www.samajalive.in
Wednesday, December 10, 2025
18.1 C
Bhubaneswar

ମତ୍ସ୍ୟ ଓ ପ୍ରାଣୀସମ୍ପଦକୁ ସ୍ବଭାବିକ ସ୍ଥିତିକୁ ଆଣିବାକୁ ପଦକ୍ଷେପ ନିଆଯାଉଛି : ଅରୁଣ ସାହୁ

ଭୁବନେଶ୍ବର : ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗକୁ ରାଜ୍ୟ ସରକାର ଅତ୍ୟାବଶ୍ୟକ ଶ୍ରେଣୀରେ ସାମିଲ କରି ଏପ୍ରିଲ ୧୩ ତାରିଖରୁ କଟକଣାମୁକ୍ତ କରିବା ପରେ ଏହାକୁ ସ୍ବଭାବିକ ସ୍ଥିତିକୁ ଆଣିବାକୁ ପଦକ୍ଷେପ ନିଆଯାଉଛି ବୋଲି ବିଭାଗୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି।
କରୋନା ଆତଙ୍କକୁ ନେଇ ଲକଡ଼ାଉନ ଯୋଗୁ ଅନେକ ବିଭାଗରେ କାର୍ଯ୍ୟ ମାନ୍ଦା ପଡିଥିବା ବେଳେ କଟକଣାମୁକ୍ତ ହୋଇଥିବା ବିଭାଗରେ କାର୍ଯ୍ୟ ଆରମ୍ଭ ହୋଇଛି। ଶୁକ୍ରବାର ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗର ସମୀକ୍ଷା କରି ମନ୍ତ୍ରୀ ଡ. ସାହୁ କହିଥିଲେ ଯେ ମାଛ, ମାଂସ, ଅଣ୍ଡା ଆଦିକୁ ଅତ୍ୟାବଶ୍ୟକ ଶ୍ରେଣୀରେ ସ୍ଥାନିତ କରି ମୁଖ୍ୟମନ୍ତ୍ରୀ ଏହି ବିଭାଗକୁ କଟକଣା ମୁକ୍ତ କରିଥିବାରୁ ଏହାକୁ ସ୍ବାଭାବିକସ୍ଥିତିକୁ ଆଣିବାକୁ ଉଦ୍ୟମ କରାଯାଉଛି। ଭିଡିଓ କନଫରନେସିଂ ଜରିଆରେ ଜିଲାର ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରି ସଦ୍ୟତମ ସ୍ଥିତି ବୁଝିବା ସହ ସଦର ମହକୁମା ଛାଡି ନଯିବାକୁ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦେଶ ଦେଇଥିଲେ। ସ୍ଥିତିରେ ସୁଧାର ଆଣିବା ଦିଗରେ ଜିଲା ଓ ତୃଣମୂଳସ୍ତରର ଅଧିକାରୀମାନଙ୍କ ସହ ଜିଲା ପାଇଁ ନିୟୋଜିତ ନୋଡାଲ ଅଫିସରମାନେ ପ୍ରତିଦିନ ସିଧାସଳଖ ଆଲୋଚନା କରିବେ। ଏ ନେଇ ମନ୍ତ୍ରୀ ଡ. ସାହୁ ନିର୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ସମଦୁରତ୍ବ ରକ୍ଷା କରିବାକୁ କୁହାଯାଇଥିବା ବେଳେ ମତ୍ସ୍ୟ ଓ ପଶୁସମ୍ପଦକୁ ନେଇ ଉଠୁଥିବା କିଛି ଭ୍ରାନ୍ତ ଧାରଣା ଉପରେ ଲୋକଙ୍କୁ ସଚେତନ କରିବାକୁ କୃଷି ଉତ୍ପାଦକ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ପରାମର୍ଶ ଦେଇଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories