www.samajalive.in
Saturday, December 6, 2025
26.1 C
Bhubaneswar

ଠେଙ୍ଗା ମାଡରେ ମା’ ମୃତ – ପୁଅ ଗିରଫ

ଖୁଣ୍ଟା: ଖୁଣ୍ଟା ଥାନା ବାଙ୍ଗରା ଗ୍ରାମ ପଞ୍ଚାୟତର ସାତଖାଣିଆ ଗ୍ରାମରେ ନିଜର ଜନ୍ମ କଲା ମା’କୁ ଠେଙ୍ଗାରେ ପିଟି ମାରି ଦେଇଥିବା ଅଭିଯୋଗରେ ପୁଅକୁ ପୁଲିସ ଗିରଫ କରିଛି। ମୃତ୍ୟୁ ବରଣ କରିଥିବା ମହିଳା ଜଣଙ୍କ ସାତଖାଣିଆ ଗ୍ରାମର କାପୁରା ସୋରେନ(୪୬) ଓ ଗିରଫ ଅଭିଯୁକ୍ତ ହେଉଛି ମୃତ ମହିଳାଙ୍କର ସାନ ପୁଅ ଫଗ(୨୫)। କାପୁରାଙ୍କ ଭାଇ ସନାତନପୁର ଗ୍ରାମର ମକରା ମାରାଣ୍ଡିଙ୍କ ଅଭିଯୋଗ ଅନୁସାରେ ମଙ୍ଗଳବାର ରାତିରେ ଫଗ ମାମୁ ଘରକୁ ଯାଇଥିଲା ଓ ମାଆକୁ ମାଡ଼ ମାରିବାରୁ ସେ ମରିଯାଇଛି ବୋଲି କହିଥିଲା।

ମକରା ସମସ୍ତ ବିଷୟରେ ଅବଗତ ହେବା ପରେ ଭଉଣୀ କାପୁରାକୁ ଭଣଜା ଫଗ ଠେଙ୍ଗାରେ ପିଟି ମାରି ଦେଇଥିବା ବୁଧବାର ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସନ୍ଧ୍ୟାରେ ଆଇଆଇସି ସ୍ବର୍ଣ୍ଣଲତା ମିଞ୍ଜ ଓ ଅନ୍ୟ ଅଧିକାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ଥିଲେ। ମୃତ ଦେହ ଓ ଠେଙ୍ଗା ଜବତ କରିବା ସହ ପ୍ରାରମ୍ଭିକ ତଦନ୍ତ ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଫଗକୁ ଗିରଫ କରିଛି। ତେବେ କେଉଁ ନିର୍ଦିଷ୍ଟ କାରଣ ପାଇଁ ଉକ୍ତ ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନି। ତଦନ୍ତ ଜାରି ରହିଛି।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories