www.samajalive.in
Tuesday, December 9, 2025
16.1 C
Bhubaneswar

ରହସ୍ୟମୟ ’ଉହାନ’; ସାରା ବିଶ୍ବ ସନ୍ଦେହରେ ଚୀନ୍

ୱାଶିଂଟନ: ଶୁକ୍ରବାର ଚୀନ୍ ଜାରି କରିଛି ଦେଶର କରୋନା ମୃତ୍ୟୁ ସଂଖ୍ୟା । ପୂର୍ବରୁ କରୋନାରେ ଦେଶରେ ମୋଟ ୩୮୬୯ ଜଣ ମୃତ୍ୟୁବରଣ କରିଛନ୍ତି ବୋଲି ଦାବି କରୁଥିବା ଚୀନ ଏଥିରେ ସଂଶୋଧନ କରି ମୃତକଙ୍କ ସଂଖ୍ୟା ୪୬୩୨ ଦର୍ଶାଇଛି । ଚୀନର ଏକ ଖବର ପରିବେଷଣକାରୀ ସଂସ୍ଥା ସିନ୍ ହୁଆ ରିପୋର୍ଟ ଅନୁସାରେ କରୋନା ପୁଣିଥରେ ଚୀନରେ ନିଜର ପ୍ରକୋପ ଦେଖାଇଛି । ତେଣୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇଛି ।

ଚୀନରେ ବାସ୍ତବରେ କ’ଣ ଘଟୁଛି ତାହା ଜଣାପଡ଼ୁ ନାହିଁ : ଫ୍ରାନ୍ସ ରାଷ୍ଟ୍ରପତି

- Advertisement -

‘ଚୀନ-ରୋଗ’ର ଉତ୍ପତ୍ତି ସ୍ଥଳ ଗୋପନ ରଖୁଛି ବେଜିଂ : ଆମେରିକା ରାଷ୍ଟ୍ରପତି

ବେଜିଂ ପାଇଁ ବିଶ୍ବ ନିକଟରେ ଅନେକ କଠୋର ପ୍ରଶ୍ନ ଅଛି : ବ୍ରିଟିଶ ସଚିବ

କରୋନାର ଉତ୍ପତ୍ତି ଏବଂ ଏହାର ମୃତ୍ୟୁ ନିମନ୍ତେ ପାଶ୍ଚାତ୍ୟ ଦେଶଗୁଡ଼ିକ ବହୁ ପୂର୍ବରୁ ଚୀନକୁ ଦାୟୀ କରି ଆସୁଛନ୍ତି । ଏପରିକି ଚୀନରେ ଢ଼େର ଅଧିକ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ତଥ୍ୟକୁ ଚୀନ ସରକାର ଗୋପନ ରଖିଥିବା ଅଭିଯୋଗ କରୁଛନ୍ତି । ଏହି ସ୍ଥିତିରେ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍କ ମାକ୍ହିରନ ‘ଫିନାନସିଆଲ ଟାଇମ୍ଛ’ ସହ ଏକ ସାକ୍ଷାତକାରରେ କହିଛନ୍ତି – ଚୀନରେ କ’ଣ ହେଉଛି କିଛି ଜଣା ପଡ଼ୁନାହିଁ । ଯାହା ଲାଗୁଛି ସେଠିକାର ସରକାର ବିଶ୍ବକୁ କରୋନା ପ୍ରସଙ୍ଗରେ ବହୁ କଥା ଲୁଚାଉଛନ୍ତି । ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ମୂଳରୁ କରୋନାର ଉତ୍ପତ୍ତି ଓ ବିସ୍ତାର ନିମନ୍ତେ ଚୀନକୁ ଦାୟୀ କରି ଆସୁଛନ୍ତି । ଏପରିକି ଅନେକବାର ହ୍ବାଇଟ୍ ହାଉସରେ ଗଣମାଧ୍ୟମକୁ ବାର୍ତା ଦେବାବେଳେ କରୋନାକୁ ‘ଚୀନ-ରୋଗ’ ବୋଲି ମଧ୍ୟ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଚୀନ ମୃତ୍ୟୁସଂଖ୍ୟାକୁ ନେଇ ନୂଆ ତଥ୍ୟ ଜାରି କରିବା ବିଭିନ୍ନ ଦେଶର ମୁଖ୍ୟ, ଭେଷଜ ବିଶେଷଜ୍ଞଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ପୂର୍ବରୁ ଚୀନରେ ଲକ୍ଷଲକ୍ଷ ମୋବାଇଲ ଗ୍ରାହକଙ୍କ ପତ୍ତା ମିଳୁ ନ ଥିବା ଓ ସେମାନଙ୍କର ମୋବାଇଲ ବନ୍ଦ ରହୁଥିବା ନେଇ କିଛି ବିଦେଶୀ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।  ଏହି ପରିପ୍ରେକ୍ଷୀରେ ବ୍ରିଟିଶ୍ ବିଦେଶ ସଚିବ ଡ଼ୋମିନିକ୍ ରାବ୍ ବେଜିଂ ପାଇଁ ଅନେକ କଠୋର ପ୍ରଶ୍ନ ଏବେ ମଧ୍ୟ ବିଶ୍ବ ସମୁଦାୟ ନିକଟରେ ରହିଛି ବୋଲି କହିଛନ୍ତି ।

ଜନ ହପିକିନ୍ସ ୟୁନିଭର୍ସିଟି ପକ୍ଷରୁ ଜାରି ତାଜା ତଥ୍ୟ ଅନୁଯାୟୀ ସମଗ୍ର ଦୁନିଆରେ କରୋନା ଭାଇରସ୍‌ରେ ମୋଟ୍  ସଂକ୍ରମିତଙ୍କ ସଂଖ୍ୟା ୨୧ ଲକ୍ଷ ଅତିକ୍ରମ କରିଛି । ଏମାନଙ୍କ ମଧ୍ୟରୁ ସାଢ଼େ ୫ ଲକ୍ଷ ସୁସ୍ଥ ହେଲେଣି ଓ ପ୍ରାୟ ଦେଢ଼ ଲକ୍ଷ ଲୋକ ମୃତ୍ୟୁବରଣ କରିଛନ୍ତି ।  ବିଶ୍ଵର ସବୁଠୁ ଶକ୍ତିଶାଳୀ ଏହି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ସବୁଠୁ ଅଧିକ ରହିଛି। ଏଠାରେ ମହାମାରୀ ବିକଟାଳ ରୂପ ନେଇଛି। ଆମେରିକାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ନିକଟତର ହୋଇଛ ମୃତକଙ୍କ ସଂଖ୍ୟା ୩୩ ହଜାର ରେ ପହଞ୍ଚିଛି ।  ଅନ୍ୟପଟେ ଚୀନରେ ଏ ପର୍ଯ୍ୟନ୍ତ ୮୨ ହଜାର ୩୬୭ ଜଣ କରୋନାରେ ସଂକ୍ରମିତ ଅଛନ୍ତି । ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୧୨୯୦ ବୃଦ୍ଧି ପାଇ ୪୬୩୨ରେ ପହଞ୍ଚିଥିବା କୁହାଯାଉଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories