www.samajalive.in
Thursday, December 11, 2025
16.1 C
Bhubaneswar

ଆଜିଠାରୁ କଟକଣା ସହ ଖୋଲିବ ସବୁ ବିଶ୍ବବିଦ୍ୟାଳୟ

ଭୁବନେଶ୍ୱର : କରୋନା କବା କୋଭିଡ୍-୧୯ ଲକ୍‌ଡାଉନ୍‌ ସମୟରେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ବେସରକାରୀ ବିଶ୍ବବିଦ୍ୟାଳୟ ସେମାନଙ୍କର ସାଧାରଣା କାର୍ଯ୍ୟଧାରା ଆସନ୍ତାକାଲି (ମଙ୍ଗଳବାର)ଠାରୁ ପୁନରାରମ୍ଭ କରିବେ। ଏହି ସମୟରେ ଛାତ୍ରଛାତ୍ରୀ ଓ ସର୍ବସାଧାରଣ ବିଶ୍ବବିଦ୍ୟାଳୟ ଆସିବା ଉପରେ କଟକଣା ଜାରି କରାଯାଇଛି। ବିଶ୍ବବିଦ୍ୟାଳୟ ଚାଲୁ ହେଲେ ମଧ୍ୟ ପାଠପଢିବାକୁ ଛାତ୍ରଛାତ୍ରୀ ଆସବେ ନିାହିଁ। ସେମାନଙ୍କୁ ଅନ୍‌ଲାଇନ୍‌ରେ ପାଠ ପଢାଯିବ। ବିଶ୍ବବିଦ୍ୟାଳୟରେ ସମସ୍ତ କରୋନା ପ୍ରତିଷେଧକ ବ୍ୟବସ୍ଥା ଆପଣାଯିବ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ବିଭାଗୀୟ ସଚିବ ଶାଶ୍ବତ ମିଶ୍ର ଚିଠି ଲେଖି ଜଣାଇଛନ୍ତି।
ଚିଠିରେ ଉଲ୍ଲେଖ କରାଯାଇଛି ଯେ, ପ୍ରତ୍ୟକ୍ଷ ଭାବେ ଥିଓରୀ ଓ ପ୍ରାକ୍ଟିକାଲ୍ କ୍ଲାସ୍ ହୋଇପାରିବ ନାହିଁ। ଅନ୍-ଲାଇନ୍ ଟିଚିଙ୍ଗ୍/ଇ-ଲର୍ଣ୍ଣିଂ/ ଡିଷ୍ଟାନ୍ସ ଲର୍ଣ୍ଣିଂ ଜରିଆରେ ପାଠ ପଢାଯିବ। ଏହି ସମୟ ମଧ୍ୟରେ କୌଣସି ପ୍ରକାରର ଥିଓରୀ ଓ ପ୍ରାକ୍ଟିକାଲ୍ ପରୀକ୍ଷା କରାଯିବ ନାହିଁ। ସେହିପରି ହଷ୍ଟେଲ୍‌ରେ କୌଣସି ଅ​‌େ​‌ନ୍ତବାସୀ ରହିପାରିବେ ନାହିଁ। ଛାତ୍ରଛାତ୍ରୀ ଓ ସର୍ବସାଧାରଣ ବିଶ୍ବବିଦ୍ୟାଳୟ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ରିସର୍ଚ୍ଚ ସ୍କଲାର,ଛାତ୍ରଛାତ୍ରୀ ଓ ସର୍ବସାଧାରଣଙ୍କର ସାର୍ଟିଫିକେଟ୍ ଭଳି କୌଣସି ଜରୁରୀ ଆବଶ୍ୟକତା ଥିଲେ ସେମାନେ ଅନ୍‌ଲାଇନ୍‌ ମାଧ୍ୟମରେ କରିବେ। ବିଶ୍ବବିଦ୍ୟାଳୟରେ କର୍ତ୍ତୃପକ୍ଷ କୌଣସି ପ୍ରକାରର ସମ୍ମିଳନୀ, ସଭାସମିତି ଭଳି ଜନଗହଳିପୂର୍ଣ୍ଣ କାର୍ଯ୍ୟ କରିପାରିବେ ନାହିଁ। ତେବେ କର୍ତ୍ତୃପକ୍ଷ ଚାହିଁଲେ ଅନ୍‌ଲାଇନ୍‌ ଜରିଆରେ ସମ୍ମିଳନୀ ଓ ବୈଠକ କରିପାରିବେ। ପୂର୍ବରୁ ପରୀକ୍ଷା ସରିଥିବା ଖାତା ଦେଖିବାକୁ ଅନୁମତି ଦିଆଯାଇଥିବାବେଳେ ଜୋନ୍‌ସ୍ତରୀୟ ମୂଲ୍ୟାୟନ ପାଇଁ ଅନୁମତି ଦିଆଯାଇନି। ପିଏଚ୍‌ଡି ଲାଗି ମୌଖିକ ପରୀକ୍ଷା ଏବଂ ପିଏଚ୍‌ଡି ପ୍ରି-ସବ୍‌ମିନେସନ୍ ପ୍ରେଜେଣ୍ଟେସନ୍ ଅନ୍‌ଲାଇନ୍‌ ଭିତ୍ତିରେ କରିବାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି। ତେବେ କାର୍ଯ୍ୟ ସମ୍ପାଦନ ସମୟରେ ସାମାଜିକ ଦୂରତା, ମାସ୍କ ପରିଧାନ ସହ ସୁରକ୍ଷା ସମ୍ପର୍କିତ ସମସ୍ତ ନିୟମ କଡ଼ାକଡ଼ି ପାଳନ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories