www.samajalive.in
Tuesday, December 9, 2025
16.1 C
Bhubaneswar

ଭୁବନେଶ୍ବର ହେବ କରୋନାମୁକ୍ତ ସହର : ଜାଣନ୍ତୁ କ’ଣ ନିଆଯାଇଛି ପଦକ୍ଷେପ……

ଭୁବନେଶ୍ବର : ଓଡ଼ିଶାର ପ୍ରାଣକେନ୍ଦ୍ର ରାଜଧାନୀ ଭୁବନେଶ୍ବର। ଏହା ପୂର୍ବାଞ୍ଚଳ ବ୍ୟବସାୟିକ ଓ ଶିକ୍ଷାନୁଷ୍ଠାନ ପେଣ୍ଠସ୍ଥଳି ଭାବେ ବିବେଚିତ। ଏବେ ଭୁବନେଶ୍ବର କରୋନା ହଟ୍‌ସ୍ପଟ୍‌ ତାଲିକାରେ ରହିଛି। ତେବେ ଭୁବନେଶ୍ବରକୁ କରୋନାମୁକ୍ତ ସହର ଭାବେ ଗଢ଼ିତୋଳିବା ପାଇଁ ରାଜ୍ୟ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି। ଫଳରେ ଏଠାରେ କିଭଳି ସ୍ବାଭାବିକ ପରିସ୍ଥିତି ଫେରିବ ସେଥିନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇଛନ୍ତି।
ଶ୍ରୀ ବାଗ୍‌ଚୀ କହିଛନ୍ତି ଯେ, କୋଭିଡ୍‌-୧୯ ପରିସ୍ଥିତିରେ ଭୁବନେଶ୍ୱର ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ସରକାର ଭୁବନେଶ୍ୱରକୁ କରୋନା ମୁକ୍ତ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଏବଂ ଆଗାମୀ ସପ୍ତାହ ମଧ୍ୟରେ ୫୦୦୦ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଏହା ଫଳରେ ଭୁବନେଶ୍ୱର ସହରରେ ନମୁନା ପରୀକ୍ଷା ହାର ଦେଶର ଅନ୍ୟ ସହର ତୁଳନାରେ ସର୍ବାଧିକ ହେବ। ଏହି ଲକ୍ଷ୍ୟ ହାସଲ କରିବା ପାଇଁ ସରକାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛନ୍ତି। କେଉଁମାନଙ୍କର ନମୁନା ପରୀକ୍ଷା ହେବ ସେଥିପାଇଁ ଆଇସିଏମ୍‌ଆର୍‌ର ନିର୍ଦ୍ଦେଶନାମା ଅନୁସାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସମ୍ବେଦନପ୍ରବଣ ବର୍ଗଙ୍କ ତାଲିକା ପ୍ରସ୍ତୁତ କରାଯାଇଛି।

ଜାଣନ୍ତୁ ଭୁବନେଶ୍ବର କରୋନାମୁକ୍ତ ସହର ପାଇଁ କ’ଣ ନିଆଯାଇଛି ସରକାରୀ ପଦକ୍ଷେପ..
କ) ଭୁବନେଶ୍ବରକୁ କରୋନାମୁକ୍ତ ସହର ଭାବେ ଗଢ଼ିତୋଳିବା ପାଇଁ ସମସ୍ତ ପ୍ରକାର ପ୍ରଶାସନିକ ପଦକ୍ଷେପ ଗ୍ରହଣ କରାଯାଇଛି। ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କୁ ଜୋନ୍‌ୱାରୀ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ଦିଆଯାଇଛି।
ଖ) ସ୍ବେଚ୍ଛାକୃତ ଭାବେ ନମୁନା ପରୀକ୍ଷଣ ପାଇଁ ଲୋକେ ଆଗେଇ ଆସିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ଅସିତ୍‌ ତି୍ରପାଠୀ ଅନୁରୋଧ କରିଛନ୍ତି।
ଗ) ଏଥି ପାଇଁ ସେ ବିଭିନ୍ନ ନାଗରିକ କଲ୍ୟାଣ କମିଟି, ପୂଜା କମିଟି, ସାହିବସ୍ତିର ମୁଖିଆ ତଥା ନେତୃବୃନ୍ଦଙ୍କୁ ଏଥିରେ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି।
ଘ) ଏହି ନମୁନା ସଂଗ୍ରହଣ କାର୍ଯ୍ୟରେ ସହଯୋଗ ନକଲେ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories