ ମିଳିବା ସତ୍ବେ ମଣିଷଠାରୁ ମଣିଷକୁ ବ୍ୟାପିବା ତଥ୍ୟ ଲୁଚାଇଲା, ମେଡିକାଲ ଗବେଷଣାକୁ ନଷ୍ଟ କଲା, ଲକ୍ଷ  ଲକ୍ଷ ଲୋକଙ୍କୁ କରୋନାର ଶିକାର କରାଇଲା ଏବଂ ଜରୁରୀ ପିପିଇ କିଟ୍‌କୁ ଗଚ୍ଛିତ କରି ରଖିଲା। ଏରିକ କହିଛନ୍ତି, କୋଭିଡ-୧୯ ବିଶ୍ଵରେ ବହୁତ କ୍ଷତି ସୃଷ୍ଟି କରିଛି। ଅର୍ଥବ୍ୟବସ୍ଥାକୁ କ୍ଷତିଗ୍ରସ୍ତ କରିଛି। ଚୀନ ସରକାର ସାରା ବିଶ୍ଵକୁ ମିଛ କହିଛି। କରୋନା ଭୂତାଣୁ ସମ୍ପର୍କରେ ସୂଚନା ଦେଇଥିବା ଡାକ୍ତରଙ୍କୁ ଚୁପ୍‌ କରାଇବା ସହିତ ତାଙ୍କୁ ଗିରଫ କରିଛି। ଭୂତାଣୁ କିପରି ଅନ୍ୟ ଦେଶକୁ ନ ବ୍ୟାପିବ ସେଥିଲାଗି ଆବଶ୍ୟକ ପଦକ୍ଷେପ ନେଇ ନ ଥିଲା। ଚୀନକୁ ନିଜର ଏହି ଆଭିମୁଖ୍ୟର ଜବାବ ଦେବାକୁ ପଡ଼ିବ। ଏହାବ୍ୟତୀତ ଚୀନର ସ୍ବାସ୍ଥ୍ୟ ଅଧିକାରୀମାନେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବିଶ୍ଵ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚଓ)କୁ କୌଣସି ରିପୋର୍ଟ କିମ୍ବା ସୂଚନା ଦେଇ ନ ଥିଲା। ଯେତେବେଳେ ଡବ୍ଲ୍ୟୁଏଚଓକୁ ଚୀନ ରିପୋର୍ଟ ଦେଲା ସେତେବେଳେ ଡବ୍ଲ୍ୟୁଏଚଓ ଏହି ଭୂତାଣୁ ମଣିଷଠାରୁ ମଣିଷକୁ ବ୍ୟାପୁଥିବା କଥାକୁ ଖଣ୍ଡନ କଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories