www.samajalive.in
Monday, December 8, 2025
14.1 C
Bhubaneswar

ଟୁଇଟର ଅଭିଯୋଗ ଉପରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ତ୍ୱରିତ ପଦକ୍ଷେପ

ସମାଜ ପୋର୍ଟାଲ୍‍ ଡେସ୍କ: ପିଡିଏସ୍‍ ସାମଗ୍ରୀ ବିକ୍ରୀବେଳେ ମାପ ଓ ଓଜନରେ ଠକିଥିବା ଅଭିଯୋଗରେ ପୁରୀ ଜିଲା ନିମାପଡ଼ା ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତର ରିଟେଲ୍‍ର ଗୋବିନ୍ଦଚନ୍ଦ୍ର ସାହୁଙ୍କୁର ପିଡିଏସ୍‍ ରିଟେଲ୍‍ ଲାଇସେନ୍ସକୁ ପୁରୀ ଉପଜିଲାପାଳ ସସ୍‍ପେଣ୍ଡ କରିଛନ୍ତି। ହରିପୁର ଗ୍ରାମବାସୀଙ୍କଠାରୁ ଏ ସମ୍ପର୍କରେ ଅଭିଯୋଗ ପାଇବା ପରେ ବିଧିବଦ୍ଧ ତଦନ୍ତ କରାଯାଇଥିଲା। ତଦନ୍ତ ରିପୋର୍ଟ ହସ୍ତଗତ ହେବାପରେ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପୁରୀ ଜିଲାପାଳ ବଲୱନ୍ତ ସିଂଙ୍କୁ ଟୁଇଟ୍‍ କରି ଜଣାଇଥିଲେ।

ସେହିପରି କୋରାପୁଟ ଜିଲାର ଦୋରାଗୁଡ଼ ଗ୍ରାମପଞ୍ଚାୟତର କେନ୍ଦୁଗୁଡ଼ା ଗ୍ରାମର ବିଧବା ଭିତ୍ତା ହିତାଧିକାରୀ ଡମଣି ପାମିଆ ରାସନ୍‍ କାର୍ଡ ଥିଲେ ମଧ୍ୟ ଗତ ଏକ ବର୍ଷ ହେଲା ବ୍ଲକ ହୋଇଯାଇଥିଲା। ଟୁଇଟର ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏ ସମ୍ପର୍କରେ ଅବଗତ ହେବାପରେ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିର୍ଦେଶ ଦେଇଥିଲେ। ଫଳରେ ଡମଣି ପାମିଆ ପୁତ୍ର ଖଗପତି ପାମିଆଙ୍କୁ ଆଗୁଆ ୩ ମାସ ପାଇଁ ଦିଆଯାଉଥିବା ରେସନ୍‍ ବାବଦକୁ ୬୦କେଜି ଚାଉଳଓ ନଗଦ ରିଲିଫ ଅର୍ଥ ଆକାରରେ ୧୦୦୦ଟଙ୍କା ପ୍ରଦାନ କରାଯାଇଛି।

- Advertisement -

ଏଥିସହିତ କଳାହାଣ୍ଡି ଜିଲାର କେସିଙ୍ଗା ବ୍ଲକର ଉତ୍କେଳା ଗାଁର ବିଧବା ବୃଦ୍ଧା ନିପୁର ପୁଟେଲ୍‍ ରାସନ୍‍ କାର୍ଡ ନ ଥିବାରୁ ରିହାତି ଚାଉଳ ପାଇ ନଥିବା ସମ୍ବାଦପତ୍ର ମାଧ୍ୟମରେ ମନ୍ତ୍ରୀ ଅବଗତ ହୋଇଥିଲେ ଏବଂ ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ଏହାପରେ ବୃଦ୍ଧାଙ୍କୁ ପିଡିଏସ୍‍ ରାସନ୍‍ ସାମଗ୍ରୀ ଏବଂ ନଗଦ ରିଲିଫ ଆକାରରେ ୧୦୦୦ଟଙ୍କା ପ୍ରଦାନ କରାଯାଇଥିଲା।

ସେହିପରି ଏକ ବିଶେଷ ସୂତ୍ରରୁ ଖବର ପାଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କୋରାପୁଟ ଜିଲାର ମୁଖ୍ୟ ଯୋଗାଣ ଅଧିକାରୀଙ୍କୁ ଜିଲାରେ ରାସନ ପ୍ରଦାନରେ ଚାଲିଥିବା ଅନିୟମିତତାକୁ ତଦାରଖ କରିବା ପାଇଁ ନିର୍ଦେଶ ଦେଇଥିଲେ। ମନ୍ତ୍ରୀଙ୍କ ନିର୍ଦେଶକ୍ରମେ କୋରାପୁଟ ଜିଲାର ମୁଖ୍ୟ ଯୋଗାଣ ଅଧିକାରୀ ଏଥିରେ ହସ୍ତକ୍ଷେପ କରି ଜିଲାର ପଦ୍ମପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ରେଙ୍ଗିଆଗୁଡ଼ା ଗ୍ରାମର ଅନ୍ତଦୋୟ କାର୍ଡଧାରୀ ଗୌରୀମାଳ କୁଲ୍‍ଦୀପଙ୍କୁ ସରକାରଙ୍କ ଯୋଜନା ମୁତାବକ ୩ ମାସ ପାଇଁ ୧୦୫ କେଜି ଚାଉଳ ଏବଂ ୧୦୦୦ଟଙ୍କା ରିଲିଫ ପ୍ରଦାନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories