www.samajalive.in
Monday, December 8, 2025
27.1 C
Bhubaneswar

ଧୋନି ସଂପୂର୍ଣ୍ଣ ରୂପେ ଫିଟ୍‌ ଅଛନ୍ତି : ବାଲାଜୀ

ଚେନ୍ନଇ: ଭାରତୀୟ ଦଳର ବରିଷ୍ଠ ୱିକେଟରକ୍ଷକ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତକୁ ନେଇ ନାନା କଳ୍ପନାଜଳ୍ପନା ଲାଗି ରହିଛି। ଇଂଲଣ୍ଡରେ ଗତବର୍ଷ ଜୁଲାଇରେ ଖେଳାଯାଇଥିବା ଦିନିକିଆ ବିଶ୍ବକପ୍‌ ପରେ ଧୋନି ଭାରତୀୟ ଦଳ ତରଫରୁ ଗୋଟିଏ ହେଲେ ମ୍ୟାଚ୍‌ ଖେଳି ନାହାନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଚଳିତ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍‌ସ ତରଫରୁ ଭଲ ପ୍ରଦର୍ଶନ କରି ଧୋନି ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି୨୦ ବିଶ୍ବକପ୍‌ ନିମନ୍ତେ ଭାରତୀୟ ଦଳକୁ ଫେରିବାକୁ ଆଶା ରଖିଥିଲେ। ତେ​‌େ​‌ବ କରୋନା ଭୂତାଣୁ ସଂକ୍ରମଣଜନିତ ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲ୍‌ର ଆୟୋଜନ ନେଇ ଅନିଶ୍ଚିତତା ଦେଖା ଦେଇଛି। ତେଣୁ ଧୋନିଙ୍କ କ୍ୟାରିୟର ଶେ​‌ଷ ହୋଇଯାଇଛି ବୋଲି କେତେକ ମହଲରେ ମତପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଧୋନି ବର୍ତ୍ତମାନ ସୁଦ୍ଧା ବେଶ୍‌ ଭଲ ଫର୍ମରେ ଥିବା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଚେନ୍ନାଇ ସୁପର କିଙ୍ଗ୍‌ସ ଦଳର ବୋଲିଂ ପ୍ରଶିକ୍ଷକ ଏଲ୍‌. ବାଲାଜୀ। ସାମ୍ବାଦିକଙ୍କ ସହ ଆଲୋଚନା କାଳରେ ବାଲାଜୀ କହିଥିଲେ ଗତ ମାର୍ଚ୍ଚର ପ୍ରଥମ ଦୁଇ ସପ୍ତାହ ଧରି ଚେନ୍ନାଇ ଦଳର ପ୍ରଶିକ୍ଷଣ ଶିବିର ଆୟୋଜିତ ହୋଇଥିଲା। ଏଥିରେ ଧୋନି ବେଶ୍‌ ଭଲ ବ୍ୟାଟିଂ ଫର୍ମରେ ଥିବା ଦେଖିବାକୁ ମିଳିଥିଲା। ଧୋନି ଜଣେ ମହାନ୍‌ କ୍ରିକେଟର୍‌ ହୋଇଥିବାରୁ ୭/୮ମାସ କ୍ରିକେଟ୍‌ରୁ ଦୂରେଇ ରହିଲେ ତାଙ୍କ ଫର୍ମ ସଂପୂର୍ଣ୍ଣ ରୂପେ ଚାଲିଗଲା ବୋଲି ଭାବିବା ଭୁଲ୍‌। ଟାଇଗର ଉଡ୍‌ସ ଓ ରୋଜର ଫେଡେରର୍‌ଙ୍କ ପରି ଖେଳାଳି ମଧ୍ୟ ଅନେକ ଦିନ କ୍ରୀଡ଼ା ଜଗତକୁ ଦୂରେଇ ରହି ପରବର୍ତ୍ତୀ ସମୟରେ ଭଲ ପ୍ରଦର୍ଶନ କରିବାର ନଜିର ରହିଛି। ଧୋନି ମଧ୍ୟ ଏପରି କରିବାକୁ ସକ୍ଷମ।

Hot this week

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

ଓଡ଼ିଶାରେ ଡାକ୍ତର ମରୁଡି ବଢାଇଲା ଚିନ୍ତା

ଭୁବନେଶ୍ୱର: ଓଡ଼ିଶାରେ ଡାକ୍ତର ମରୁଡି ପଡିଛି । ଠିକାରେ ଚାଲିଛି ଡାକ୍ତରୀ...

ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ

ରାଉରକେଲା: ଦାବି ପୂରଣର ପ୍ରତିଶ୍ରୁତି ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ସୁନ୍ଦରଗଡ...

ବିଗ୍ ବସ୍ ୧୯ର ବିଜେତା ହେଲେ ଗୌରବ ଖାନ୍ନା

ସମାଜ ଡିଜିଟାଲ ଡେସ୍କ: ଗୌରବ ଖାନ୍ନା ରିଆଲିଟି ଶୋ ବିଗ୍ ବସ୍...

Related Articles

Popular Categories